ETV Bharat / bharat

ଅନଲକ-1ରେ ବୃଦ୍ଧି ପାଇଛି କୋରୋନା ସଂକ୍ରମଣ

ଅଢେଇ ମାସ ଲକଡାଉନ୍ ପରେ ଦେଶ ଆଜି ଅନଲକ୍ -1 ର ଦ୍ବିତୀୟ ପର୍ଯ୍ୟାୟରେ ପ୍ରବେଶ କରିଛି। ବର୍ତ୍ତମାନ ଧାର୍ମିକ ସ୍ଥାନ, ସପିଂ ମଲ୍ ଓ ରେସ୍ତୋରାଁ ଖୋଲାଯାଇଛି ।

unlock 1
ଅନଲକ-1ରେ ବୃଦ୍ଧି ପାଇଛି କୋରୋନା ସଂକ୍ରମଣ
author img

By

Published : Jun 8, 2020, 3:07 PM IST

ନୂଆଦିଲ୍ଲୀ: ଅଢେଇ ମାସ ଲକଡାଉନ୍ ପରେ ଦେଶ ଆଜି ଅନଲକ୍ -1 ର ଦ୍ବିତୀୟ ପର୍ଯ୍ୟାୟରେ ପ୍ରବେଶ କରିଛି। ବର୍ତ୍ତମାନ ଧାର୍ମିକ ସ୍ଥାନ, ସପିଂ ମଲ୍ ଓ ରେସ୍ତୋରାଁ ଖୋଲାଯାଇଛି । କିନ୍ତୁ ଗତ ଏକ ସପ୍ତାହ ମଧ୍ୟରେ କୋରୋନା ସଂକ୍ରମଣ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି, ଯାହା ଦେଶ ପାଇଁ ଚିନ୍ତାର ବିଷୟ । ବିଗତ ସପ୍ତାହରେ, କୋରୋନା ରୋଗୀମାନେ ଦୈନିକ 8000 ରୁ 10000 ମଧ୍ୟରେ ବୃଦ୍ଧି ପାଉଛନ୍ତି ।

ବଡ ସହରଗୁଡିକର ଅବସ୍ଥା ସବୁଠାରୁ ଖରାପ । ରାଜଧାନୀ ଦିଲ୍ଲୀରେ ପ୍ରତିଦିନ ପ୍ରାୟ ଏକ ହଜାର ନୂଆ ମାମଲା ଆସୁଛି। ନୂଆ ରୋଗୀଙ୍କ ସଂଖ୍ୟାରେ ଦ୍ରୁତ ଗତିରେ ବୃଦ୍ଧି ପାଇଁ ଦିଲ୍ଲୀ ସରକାର ମଧ୍ୟ ଚିନ୍ତିତ ଅଛନ୍ତି ଓ ରାଜଧାନୀର ଡାକ୍ତରଖାନା ଗୁଡିକରେ ଚିକିତ୍ସା ପାଇଁ ସର୍ତ୍ତ ପରିବର୍ତ୍ତନ କରିଛନ୍ତି। ଦିଲ୍ଲୀ ବାହାରେ ଥିବା ଲୋକଙ୍କ ପାଇଁ ଦିଲ୍ଲୀ ଡାକ୍ତରଖାନା ବନ୍ଦ ରହିଛି। ଏଥି ସହିତ ନୋଏଡା ଓ ଗାଜିଆବାଦରୁ ଦିଲ୍ଲୀ ସୀମାକୁ ସିଲ୍ କରାଯାଇଛି।

ଉତ୍ତରପ୍ରଦେଶ ବିଷୟରେ କହିବାକୁ ଗଲେ ଏଠାରେ ମୋଟ କୋରୋନା ରୋଗୀଙ୍କ ସଂଖ୍ୟା ୧୦ ହଜାର ଅତିକ୍ରମ କରିଛି। ମହାରାଷ୍ଟ୍ରର ଅବସ୍ଥା ଅତ୍ୟନ୍ତ ଚିନ୍ତାଜନକ। ମହାରାଷ୍ଟ୍ରରେ ଦେଶରେ ସର୍ବାଧିକ କୋରୋନା ରୋଗୀ ଅଛନ୍ତି।

ଅନଲକ୍ -1 ରେ କୋରୋନା ହଇଚଇ-

1. ଗୋଟିଏ ଦିନରେ ସର୍ବାଧିକ 9,983 ମାମଲା ସାମ୍ନାକୁ ଆସିଛି ।

2.ଭାରତରେ କୋରୋନା ରୋଗୀଙ୍କ ସଂଖ୍ୟା ଇଟାଲୀ ଓ ତୁର୍କୀକୁ ଅତିକ୍ରମ କରିଛି ।

3.ମହାରାଷ୍ଟ୍ରରେ 24 ଘଣ୍ଟା ମଧ୍ୟରେ 3007 ନୂତନ କୋରୋନା ମାମଲା ।

4. ଦିଲ୍ଲୀରେ ଗୋଟିଏ ଦିନରେ 1,282 ମାମଲା

5. ମଧ୍ୟପ୍ରଦେଶ, ଗୁଜୁରାଟ, ରାଜସ୍ଥାନ, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରେ ମାମଲା ବୃଦ୍ଧି ପାଇଛି ।

ଏକ ରିପୋର୍ଟ ଅନୁଯାୟୀ, ସଂକ୍ରମଣର 80 ପ୍ରତିଶତ ବିସ୍ତାର ପାଇଁ କେବଳ 9 ପ୍ରତିଶତ ଲୋକ ଦାୟୀ ବୋଲି କୁହାଯାଉଛି। ଏହି ବିପଦ ମଧ୍ୟ ବଢୁଥିବା ଦେଖାଯାଉଛି କାରଣ ଅନଲକ୍ -1 ର ଦ୍ବିତୀୟ ପର୍ଯ୍ୟାୟରେ ହୋଟେଲ, ସପିଂ ମଲ୍, ରେସ୍ତୋରାଁ ଓ ଧାର୍ମିକ ସ୍ଥାନ ଗୁଡିକୁ ଆଜିଠାରୁ ଖୋଲିବାକୁ ଅନୁମତି ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.