ନୂଆଦିଲ୍ଲୀ: ତୁଟିଲା 30 ବର୍ଷର ସମ୍ପର୍କ । କ୍ଷମତା ପାଇଁ ଭାଇ ହେଲା ଭଗାରୀ । ଯେଉଁ ହିନ୍ଦୁତ୍ବକୁ ନେଇ ବିଜେପି-ଶିବସେନା ଏକାଠି ହୋଇଥିଲେ ଆଜି ସେହି ବିଚାରଧାରା ଆଉ ନାହିଁ । ମହାରାଷ୍ଟ୍ର କ୍ଷମତା ପାଇଁ ବିଜେପି-ଶିବସେନା ମଧ୍ୟରେ ଅଙ୍କ ନ ଛିଡିବାରୁ ଉଭୟ ଦଳ ସବୁ ସମ୍ପର୍କ ଛିନ୍ନ କରିଛନ୍ତି । ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ଶିବସେନାରୁ ଏକମାତ୍ର ସାଂସଦ ଭାବେ ମନ୍ତ୍ରୀ ହୋଇଥିବା ଅରବିନ୍ଦ ସାୱନ୍ତ ଆଜି କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି ।
ମୋଦିଙ୍କ ଦ୍ବିତୀୟ ପାଳିରେ ଭାରୀଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଥିବା ଅରବିନ୍ଦ ଇସ୍ତଫା ସଂପର୍କରେ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି ।