ETV Bharat / bharat

ଭାରତର ପ୍ରଥମ ଏସି ଟ୍ରେନ, ଯେଉଁଥିରେ ଗରମରୁ ମୁକ୍ତି ପାଇଁ ଲାଗୁଥିଲା ବରଫ

author img

By

Published : Sep 8, 2020, 8:55 AM IST

ଭାରତର ପ୍ରଥମ ଏସି ଟ୍ରେନ ଫ୍ରଣ୍ଟିୟର ମେଲ(ବର୍ତ୍ତମାନ ଗୋଲ୍ଡେନ ଟେମ୍ପଲ ମେଲ)କୁ 92 ବର୍ଷ ପୂରିଛି । ତେବେ କେମିତି ଥିଲା ଏହି ଟ୍ରେନରେ ଯାତ୍ରା ସେନେଇ ଆସନ୍ତୁ ଜାଣିବା କିଛି ଅଜଣା କଥା । ଅଧିକ ପଢ଼ନ୍ତୁ...

Unknown facts, india's first ac train, history of frontier mail, Golden temple mail, ଭାରତର ପ୍ରଥମ ଏସି ଟ୍ରେନ, ଫ୍ରଣ୍ଟିୟର ମେଲର ଇତିହାସ, ଗରମରୁ ମୁକ୍ତି ପାଇଁ ବରଫ ଖଣ୍ଡ, ଅଜଣା କଥା, ଗୋଲ୍ଡେନ ଟେମ୍ପଲ ମେଲ, ଫ୍ରଣ୍ଟିୟର ମେଲକୁ  92 ବର୍ଷ
ଭାରତର ପ୍ରଥମ ଏସି ଟ୍ରେନ, ଯେଉଁଥିରେ ଗରମରୁ ମୁକ୍ତି ପାଇଁ ଲାଗୁଥିଲା ବରଫ

ଆଜି ଠାରୁ ପ୍ରାୟ 92 ବର୍ଷ ପୂର୍ବେ ସେପ୍ଟେମ୍ବର ମାସରେ ଭାରତରେ ଗଡ଼ିଥିଲା ପ୍ରଥମ ଏସି ବଗି ଟ୍ରେନ । ଏହି ଟ୍ରେନ ଆଜି ମଧ୍ୟ ଯାତ୍ରୀଙ୍କୁ ସେବା ଯୋଗାଉଛି । ତେବେ ଏହି ଟ୍ରେନର ପୁରୁଣା ନାମ ହୁଏତ ବଦଳି ଯାଇଥାଇ ପାରେ, କିନ୍ତୁ ଏହାର ପୁରୁଣା ଗୌରବ ଓ ଗାରିମା ଏବେ ମଧ୍ୟ ରହିଛି । 1 ସେପ୍ଟମ୍ବର 1928ରେ ଆରମ୍ଭ ହୋଇଥିବା ଏହି ଟ୍ରେନର ନାମ ଥିଲା ଫ୍ରଣ୍ଟିୟର ମେଲ, ଯାହା ସ୍ବାଧୀନତା ସଂଗ୍ରାମର ମୁକସାକ୍ଷୀ ମଧ୍ୟ । ଏହି ଟ୍ରେନରେ ଭିନ୍ନ ଧରଣର ବଗି ଗୁଡ଼ିକର ବ୍ୟବହାର କରାଯାଉଥିଲା ।

ଫ୍ରଣ୍ଟିୟର ମେଲର ଏସି ବଗି

ଫ୍ରଣ୍ଟିୟର ମେଲର ଏସି ବଗି ଥିଲା ସବୁଠାରୁ ଖାସ । ଏହି ବଗିରେ ଯାତ୍ରୀ ମାନଙ୍କୁ ଗରମରୁ ମୁକ୍ତି ଦେବା ପାଇଁ ବରଫ ଖଣ୍ଡ ସବୁ ଲଗା ଯାଉଥିଲା । ଏହାପରେ ଅନେକ ଷ୍ଟେସନରେ ତରଳି ଯାଇଥିବା ବରଫର ପାଣି ବାହାର କରି ନୂଆ ବରଫ ଖଣ୍ଡ ସବୁ ଲଗାଯାଉଥିଲା । ଏହି ଟ୍ରେନରେ ଲାଗିଥିବା ପଙ୍ଖା କୋଚ ମଧ୍ୟ ଥଣ୍ଡା ଦେଉଥିଲା । ଏହି ଟ୍ରେନରେ 1934 ମସିହାରେ ଏସି ଲଗାଯିବାର କାର୍ଯ୍ୟ ଆରମ୍ଭ ହେଲା ଓ ଏହା ଭାରତର ପ୍ରଥମ ଏସି ବଗି ଟ୍ରେନ ହୋଇଗଲା ।

