ETV Bharat / bharat

ଉନ୍ନାଓ ଗଣଦୁଷ୍କର୍ମ-ହତ୍ୟା ଘଟଣା: 7 ପୋଲିସକର୍ମୀ ନିଲମ୍ବିତ

ଉନ୍ନାଓ ପୀଡିତାଙ୍କ ମୃତ୍ୟୁ ପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଉତ୍ତର ପ୍ରଦେଶ ପୋଲିସ । ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କଲେ ଉନ୍ନାଓ ଏସପି ।

Unnao rape case 7 cops suspended
ଉନ୍ନାଓ ଘଟଣାରେ 7 ପୋଲିସ କର୍ମଚାରୀ ନିଲମ୍ବିତ
author img

By

Published : Dec 8, 2019, 11:43 PM IST

Updated : Dec 9, 2019, 1:00 AM IST

ନୂଆଦିଲ୍ଲୀ: ଉନ୍ନାଓ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ଅଭିଯୋଗରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଉତ୍ତର ପ୍ରଦେଶ ପୋଲିସ। ଅପରାଧ ନିୟନ୍ତ୍ରଣ ଓ ଅଭିଯୋଗ ସମ୍ବନ୍ଧୀୟ ଘଟଣାରେ ପୋଲିସଙ୍କ ବେପରୁଆ କାର୍ଯ୍ୟକଳାପ ଯୋଗୁଁ ନିଲମ୍ବନ ହେଲେ 7 ପୋଲିସ କର୍ମଚାରୀ । ବିହାର ଥାନା ଏସଏଚଓ ଅଜୟ ତ୍ରିପାଠୀଙ୍କ ସମେତ 2 ବିଟ ଇନସ୍ପେକ୍ଟର ଓ 4ଜଣ ପୋଲିସ କର୍ମଚାରୀଙ୍କୁ ନିଳମ୍ବିତ କରିଛନ୍ତି ଉନ୍ନାଓ ଏସପି ।

ଗତ ଶୁକ୍ରବାର ପୀଡିତାଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ତାଙ୍କ ପୈତୃକ ଘରେ ଅନ୍ତିମ ସଂସ୍କାର କରାଯାଇଛି । ମୁଖ୍ୟମନ୍ତ୍ରୀ ନ ଆସିବା ଯାଏ ଅନ୍ତିମ ସଂସ୍କାର ନ କରିବାକୁ ଜିଦ କରିଥିଲେ ପୀଡିତାଙ୍କ ପରିବାର। କିନ୍ତୁ ପରେ ସ୍ଥାନୀୟ ନେତାଙ୍କ ଅନୁରୋଧ କ୍ରମେ ପୀଡିତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।

ଏହି ଘଟଣା ପରେ ପୀଡିତାଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ପୀଡିତାଙ୍କ ଭଉଣୀକୁ ଚାକିରି ଦେବା ସହ ଆବାସ ଯୋଜନା ମାଧ୍ୟମରେ ଘର ଯୋଗାଇ ଦିଆଯିବ । ଏଥିସହ ଭଉଣୀଙ୍କୁ ମହିଳା ସୁରକ୍ଷା ପୋଲିସ ସହ ପରିବାର ଲୋକଙ୍କୁ ମଧ୍ୟ ସୁରକ୍ଷା ଦିଆଯିବ ।

Last Updated : Dec 9, 2019, 1:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.