ETV Bharat / bharat

ସବୁଠୁ ଦାମୀ ଅଇନା, ଜାଣନ୍ତୁ କେଉଁଠି ମିଳୁଛି

ଅଇନାର ମୂଲ୍ୟ 2 ଲକ୍ଷ ଟଙ୍କା। ଆପଣଙ୍କୁ ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ । ହେଲେ କଥାଟି ସତ। କେରଳରେ ପ୍ରଥମେ ତିଆରି ହୋଇଥିଲା ଏହି ଦାମି ଅଇନା। କେରଳର ଭୟଙ୍କରୀ ବନ୍ୟା ପରେ ମୁମ୍ବାଇର ହାବିଟାଟ ଅଫ ଇଣ୍ଡିଆ ସାହାଯ୍ୟରେ ଏବେ ଶିଳ୍ପୀ ମାନେ ଏହି ଅଇନା ତିଆରି କରୁଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Mar 23, 2019, 5:12 PM IST

ଥିରୁବନନ୍ତପୁରମ: ଅର୍ଣ୍ଣାମୂଲା କନାଡି ହାତ ତିଆରି ମେଟାଲ ମିରର। ଯାହାର ମୂଲ୍ୟ 2 ଲକ୍ଷ ଟଙ୍କା । ସାଧାରଣତଃ ଏହି ମିରର ବିବାହ ଏବଂ ଘର ପ୍ରତିଷ୍ଠା ଉତ୍ସବରେ ଉପହାର ଭାବେ ପ୍ରଦାନ କରାଯାଏ।

ଏହି ମେଟାଲ ମିରର ପ୍ରଥମେ କେରଳର ଅର୍ଣ୍ଣାମୂଲା ଜିଲ୍ଲାରେ ତିଆରି ହୋଇଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ଶିଳ୍ପୀ ମାନେ ମିଶି ଏଭଳି ଅଇନା ତିଆରି କରିଥାନ୍ତି। ହେଲେ କେରଳର ଭୟଙ୍କରୀ ବନ୍ୟାରେ ଭାସିଯାଇଥିଲା ସବୁକିଛି । ଶିଳ୍ପୀ ମାନଙ୍କ ପାଖରେ ଆବଶ୍ୟକ ହେଉଥିବା ସାମଗ୍ରୀ ନଥିଲା ଏହି ମିରର ତିଆରି ପାଇଁ । ହେଲେ ଶିଳ୍ପୀ ପୁଣି ଥରେ ଫେରିଛନ୍ତି ସେମାନଙ୍କ ବୃତ୍ତିକୁ।

ମୁମ୍ବାଇର ହାବିଟାଟ ଅଫ ଇଣ୍ଡିଆ ଶିଳ୍ପୀ ମାନଙ୍କୁ ମିରର ତିଆରି ପାଇଁ ଆବଶ୍ୟକୀୟ ସାମଗ୍ରୀ ଯୋଗାଉଛି । ଏହି ଅଇନାର ସବୁଠୁ ମହତ୍ବପୂର୍ଣ୍ଣ ବିଶେଷତ୍ବ ହେଲା, ବିନା ପ୍ରତିମ୍ବିବରେ ଜଣଙ୍କର ଫଟୋ ଚିତ୍ର ଏହି ମିରରେ ଦେଖାଯିବ ।

ବର୍ତ୍ତମାନ ଅର୍ଣ୍ଣାମୂଲାରେ ବିଶ୍ବ ବ୍ରାହ୍ମଣ ଅର୍ଣ୍ଣାମୂଲା ମେଟାଲ ସୋସାଇଟି ରହିଛି । ଏହି ସୋସାଇଟି ଅଧିନରେ 22ଟି ୟୁନିଟ କାମ କରୁଛି। ଏହି ମିରର ବିଶ୍ବର ସବୁ ମିରର ଠାରୁ ଭିନ୍ନ ଏବଂ ଦାମୀ। ଏହାର ଦାମ 650 ଟଙ୍କାରୁ ଆରମ୍ଭ ହୋଇ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.