ETV Bharat / bharat

ଭାରତ-ଆମେରିକା ବାଣିଜ୍ୟ ଓ ଅର୍ଥନୈତିକ ସମ୍ପର୍କ: ଭାରତ ପାଇଁ କିଏ ଭଲ- ଟ୍ରମ୍ପ ନା ବିଡେନ୍?

author img

By

Published : Sep 5, 2020, 7:41 PM IST

ବ୍ୟାଟଲଗ୍ରାଉଣ୍ଡ ୟୁଏସଏ 2020 ର ଏହି ଅଧ୍ୟାୟରେ ବରିଷ୍ଠ ସାମ୍ବାଦିକ ସ୍ମିତା ଶର୍ମା ଭାରତ ଆଗରେ ଥିବା ବାଣିଜ୍ୟ ଏବଂ ଅର୍ଥନୈତିକ ଚ୍ୟାଲେଞ୍ଜ ଏବଂ ଭାରତର ବିଭିନ୍ନ ସମସ୍ୟା ପାଇଁ ଟ୍ରମ୍ପ କିମ୍ବା ବିଡେନଙ୍କ ମଧ୍ୟରୁ କିଏ ହେବେ ଅଧିକ ଅନୁକୂଳ ସେ ସମ୍ପର୍କରେ ଆଲୋଚନା କରିଛନ୍ତି। ଅଧିକ ପଢନ୍ତୁ...

ଭାରତ-ଆମେରିକା ବାଣିଜ୍ୟ ଓ ଅର୍ଥନୈତିକ ସମ୍ପର୍କ: ଭାରତ ପାଇଁ କିଏ ଭଲ - ଟ୍ରମ୍ପ ନା ବିଡେନ୍?

ବେଶ୍ ମଜବୁତ ସ୍ଥିତିରେ ରହିଛି ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ସାମରିକ ଏବଂ ପ୍ରତିରକ୍ଷା ସହଯୋଗ। ବାଣିଜ୍ୟିକ ସମ୍ପର୍କ ମଧ୍ୟ ବ୍ୟାପକ ରହିଛି ଯାହାର ମୂଲ୍ୟ ଆଜିର ଦିନରେ 142 ବିଲିଅନ ଡଲାରରୁ ଅଧିକ। କିନ୍ତୁ ଇମିଗ୍ରେସନ ଏବଂ ପ୍ରସ୍ତାବିତ ବାଣିଜ୍ୟ ଚୁକ୍ତି – ଏ ଲିମିଟେଡ ଟ୍ରେଡ୍ ବିଲକୁ ନେଇ ଦୂର ହୋଇନି ଦୀର୍ଘ ଦିନର ବିବାଦ। 2020 ଫେବ୍ରୁଆରୀରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ଗସ୍ତ ସମୟରେ ମଧ୍ୟ ବହୁଦିନ ଧରି ଆଶା କରାଯାଉଥିବା ବାଣିଜ୍ୟ ଚୁକ୍ତି ସ୍ବାକ୍ଷରିତ ହୋଇପାରିଲା ନାହିଁ। ଅବଶ୍ୟ ନିକଟରେ USISPF (ୟୁଏସ ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ) ଦ୍ବାରା ଆୟୋଜିତ ବାର୍ଷିକ ସମ୍ମିଳନୀରେ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲ ଘୋଷଣା କରିଛନ୍ତି ଯେ, ନଭେମ୍ବରର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଲିମିଟେଡ ଟ୍ରେଡ୍ ବିଲ୍ ସ୍ବାକ୍ଷରିତ ହୋଇଯିବାର ସମ୍ଭାବନା ରହିଛି।

