ନୂଆଦିଲ୍ଲୀ: ଦିନକୁ ଦିନ କୋରୋନା ସଂକ୍ରମଣ ଦେଶରେ ବଢିଚାଲିଛି । 24ଘଣ୍ଟାରେ 48ହଜାର 661ଟି କେସ ସାମ୍ନାକୁ ଆସିଛି ଓ 705ଜଣଙ୍କ ମୃତ୍ୟୁ ହୋଇଛି ।
ବର୍ତ୍ତମାନସୁଦ୍ଧା ଦେଶରେ 13,85,522ଟି ପଜିଟିଭ ମାମଲା ରହିଥିବାବେଳେ 4,67,882ଟି ସକ୍ରିୟ କେସ ରହିଛି ଓ 8,85,577ଜଣ ଆରୋଗ୍ୟ ହୋଇଛନ୍ତି । ଅନ୍ୟପଟେ 32 ହଜାର 063ଜଣଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।