ଇଂରେଜ ଅଧିକାରୀଙ୍କ ସମେତ ଅନେକ ସ୍ବାଧୀନତା ସଂଗ୍ରାମୀ ଏଥିରେ କରିଛନ୍ତି ଯାତ୍ରା

ସ୍ବାଧୀନତା ସଂଗ୍ରାମର ସାକ୍ଷୀ ହୋଇଥିବା ଏହି ଫ୍ରଣ୍ଟିୟର ମେଲ ମୁମ୍ବାଇ ଠାରୁ ଆଫଗାନ ସୀମା ପେଶାୱର ପର୍ଯ୍ୟନ୍ତ ଯାତ୍ରା କରୁଥିଲା । ଏହି ଟ୍ରେନରେ ଇଂରେଜ ଅଧିକାରୀଙ୍କ ବ୍ୟତୀତ ସ୍ବାଧୀନତା ସଂଗ୍ରାମୀ ମଧ୍ୟ ଯାତ୍ରା କରୁଥିଲେ । ଜାତୀର ପିତା ମହାତ୍ମା ଗାନ୍ଧୀ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମଧ୍ୟ ଫ୍ରଣ୍ଟିୟର ମେଲରେ ଯାତ୍ରା କରି ସାରିଛନ୍ତି ।

ଫ୍ରଣ୍ଟିୟର ମେଲର ଆରମ୍ଭ

1928 ମସିହା ସେପ୍ଟେମ୍ବର 1 ତାରିଖରେ ଫ୍ରଣ୍ଟିୟର ମେଲ ନିଜର ଯାତ୍ରା ମୁମ୍ବାଇର ବଲ୍ଲାର୍ଡ ପିୟର ମୋଲ ରେଲୱେ ଷ୍ଟେସନ ଠାରୁ ଆଫଗାନ ବୋର୍ଡର ପେଶାୱର ପର୍ଯ୍ୟନ୍ତ ଆରମ୍ଭ ହୋଇଥିଲା । 2020 ସେପ୍ଟେମ୍ବର 1ରେ ଏହି ଟ୍ରେନକୁ 92 ବର୍ଷ ପୁରିଛି । ଫ୍ରଣ୍ଟିୟର ମେଲ 2335 କିଲୋମିଟର ଲମ୍ବା ଯାତ୍ରାକୁ 72 ଘଣ୍ଟାରେ ପୁରା କରୁଥିଲା । ଏହି ଟ୍ରେନର ଆଉ ଏକ ଖାସ କଥା ହେଲା ଏହା କେବେ ବିଳମ୍ବରେ ଚାଲୁ ନଥିଲା ।

1996ରେ ବଦଳିଲା ଟ୍ରେନର ନାମ

1986 ମସିହାରେ ଫ୍ରଣ୍ଟିୟର ମେଲର ନାମ ପରିବର୍ତ୍ତନ କରି ଗୋଲ୍ଡେନ ଟେମ୍ପଲ ମେଲ (ସ୍ବର୍ଣ୍ଣ ମନ୍ଦିର ମେଲ) ବୋଲି ରଖାଗଲା । ସ୍ବାଧୀନତା ପୂର୍ବରୁ ଚାଲୁଥିବା ଏହି ଟ୍ରେନ ମୁମ୍ବାଇ, ବଡୌଦା, ମଥୁରା, ଦିଲ୍ଲୀ, ଅମୃତସର, ଲାହୋର ଦେଇ ପେଶାୱର ପର୍ଯ୍ୟନ୍ତ ଯାଉଥିଲା । ଇଂରେଜ ଅଧିକାରୀଙ୍କ ସୁବିଧା ପାଇଁ ଏହି ଟ୍ରେନ ସମୁଦ୍ର କୂଳରେ ସ୍ଥିତ ବଲ୍ଲାର୍ଡ ପିୟର ମୋଲ ରେଲୱେ ଷ୍ଟେସନ ଠାରୁ ଚାଲୁଥିଲା । ଲଣ୍ଡନ ଠାରୁ ଭାରତ ଆସୁଥିବା ଇଂରେଜ ଅଧିକାରୀଙ୍କ ଜାହାଜ ଟିକେଟ ସେହ ଏହି ଟ୍ରେନ ଟିକେଟ ମଧୟ ଯୋଡ଼ି ହେଉଥିଲା ।

ଯାତ୍ରୀଙ୍କୁ ମିଳୁଥିଲା ନ୍ୟୁଜ୍‌ ଅପଡେଟ

ସେତେବେଳେ ଇଣ୍ଟରନେଟ ସୁବିଧା ନଥିଲା ସତ, କିନ୍ତୁ ଏହା ସତ୍ତ୍ବେ ଏହି ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ତାଜା ଖବର ନେଇ ଅପଡେଟ ଦିଆଯାଉଥିଲା । ଏଥିପାଇଁ ଏକ ବିଖ୍ୟାତ ସମାଚାର ଏଜେନ୍ସି ସହ ଟେଲିଗ୍ରାଫିକ ନ୍ୟୁଜ୍‌ର ବିଶେଷ ଆୟୋଜନ ହେଉଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.