ବ୍ୟାଟଲଗ୍ରାଉଣ୍ଡ ୟୁଏସଏ 2020ର ଏହି ଅଧ୍ୟାୟରେ ବରିଷ୍ଠ ସାମ୍ବାଦିକ ସ୍ମିତା ଶର୍ମା ଭାରତ ଆଗରେ ଥିବା ବାଣିଜ୍ୟ ଏବଂ ଅର୍ଥନୈତିକ ଚ୍ୟାଲେଞ୍ଜ ଏବଂ ଭାରତର ବିଭିନ୍ନ ସମସ୍ୟା ପାଇଁ ଟ୍ରମ୍ପ କିମ୍ବା ବିଡେନଙ୍କ ମଧ୍ୟରୁ କିଏ ହେବେ ଅଧିକ ଅନୁକୂଳ ସେ ସମ୍ପର୍କରେ ଆଲୋଚନା କରିଛନ୍ତି।

ଲିମିଟେଡ ଟ୍ରେଡ ଡିଲ୍ ସମ୍ଭାବନା ସମ୍ପର୍କରେ ପ୍ରଶ୍ନର ଉତ୍ତରରେ ୱାଶିଂଟନ ସ୍ଥିତ ହଡସନ ଇନଷ୍ଟିଚ୍ୟୁଟର ଇଣ୍ଡିଆ ଇନିସିଏଟିଭର ନିର୍ଦେଶକ ଡକ୍ଟର ଅପର୍ଣ୍ଣା ପାଣ୍ଡେ କହିଛନ୍ତି ଯେ, ଏହି ଚୁକ୍ତି ସ୍ବାକ୍ଷର ନହେବାର ସମ୍ଭାବନା ଅଧିକ। “ ଆଗାମୀ ଦିନରେ ବାଣିଜ୍ୟ ଚୁକ୍ତି ଛୋଟ ଆକାରର ବି ସ୍ବାକ୍ଷର ହେବାନେଇ ମୁଁ ନିଶ୍ଟିତ ନୁହେଁ। ଏହା ସମ୍ଭବପର ହୋଇପାରେ ଆମେରିକା ଭାରତକୁ GSP (ଜେନେରାଲାଇଡ ସିଷ୍ଟମ ଅଫ୍ ପ୍ରିଫରେନ୍ସେସ) ପ୍ଲସ୍ ଫେରାଇ ପାରେ। ଏହି ସୁବିଧା ଆମେରିକା ପ୍ରତ୍ୟାହାର କରି ନେଇଥିଲା। ଏହାର ପରିମାଣ 6ରୁ 8 ବିଲିଅନ ଆମେରିକୀୟ ଡଲାର ହେବ। ରାଷ୍ଟ୍ରପତି ଆସନ୍ତା ମାସେ କିମ୍ବା ଦୁଇ ମାସ ମଧ୍ୟରେ ଏହି ଆଦେଶକୁ ପୁଣି ଥରେ ବଳବତ୍ତର ରଖି ଭାରତକୁ ଜିଏସପି ସୁବିଧା ଫେରାଇ ପାରନ୍ତି। ଏବଂ ଏହା ଏକ ଛୋଟକାଟିଆ ଚୁକ୍ତି ସଦୃଶ ହେବ”। ଚାଣକ୍ୟ ଟୁ ମୋଦି ଏବଂ ମେକିଙ୍ଗ ଇଣ୍ଡିଆ ଗ୍ରେଟ୍ ପୁସ୍ତକର ଲେଖକ ଡକ୍ଟର ପାଣ୍ଡେ ଏହା କହିଛନ୍ତି।

