ETV Bharat / bharat

କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡା କୋରୋନା ପଜିଟିଭ

କୋରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡ଼ା । ଏନେଇ କେନ୍ଦ୍ରମନ୍ତ୍ରୀ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି। ଅଧିକ ପଢ଼ନ୍ତୁ...

କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡ଼ା କୋରୋନା ପଜିଟିଭ, ଟ୍ବିଟ ଯୋଗେ ଦେଲେ ସୂଚନା

author img

By

Published : Nov 19, 2020, 9:55 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ କବଳରେ କେନ୍ଦ୍ର ରାସାୟନିକ ପଦାର୍ଥ ଏବଂ ସାର ଯୋଗାଣ ମନ୍ତ୍ରୀ ସଦାନନ୍ଦ ଗୌଡ଼ା । ଏନେଇ କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡା ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି । ଏହାସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋରୋନା ଯାଞ୍ଚ କରାଇ ନେବାକୁ ସେ ନିବେଦନ କରିଛନ୍ତି ।

କିଛିଦିନ ତଳେ ସାର ଯୋଗାଣ ମନ୍ତ୍ରୀ ସଦାନନ୍ଦ ଗୌଡ଼ାଙ୍କ ଦେହରେ କୋରୋନା ଭାଇରସ ସଂକ୍ରମଣ ଲକ୍ଷଣ ଦେଖା ଦେଇଥିଲା। ଏହାପରେ କେନ୍ଦ୍ରମନ୍ତ୍ରୀ ନିଜ କୋରୋନା ଯାଞ୍ଚ କରାଇଥିଲେ। । ତେବେ ଆଜି(ଗୁରୁବାର) ସେ କୋରୋନା ସଂକ୍ରମିତ ହୋଇଥିବା ନେଇ ରିପୋର୍ଟ ଆସିଛି ।

କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡ଼ା କୋରୋନା ପଜିଟିଭ, ଟ୍ବିଟ ଯୋଗେ ଦେଲେ ସୂଚନା
କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡ଼ା କୋରୋନା ପଜିଟିଭ, ଟ୍ବିଟ ଯୋଗେ ଦେଲେ ସୂଚନା

ଏହାକୁ ନେଇ ସଦାନନ୍ଦ ଗୌଡ଼ା ଟ୍ବିଟ କରିଛନ୍ତି ଯେ, ମୋ ଦେହରେ କିଛି ଦିନ ତଳେ କୋରୋନା ଲକ୍ଷଣ ଦେଖା ଦେଇଥିଲା। ଏଥିପାଇଁ ମୁଁ ମୋର କୋରୋନା ଯାଞ୍ଚ କରାଇଥିଲି। ତେବେ ଆଜି ମୋର କୋରୋନା ରିପୋର୍ଟ ପଜିଟିଭ ଆସିଛି। ବର୍ତ୍ତମାନ ମୁଁ ମୋ ନିଜକୁ ସଂଗରୋଧ କରି ରଖିଛି। ମୋ ସଂସ୍ପର୍ଶରେ ଆସିଥିବା ନିଜକୁ ଆଇସୋଲେଟ କରି ରଖନ୍ତୁ ଏବଂ ନିଜର କୋରୋନା ଯାଞ୍ଚ କରାଇ ନେବାକୁ ମୁଁ ଅନୁରୋଧ କରୁଛି । କୋଭିଡ ନିୟମ ପାଳନ କରନ୍ତୁ ସୁସ୍ଥ ରୁହନ୍ତୁ ।

ବର୍ତ୍ତମାନ ସଦାନନ୍ଦ ଗୌଡ଼ା କେନ୍ଦ୍ର ରାସାୟନିକ ପଦାର୍ଥ ଏବଂ ସାର ଯୋଗାଣ ମନ୍ତ୍ରୀ ଦାୟିତ୍ବରେ ରହିଛନ୍ତି । ପୂର୍ବରୁ ସେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଦାୟିତ୍ବରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.