ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଟପିଲା 11 ଲକ୍ଷ । ଗୋଟିଏ ଦିନରେ ସର୍ବାଧିକ 40,425 ଆକ୍ରାନ୍ତ ଚିହ୍ନଟ ପରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 11,18,043ରେ ପହଞ୍ଚିଛି । ସେପଟେ ଗୋଟିଏ ଦିନରେ 681 ମୃତ୍ୟୁ ଘଟିଛି । ଫଳରେ ମୋଟ ମୃତ୍ୟୁ ସଂଖ୍ୟା 27,497କୁ ଛୁଇଁଛି ।
ଅନ୍ୟପଟେ 7,00,087 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 3,90,459ଟି ସକ୍ରିୟ ମାମଲା ରହିଛି ।