“ଭାରତ ଏବଂ ଆମେରିକା ଉଭୟ ହେଉଛନ୍ତି ଜାତୀୟତାବାଦୀ ଏବଂ ସଂରକ୍ଷଣବାଦୀ ରାଷ୍ଟ୍ର। ବର୍ତ୍ତମାନ ଯେଉଁ ସମୟ ଦେଇ ଦୁଇ ରାଷ୍ଟ୍ର ଗତି କରୁଛନ୍ତି ଏପରି ସମୟରେ ଏକ ବୃହତ୍ ବାଣିଜ୍ୟ ଚୁକ୍ତି କରିବାରେ ସମସ୍ୟା ରହିଛି। କୃଷି ସବସିଡିଠାରୁ ଆରମ୍ଭ କରି ଇଣ୍ଟେଲଆକଚୁଆର ପ୍ରପର୍ଟି ରାଇଟସ ଯାଏଁ ଏବଂ ଅନ୍ୟାନ୍ୟ ଟିକସ କ୍ଷେତ୍ରରେ ଏକାଧିକ ସମସ୍ୟା ରହିଥିବା ବେଳେ ଏଭଳି ଏକ ଦେଶ ସହିତ ବୃହତ ଚୁକ୍ତି କରିବା ଆମେରିକାର ମୂଳ ନୀତି ବା (ଫାଷ୍ଟ ପଲିସି)ରେ ଅତ୍ୟନ୍ତ କଷ୍ଟକର। ଯେଉଁ ଦେଶରେ ଯାବତୀୟ ଶୁଳକ ଲାଗୁ କରାଯାଏ ସେପରି ଏକ ଦେଶକୁ ଆମେରିକା ସମସ୍ତ ବାଣିଜ୍ୟ ସୁବିଧା ଦେବା ସେତେଟା ସହଜ ନୁହେଁ। ତେଣୁ ଆଗାମୀ

ଦୁଇ ମାସ ଭିତରେ ଆମେରିକା ରାଷ୍ଟ୍ରପତିଙ୍କ ପାଇଁ ଲିମିଟେଡ ଟ୍ରେଡ ଡିଲ୍ ବା ସୀମିତ ବାଣିଜ୍ୟ ଚୁକ୍ତିରେ ସ୍ବାକ୍ଷର କରିବା କଷ୍ଟକର। ବିଡେନ କିମ୍ବା ଟ୍ରମ୍ପ ହୁଅନ୍ତୁ ପରବର୍ତ୍ତୀ ପ୍ରଶାସନ ସମୟରେ ବି ଏହା ହୋଇପାରିବ କି ନାହିଁ ତାହା ମୁଁ ଜାଣେନାହିଁ। ଭାରତ ପାଇଁ ମଧ୍ୟ ଏହା କଷ୍ଟକର ବିଷୟ। ଭାରତୀୟ ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇ ରହିଛି। ଭାରତରେ ନିଜର ଚାଷୀ ଏବଂ ନିର୍ମାଣକାରୀଙ୍କ ସ୍ବାର୍ଥର ସୁରକ୍ଷା ସକାଶେ କେତେକ କ୍ଷେତ୍ରରେ ଶୁଳକ ଏବଂ କର ଲଗାଇବା ଅତି ଗୁରୁତ୍ବପୂର୍ଣ୍ଣ,” ବୋଲି ସେ କହିଛନ୍ତି।ଫ୍ରାନସରେ ଥିବା ପୂର୍ବତନ ରାଷ୍ଟ୍ରଦୂତ ତଥା ବାଣିଜ୍ୟ କାରବାରରେ ମଧ୍ୟସ୍ଥତା କରୁଥିବା ମୋହନ କୁମାର ମଧ୍ୟ ଅନୁରୂପ ସନ୍ଦେହ ପ୍ରକଟ କରିଛନ୍ତି। ସେ କହିଛନ୍ତି, 2021 ମାର୍ଚ୍ଚ ପୂର୍ବରୁ ବାଣିଜ୍ୟ ରାଜିନାମା ସମ୍ଭାବନା ନାହିଁ। ସେ ମଧ୍ୟ ଭାରତ ପାଇଁ ଅଧିକ ଚିନ୍ତାର କାରଣ ଥିବା କିଛି ଜଟିଳ ପ୍ରସଙ୍ଗ ସୂଚାଇଛନ୍ତି।

“ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଏବେ ଆମେରିକା ଆମକୁ ଚୀନ୍ ସହ ଏକାଠି କରି କହି ଆସୁଛି ଆମେ ଦୁଇ ରାଷ୍ଟ୍ର ବିକାଶଶୀଳ ରାଷ୍ଟ୍ର ହେବାକୁ ଯୋଗ୍ୟ ନୁହେଁ। ମୋ ଭଳି ଜଣେ ପୂର୍ବତନ କୂଟନୀତିଜ୍ଞଙ୍କ ପାଇଁ ଏପରି ଯୁକ୍ତି ଦୁର୍ଭାଗ୍ୟଜନକ। ଏହା ସେଓକୁ କମଳା ସହିତ ତୁଳନା କରିବା ଭଳି ଲାଗୁଛି। ସମସ୍ତେ ଜାଣନ୍ତି ଚୀନ ହେଉଛି 13 ଟ୍ରିଲିଅନ ଆମେରିକୀୟ ଡଲାର ଅର୍ଥନୀତି, ଯେଉଁଠି ଭାରତ ହେଉଛି 2.7 ଟ୍ରିଲିଅନ ଆମେରିକୀୟ ଡଲାର ଅର୍ଥନୀତି। ଏହା ଦର୍ଶାଇ ଆମକୁ ପରବର୍ତ୍ତୀ ଆମେରିକା ପ୍ରଶାସନକୁ ବୁଝାଇବାକୁ ହେବ ବୋଲି,” କହିଛନ୍ତି ମୋହନ କୁମାର। ସେ ବୁଦ୍ଧିଜୀବୀ ଗୋଷ୍ଠୀ ଆରଆଇଏସର ଅଧ୍ୟକ୍ଷ ଏବଂ ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟିରେ ଇଣ୍ଟରନ୍ୟାସନାଲ ଷ୍ଟଡିଜର ଡିନ୍ ଦାୟିତ୍ବରେ ମଧ୍ୟ ଅଛନ୍ତି।

“ମୋ ମତରେ ମାଛମରାକୁ ନେଇ ଆଗକୁ ବହୁପାକ୍ଷିକ ଆଲୋଚନା ହେବାକୁ ଥିବାରୁ ଆମକୁ କେବଳ ମାତ୍ର ବିକାଶଶୀଳ ରାଷ୍ଟ୍ର ମାନ୍ୟତା ପାଇଛେ। ଆମେରିକା ଯଦି ଆମକୁ ଚୀନ୍ କିମ୍ବା ଅନ୍ୟ କାହା ଭଳି ଆଚରଣ ଦେଖାଏ ତେବେ ଆମେ ବିଶ୍ବ ବାଣିଜ୍ୟ ସଂଗଠନ WTOରେ କୌଣସି ରାଜିନାମା ପାଇଁ ଆଲୋଚନା କରିପାରିବା ନାହିଁ। ସବୁକିଛି ସମାଧାନ ହୋଇଯିବ ବୋଲି ମୁଁ ଆଶା କରୁଛି, କିନ୍ତୁ ଏହା ଅତ୍ୟନ୍ତ ଜଟିଳ ବ୍ୟାପାର। ଆମେରିକାର ବାଣିଜ୍ୟ ପ୍ରତିନିଧି ଲାଇଜର ଏତେ ସହଜରେ ମାନିଯିବେ ବୋଲି ମୁଁ ଭାବୁନାହିଁ,” ବୋଲି କହିବା ସହ କୁମାର ଜିଏସପି ସହିତ ଡିଜିଟାଲ ସର୍ଭିସ ଟ୍ୟାକ୍ସକୁ ନେଇ ଆଉ ଏକ ସମସ୍ୟା ଥିବା ଦର୍ଶାଇଛନ୍ତି।

