ETV Bharat / bharat

କଳା ବାଲିର ବେଳାଭୂମି: ଦିବାଲୋକରେ ସ୍ବର୍ଗ, ରାତିରେ ସୈତାନର ଘର ! - କଳାବାଲିର ବେଳାଭୂମି

ଗୁଜୁରାଟରେ ଅବସ୍ଥିତ ଡୁମାସ୍ ବେଳାଭୂମି, ଯାହା ପଛରେ ରହିଛି ଅନେକ କାହାଣୀ । ଏହାର ସୌନ୍ଦର୍ଯ୍ୟ ଯେତିକି ଆକର୍ଷଣୀୟ ବେଳାଭୂମିର କାହାଣୀ ସେତିକି ଭୟାନକ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ କିଛି ଅଜଣା କଥା ।

Unknown facts, haunted dumas beach of surat, gujrat beach, Dumas beach, ଅଜଣା କଥା, ଦିବାଲୋକରେ ସ୍ବର୍ଗ, ରାତିରେ ଶୈତାନର ଘର, କଳାବାଲିର ବେଳାଭୂମି, ଡୁମାସ୍ ବେଳାଭୂମି
କଳା ବାଲିର ବେଳାଭୂମି: ଦିବାଲୋକରେ ସ୍ବର୍ଗ, ରାତିରେ ଶୈତାନର ଘର !
author img

By

Published : Jul 24, 2020, 9:47 AM IST

ଗୁଜୁରାଟ: ସାରା ବିଶ୍ବର ଅନେକ ବେଳାଭୂମି ଅଛି ଯାହା ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ । ସମସ୍ତ ବେଳାଭୂମିର ରହିଛି ନିଜସ୍ବ ସ୍ବତନ୍ତ୍ରତା । କେଉଁଠି ରଙ୍ଗିନ ସମୁଦ୍ର ତ କେଉଁଠି ପୁଣି ବେଳାଭୂମି ସହ ଲୁଚକାଳି ଖେଳୁଥିବା ସାଗର । ତେବେ ଏମିତି ଏକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ବେଳାଭୂମି ହେଉଛି ଗୁଜୁରାଟର ଡୁମାସ୍ ବେଳାଭୂମି । ଯାହା ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରେ । ତେବେ ଏହି ବେଳାଭୂମି ବିଷୟରେ ଆଉ ଏକ ବିଶେଷ କଥା ହେଉଛି ଏହାର କୁଖ୍ୟାତ କଳା ବାଲି ଓ ତା ପଛରେ ଥିବା ଭୟର କାହାଣୀ ।

Unknown facts, haunted dumas beach of surat, gujrat beach, Dumas beach, ଅଜଣା କଥା, ଦିବାଲୋକରେ ସ୍ବର୍ଗ, ରାତିରେ ଶୈତାନର ଘର, କଳାବାଲିର ବେଳାଭୂମି, ଡୁମାସ୍ ବେଳାଭୂମି
କଳା ବାଲିର ବେଳାଭୂମି

ଭାରତର ଗୁଜୁରାଟରେ ଅବସ୍ଥିତ ଏହି ବେଳାଭୂମି ସୁରତ ସହରଠାରୁ ମାତ୍ର 13 ମାଇଲ ଦୂରରେ। ସୁରତରେ ଅନେକ ଚମତ୍କାର ବେଳାଭୂମି ଅଛି, ସେଥିମଧ୍ୟରୁ ଗୋଟିଏ ହେଉଛି ଡୁମାସ୍ ବେଳାଭୂମି । ଦିବାଲୋକରେ ଏହା ‘ଭଗବାନଙ୍କ ଘର’ ପରି ଦେଖାଯାଏ । କିନ୍ତୁ ରାତିରେ ଏହା ପାଲଟି ଯାଏ ସୈତାନର ସ୍ବର୍ଗ ।

ସମୁଦ୍ର କୂଳକୁ ପ୍ରତିଦିନ ବହୁ ସଂଖ୍ୟାରେ ପର୍ଯ୍ୟଟକ ବୁଲିବାକୁ ଆସନ୍ତି, କିନ୍ତୁ ଯେତେବେଳେ ଅନ୍ଧାର ହୁଏ, ଆପଣ କାହାକୁ ବି ସମୁଦ୍ର କୂଳରେ ବୁଲୁଥିବାର ଦେଖିବାକୁ ପାଇବେ ନାହିଁ । ଯେଉଁମାନେ ସମୁଦ୍ର କୂଳରେ ରାତି ବିତାଇବାକୁ ଚ୍ୟାଲେଞ୍ଜ କରନ୍ତି ସେମାନେ ପୁନର୍ବାର ଫେରି ଆସନ୍ତି ନାହିଁ କିମ୍ବା ଅନେକ ଭୟାନକ ଜିନିଷ ମଧ୍ୟ ଦେଇ ଗତି କରିଥା’ନ୍ତି ।

