ETV Bharat / bharat

ବାବା କା ଢାବା ପରେ ସାହାଯ୍ୟ ଅପେକ୍ଷାରେ ରୋଟି ୱାଲି ଆମ୍ମା - Paneer parathas in Agra

ବାବା କା ଢାବା ପରେ ଏବେ ଅସୁବିଧାରେ ଜୀବନ ଜିଉଁଛନ୍ତି ରୋଟୀୱାଲୀ ଆମ୍ମା । ଭିଡିଓ ଭାଇରାଲ ହୋଇଛି ହେଲେ କେହି ଆସୁନଥିବା ବେଳେ ଗ୍ରାହକ ଅପେକ୍ଷାରେ ରହିଛନ୍ତି 80 ବର୍ଷୀୟ ଏହି ବୃଦ୍ଧା। ଅଧିକ ଖବର ପଢନ୍ତୁ...

ଭାଇରାଲ ପରେ ଆସୁନାହାଁନ୍ତି ଗ୍ରାହକ, ଚାହିଁ ରହିଛି ରୋଟିୱାଲୀ ଆମ୍ମା

author img

By

Published : Oct 19, 2020, 12:03 PM IST

ନୂଆଦିଲ୍ଲୀ: ଏବେ ସମସ୍ତଙ୍କ ମୁହଁରେ ବାବା କା ଢାବାର ଚର୍ଚ୍ଚା। ଭାଗ୍ୟ ଓ ଭଗବାନଙ୍କ ସାଥ୍ ପାଇଁ ରାତାରାତି ଚର୍ଚ୍ଚିତ ହେବା ସହ ଗଣମାଧ୍ୟମର ହିରୋ ପାଲଟିଗଲେ ଏହି ବୃଦ୍ଧ ଦମ୍ପତି। ହେଲେ ତାଙ୍କ ପରେ ଏବେ ଗ୍ରାହକ ଅପେକ୍ଷାରେ ବସିଛି ରୋଟୀୱାଲୀ ଆମ୍ମା। ବର୍ତ୍ତମାନ ଏହି ବୃଦ୍ଧାଙ୍କ ଦୁଃଖଦ ଭିଡିଓ ଭାଇରାଲ ହୋଇଛି। ଯିଏ କୋରୋନା କାଳରେ କଷ୍ଟ ପାଉଛନ୍ତି। ଗ୍ରାହକ ଅପେକ୍ଷା ରହିଛନ୍ତି 80 ବର୍ଷୀୟ ରୋଟୀୱାଲୀ ଆମ୍ମା। ବୟସର ଅପରାହ୍ନରେ କଷ୍ଟ କରୁଛନ୍ତି ଖାଦ୍ୟ ବନାଉଛନ୍ତି ହେଲେ କେହି ଆସୁନାହାଁନ୍ତି। ରୋଷେଇ ଜିନିଷ ଯେମିତି ସେମିତି ଥୁଆ ହୋଇଛି।

ତେବେ ପ୍ରତ୍ୟେକ ରାସ୍ତା କଡ଼ରେ ଥିବା ଷ୍ଟଲ୍ “ବାବା କା ଢାବା” ପରି ସଫଳତା ସାଉଁଟିବ ନାହିଁ। ଏବଂ ଖାଲି ଖାଇବାର ଏକ ଭିଡିଓ ଭାଇରାଲ ହେବା ପରେ ପ୍ରତ୍ୟେକ କଷ୍ଟ କରୁଥିବା ବ୍ୟକ୍ତି ସମର୍ଥନ ହାସଲ କରିପାରିବେ ନାହିଁ । ଯାହା ଏଠି ସତ୍ୟ ପ୍ରମାଣତି ହେଉଛି। କାରଣ ଦିଲ୍ଲୀରେ ବର୍ତ୍ତମାନ ପ୍ରସିଦ୍ଧ "ବାବା କା ଢାବା" ଥିବା ବେଳେ ଆଗ୍ରାସ୍ଥିତ "ରୋଟିୱାଲି ଆମ୍ମା" ଭିଡିଓ ଭାଇରାଲ ପରେ ବି ବ୍ୟବସାୟ ଶୂନ, ଆମ୍ମା ଚାହିଁ ରହିଛି ଗ୍ରାହକଙ୍କୁ।

ଏହି 80 ବର୍ଷ ବୟସ୍କା ବୃଦ୍ଧା ମଧ୍ୟ ରୋଟୀ, ଡାଲି, ପନିପରିବା, ଏବଂ ଭାତକୁ ଏକ ପ୍ଲେଟରେ 20 ଟଙ୍କାରେ ପରିବେଷଣ କରନ୍ତି । ଗତ 15 ବର୍ଷ ଧରି ଆଗ୍ରା ସ୍ଥିତ ସେଣ୍ଟ ଜନ୍ କଲେଜ ନିକଟରେ ତାଙ୍କ ଷ୍ଟଲ୍ ଚଳାଇ ଅଧିକାଂଶ ରିକ୍ସାୱାଲା ଏବଂ ଶ୍ରମିକଙ୍କୁ ଖାଦ୍ୟ ଯୋଗାଉଥିଲେ। କିନ୍ତୁ, ଅନ୍ୟ ସମସ୍ତ ବ୍ୟବସାୟ ପରି, ଛୋଟ କିମ୍ବା ବଡ, ଦ୍ବାରା ପ୍ରବାଭିତ ହୋଇଛି ଆମ୍ମାଙ୍କ ଛୋଟ ଢାବା। କୋରୋନା କାରଣରୁ କେହି ଗ୍ରାହକ ଆସୁନାହାଁନ୍ତି ଏମିତିକି ରାସ୍ତା କଡରୁ ଷ୍ଟଲ ଉଠେଇବାକୁ ମିଳିଛି ଧମକ।

ଆମ୍ମା କହିଛନ୍ତି ଯେ, ତାଙ୍କର ଦୁଇ ପୁଅ ତାଙ୍କ ଯତ୍ନ ନେଉନାହାଁନ୍ତି ଏବଂ ସେଥିପାଇଁ ସେ ରୋଜଗାର ପାଇଁ ସେ ଏହି ଛୋଟ ଭୋଜନାଳୟ ଚଳାନ୍ତି । "ମୋତେ କେହି ସାହାଯ୍ୟ କରୁନାହାଁନ୍ତି। ଯଦି କେହି ମୋ ସହିତ ଥାଆନ୍ତେ, ମୁଁ ଏହି ପରିସ୍ଥିତିର ସାମ୍ନା କରି ନଥା'ନ୍ତି। ଅଧିକାଂଶ ସମୟରେ ମୋତେ ଏହି ସ୍ଥାନ ଛାଡିବାକୁ କୁହାଯାଏ। ମୁଁ କୁଆଡେ ଯିବି? ବୋଲି କୋହଭରା କଣ୍ଠରେ"ସେ କୁହନ୍ତି।

ତାଙ୍କ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ "ବାବା କା ଢାବା" ପରି ଭାଇରାଲ ହୋଇଥିଲା, କିନ୍ତୁ ଭାଗ୍ୟ କିମ୍ବା ଜନସାଧାରଣଙ୍କ ସହାନୁଭୂତି ନଥିବାରୁ ତାଙ୍କ କାହାଣୀ ଏକ ସଫଳ କାହାଣୀରେ ପରିଣତ ହୋଇପାରି ନାହିଁ। ଆମ୍ମା ଏପର୍ଯ୍ୟନ୍ତ ସାହାଯ୍ୟ ପାଇଁ ଅପେକ୍ଷା କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.