“ଫ୍ରାନସର ଡିଜିଟାଲ ସର୍ଭିସେସ ଟ୍ୟାକ୍ସ ଜବାବରେ ଆମେରିକା ପ୍ରତିବଦଳରେ ଲଗାଇଥିବା ଟ୍ୟାକ୍ସ ଭଳି ସ୍ଥିତି ଉତ୍ପନ୍ନ ହୋଇପାରେ ବୋଲି ଆମେରିକା ବିଚାର କରୁ ଥାଇପାରେ । ଆମେ ଆଗରୁ ଏହା କରିଛେ। ଏହାକୁ ଆମେ ଇକ୍ବିଭାଲେଣ୍ଟ ଶୁଳ୍କ ବା ଅନ୍ୟ କିଛି କହୁଛେ। ଗୁଗୁଲ କିମ୍ବା ଆମାଜନକୁ ଲକ୍ଷ୍ୟ କରି ଭାରତ ଏପରି କିଛି କରିବ ନାହିଁ ବୋଲି ଆମେ ଆମେରିକାକୁ ବହୁବାର ବୁଝାଇ ସାରିଛୁ। ତେଣୁ ଆସନ୍ତା ବର୍ଷ ପ୍ରଥମ ତିନି ମାସ ଭିତରେ ଚୁକ୍ତି ସ୍ବାକ୍ଷର ହେବ ବୋଲି ମୁଁ ଭାବୁଥିବା ସେ କହିଛନ୍ତି।” ଟ୍ରମ୍ପଙ୍କ ଦେବା ନେବା ନୀତି ତୁଳନାରେ ଜୋ ବିଡେନ ପ୍ରଶାସନ ଭାରତ ସହିତ ସହଯୋଗ କ୍ଷେତ୍ରରେ ଶକ୍ତି, ବାଣିଜ୍ୟ ଏବଂ ଇମିଗ୍ରେସନକୁ ଅଧିକ ପ୍ରାଥମିକତା ଦେବେ ବୋଲି ଆଲୋଚନା ହେଉଛି। ଆମେରିକା-ଚୀନ ବାଣିଜ୍ୟ ସମ୍ପର୍କରେ କେତେ ଅଧିକ ଫାଟ ସୃଷ୍ଟି ହେଉଛି ତାହା ନଭେମ୍ବରରେ ନୂଆ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଉପରେ ନିର୍ଭର କରୁଛି। ଏହା ଭାରତକୁ କ୍ଷତିରେ ପହଞ୍ଚାଇବ ନା ସୁଯୋଗ ଆଣିବ ତାହା ବି ଆଗକୁ ଜଣାପଡ଼ିବ।

“ଯଦି ରାଷ୍ଟ୍ରପତି ଟ୍ରମ୍ପ କ୍ଷମତାକୁ ଫେରନ୍ତି, ଏହା ତାଙ୍କର ଶେଷ ଚାରି ବର୍ଷ ହେବ, କାରଣ ସେ ପୁଣି ଥରେ ଆଉ ରାଷ୍ଟ୍ରପତି ହୋଇପାରିବେ ନାହିଁ। ତେଣୁ ସେଦୁଇଟିରୁ ଗୋଟିଏ ନୀତି ଅନୁସରଣ କରିବେ, ଯେତେଦୂର ସମ୍ଭାବନା ସେ ଗୋଟିଏ ନୀତି ଗ୍ରହଣ କରିପାରନ୍ତି। 1980 କିମ୍ବା 1990 ପରଠାରୁ ସେ ଯାହାକୁ ନେଇ ବେଶୀ ଭୟଭୀତ ତାହା ହିଁ କରିବେ। ଇମିଗ୍ରେସନ ତାଙ୍କ ପାଇଁ ବଡ଼ କଥା। ଏଯାଏଁ ଯାହା ହୋଇଛି ଅଧିକାଂଶ କେବଳ ଏକଜିକ୍ୟୁଟିଭ ଅର୍ଡରରେ ହୋଇଛି, କାରଣ କଂଗ୍ରେସ ହିଁ ଇମିଗ୍ରେସନ କ୍ଷେତ୍ରରେ ସଂସ୍କାର ଆଣିପାରିବ। କିନ୍ତୁ ଏଚ୍1ବି ବା ଏଲ୍ 1, ଗ୍ରୀନ କାର୍ଡ କିମ୍ବା ଏପରିକି ଷ୍ଟୁଡେଣ୍ଟ ଭିସା ଯାହା ବି ହେଉ ଇମିଗ୍ରେସନ ନିୟନ୍ତ୍ରଣ କରିବା ପାଇଁ ସେ ନିଶ୍ଚିତ ଭାବେ ଅଧିକ ନୀତି ପ୍ରଣୟନ କରିବେ। ଏହା ଭାରତକୁ ପ୍ରଭାବିତ କରିବ, ” ବୋଲି ଡଃ ପାଣ୍ଡେ ଯୁକ୍ତି ବାଢିଛନ୍ତି। ସେ କହିଛନ୍ତି ଯେ, ମୋଟ ଉପରେ ଅର୍ଥନୈତିକ ଦିଗ ଗୁଡ଼ିକ ପ୍ରତିରକ୍ଷା କ୍ଷେତ୍ରଠାରୁ କାହିଁକି ପଛରେ ପଡ଼ିଛି ତାହା ଉପରେ ରାଜନୈତିକ ବିଚାର ବିମର୍ଷ କରିବା ଉପରେ ଦିଲ୍ଲୀ ଏବଂ ୱାଶିଂଟନ ଗୁରୁତ୍ବ ଦେବା ଉଚିତ୍। ହେଲେ ମୋହନ କୁମାରଙ୍କ ମତରେ ଯେଉଁମାନେ ଅଧିକ କୁଶଳୀ ସେମାନଙ୍କ ଇମିଗ୍ରେସନକୁ ବିଡେନ ପ୍ରଶାସନ ଅନୁଗ୍ରହ ଦେଖାଇବ, କିନ୍ତୁ ସବୁଥିରେ ଲାଭ-କ୍ଷତି ରହିଛି।