ଆରବ ସାଗରର ପାର୍ଶ୍ବରେ ଅବସ୍ଥିତ ଡୁମାସ୍ ବେଳାଭୂମି ଏହାର ଭୟାନକ କଥା ପାଇଁ ବେଶ୍ ଜଣାଶୁଣା । ଏହାର କଳା ବାଲି ପାଇଁ ମଧ୍ୟ ଏହା ପ୍ରସିଦ୍ଧ । ତେବେ କୁହାଯାଏ ଯେ ସମୁଦ୍ର କୂଳ ଆଗରୁ ମଶାଣି ଥିଲା । ତେଣୁ, ବର୍ତ୍ତମାନ ବିଭିନ୍ନ ଆତ୍ମା ଏଠାରେ ରହିଛନ୍ତି ଯେଉଁମାନେ ଏହି ଅଞ୍ଚଳ ଛାଡିବାକୁ ଚାହୁଁ ନାହାଁନ୍ତି ।

କିମ୍ବଦନ୍ତୀ ଅନୁଯାୟୀ ଏହି ସମୁଦ୍ର କୂଳର କଳା ବାଲି ପଛର କାରଣ ହେଉଛି ମୃତକମାନେ ଜଳିବା ପରେ ପାଉଁଶ ସବୁ ବାଲିରେ ମିଶିଯାଇଛି । ଯାହାକି ସମୁଦ୍ର କୂଳର ଧଳା ବାଲିକୁ କଳା କରିଦେଇଛି ।

ଦିବାଲୋକରେ ସ୍ବର୍ଗ, ରାତିରେ ଶୈତାନର ଘର !

ଡୁମାସ୍ ବେଳାଭୂମିର ଭୟାନକ କାହାଣୀ

ଏଥିରେ କୌଣସି ସନ୍ଦେହ ନାହିଁ ଯେ ସମୁଦ୍ର କୂଳର ଏକ ସ୍ବତନ୍ତ୍ର ସୌନ୍ଦର୍ଯ୍ୟ ଅଛି । କିନ୍ତୁ ଏହା ଆପଣଙ୍କୁ ବ୍ୟତିବ୍ୟସ୍ତ ବି କରେ । ଏହି ବେଳାଭୂମି ସହିତ ଆସୁଥିବା ଏହାର ନକାରାତ୍ମକ ଅନୁଭବରୁ ଆପଣ ରକ୍ଷା ପାଇପାରିବେ ନାହିଁ ।

ସ୍ଥାନୀୟ କାହାଣୀ ଅନୁଯାୟୀ, ସୂର୍ଯ୍ୟ ଅସ୍ତ ହେବା ପରେ ପ୍ରଚୁର ଅସ୍ବଭାବିକ କାର୍ଯ୍ୟକଳାପ ହେଉଥିବାର ବର୍ଣ୍ଣନା କରାଯାଇଛି ।

ରିପୋର୍ଟ ହେଉଛି ଅନେକ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକମାନେ ସୂର୍ଯ୍ୟୋଦୟ ପରେ ସମୁଦ୍ର କୂଳରେ ବୁଲିବାକୁ ନିଷ୍ପତ୍ତି ନେବାବେଳେ ଡୁମାସ୍ ବେଳାଭୂମିରୁ ନିଖୋଜ ହୋଇଯାଇଛନ୍ତି ।

ଡୁମାସ୍ ବେଳାଭୂମିରେ ଜଣେ ବ୍ୟକ୍ତିଙ୍କ ମୃତଦେହ ମିଳିଥିଲା ଯାହାଙ୍କର ଜିଭ ବାହାରି ଆସିଥିଲା। ଏଭଳି ଘଟଣାର କାରଣ କ’ଣ ଆଜି ପର୍ଯ୍ୟନ୍ତ କେହି ଜାଣିପାରିଲେ ନାହିଁ । ଲୋକମାନେ ଅଜବ ଶବ୍ଦ ମଧ୍ୟ ଶୁଣିବାକୁ ପାଇଥିଲେ । ଯେପରିକି କେହି ହସୁଛି କିମ୍ବା କାନ୍ଦୁଛି ।

