ଲକ୍ଷ୍ନୌ: ଉତ୍ତରପ୍ରଦେଶ ଉନ୍ନାଓରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୁହାଁମୁହିଁ ବସ୍ ଓ ଟ୍ରାକ୍ଟର । ଦୁର୍ଘଟଣାରେ 5 ଜଣଙ୍କ ମୃତ୍ୟୁ ହୋଇଛି । 30ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 4 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି ।
ସୂଚନା ମୁତାବକ, ଶନିବାର ସକାଳୁ ଲକ୍ଷ୍ନୌ-ଆଗ୍ରା ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା । ଦ୍ରୁତଗତିରେ ଯାଉଥିବା ଭଲଭୋ ବସ ସହ ଟ୍ରାକ୍ଟର ମୁହାଁମୁହିଁ ହୋଇଥିଲା । ଫଳରେ ବସଟି ଓଲଟି ପଡିଥିଲା । ଘଟଣାସ୍ଥଳରେ ହିଁ 5 ଜଣ ଆଖି ବୁଜିଛନ୍ତି । ସ୍ଥାନୀୟ ଲୋକ ଆହତଙ୍କୁ ଉଦ୍ଧାର କରିଥିଲେ । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।