“ଯଦି ବିଡେନ ପ୍ରଶାସନ କ୍ଷମତାକୁ ଆସେ ତେବେ ଆମ ଆଗରେ ଭିନ୍ନ ପ୍ରକାରର ସମସ୍ୟା ଆସିବ। ଡବ୍ୟୁଟିଓ ପୁଣି ଥରେ ସକ୍ରିୟ ହେବାର ସମ୍ଭାବନା ସୃଷ୍ଟି ହୋଇପାରେ। ଏହାପରେ ବାଣିଜ୍ୟ କାରବାରକୁ ନେଇ ବିଭିନ୍ନ ପ୍ରକାର ସର୍ତ୍ତ ଉଠିବ। ବାଣିଜ୍ୟ କାରବାର କରିବାକୁ ହେଲେ ସେମାନଙ୍କର କିଛି ସର୍ତ୍ତ ପୂରଣ କରିବାକୁ ପଡିବ। ସେତେବେଳେ ନୂଆ ନୂଆ ମେଣ୍ଟ କିମ୍ବା ଗୋଷ୍ଠୀ ଗଠନ ହେବ। ଆହୁରି ବି ଅନେକ ପ୍ରସଙ୍ଗ ରହିଛି। ଉଦାହରଣ ସ୍ବରୂପ ଶ୍ରମିକ ଓ ପରିବେଶ ସମ୍ପର୍କିତ ଆଇନ କାନୁନ ଅଧିକ କଠୋର ହେବ ଏବଂ ଏସବୁକୁ ଡବ୍ଲୁଟିଓରେ ସାମିଲ କରାଯିବ। ଡେମୋକ୍ରାଟମାନେ ପାରମ୍ପରିକ ଭାବେ ସାଧାରଣତଃ ପରିବେଶ ଏବଂ ଶ୍ରମିକ ପରିଚାଳନା କ୍ଷେତ୍ରରେ ତ୍ରୁଟିବିଚ୍ୟୁତି ପାଇଁ ଦଣ୍ଡବିଧାନରେ ବାଣିଜ୍ୟ କାରବାର ସହିତ ଯୋଡ଼ିଥାନ୍ତି,”

ସ୍ମିତା ଶର୍ମା,ନୂଆଦିଲ୍ଲୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.