ଅଧିକନ୍ତୁ, ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି ଯେ ସେମାନେ ବହୁ ରହସ୍ୟମୟ ଅସ୍ବଭାବିକ କାର୍ଯ୍ୟକଳାପ ବ୍ୟତୀତ ଧଳା ଛାଇ ଏବଂ ଚଳପ୍ରଚଳ କରୁଥିବା କିଛି ଛାଇ ଦେଖିଛନ୍ତି ଯାହାକୁ ବୁଝିବା ସେମାନଙ୍କ ପକ୍ଷେ ଅସମ୍ଭବ ।

ଏହା ଅଜବ ଲାଗୁଥାଇପାରେ, ତଥାପି ସମୁଦ୍ର କୂଳରେ ଥିବା କୁକୁରମାନେ ସୂର୍ଯ୍ୟାସ୍ତ ପରେ ବହୁତ ଅଦ୍ଭୁତ ଆଚରଣ କରନ୍ତି । ବିଶ୍ବାସ କରାଯାଏ ଯେ ସେମାନେ ଚିତ୍କାର କରିବା ଏବଂ ଭୋକିବା ଦ୍ବାରା ସେମାନଙ୍କ ଅସନ୍ତୋଷର ଭାବନାକୁ ପ୍ରତିନିଧିତ୍ବ କରନ୍ତି ।

ସମୁଦ୍ର କୂଳ ନିକଟରେ ଥିବା ପ୍ରାସାଦ ମଧ୍ୟ ଆତ୍ମାଙ୍କ ଦ୍ବାରା ଅକ୍ତିଆର ହୋଇଥିବା କୁହାଯାଉଛି । ସ୍ଥାନୀୟ ଲୋକଙ୍କ ରିପୋର୍ଟ ଅନୁଯାୟୀ, ପର୍ଯ୍ୟଟକ ସେହି ସ୍ଥାନ ପରିଦର୍ଶନ କରିବାକୁ ମଧ୍ୟ ସାହସ କରନ୍ତି ନାହିଁ ।

କିଛି ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକ ସେହି ପ୍ରାସାଦର ବାଲକୋନୀରେ କେହି ଜଣେ ଠିଆ ହୋଇଥିବା ଦେଖିଥିବା କହିଛନ୍ତି। ହେଲେ ରାଜପ୍ରାସାଦ ବନ୍ଦ ରହିଛି ଏବଂ ଏହା ଭିତରେ କେହି ପ୍ରବେଶ କରିବାର କୌଣସି ଉପାୟ ନାହିଁ ।

ଡୁମାସ୍‌ ବେଳାଭୂମି ନିକଟସ୍ଥ ପ୍ରାସାଦ

ଡୁମାସ୍ ବେଳାଭୂମିର କାହାଣୀ ଶୁଣିବା ପରେ ଦେଶର ବିଭିନ୍ନ ସ୍ଥାନରୁ ଅନେକ ଲୋକ ଏହି ଘଟଣାର ସତ୍ୟାସତ୍ୟ ପରୀକ୍ଷା କରିବାକୁ ଆସନ୍ତି ।

କେମିତି ଯିବେ ଡୁମାସ୍‌ ବେଳାଭୂମି

ସମୁଦ୍ର କୂଳରେ ପହଞ୍ଚିବା ପାଇଁ ଅନେକ ଉପାୟ ଅଛି । ଡୁମାସ୍ ବେଳାଭୂମି ସୁରତ ସହର ଠାରୁ 20 କିଲୋମିଟର ଦୂରରେ ଅବସ୍ଥିତ ।

ସମୁଦ୍ର କୂଳରେ ପହଞ୍ଚିବାକୁ ପ୍ରାୟ ଅଧ ଘଣ୍ଟା ସମୟ ଲାଗିଥାଏ । ସୁରତରୁ ଡୁମାସ୍ ବେଳାଭୂମି ପର୍ଯ୍ୟନ୍ତ ଅନ୍ୟାନ୍ୟ ସ୍ଥାନୀୟ ପରିବହନ ମଧ୍ୟ ଉପଲବ୍ଧ ।

ତେବେ ଏହି ଘଟଣା, ବେଳାଭୂମି ପଛରେ କଣ ରହସ୍ୟ ରହିଛି ତାହା କେହି ଜାଣନ୍ତି ନାହିଁ । କିନ୍ତୁ ଏହି ଆଶ୍ଚର୍ଯ୍ୟ କରୁଥିବା ବେଳାଭୂମିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଥରେ ହେଉ ପଛେ ସମସ୍ତେ ସେଠାକୁ ବୁଲିବାକୁ ଯାଆନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.