ମୁମ୍ବାଇ: ଦେଶରେ ବଢିଚାଲିଛି ମହାମାରୀ କୋରୋନା ସଂକ୍ରମଣ । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ଜନପ୍ରତିନିଧି ପର୍ଯ୍ୟନ୍ତ ସମସ୍ତେ କୋରୋନା କବଳରେ କବଳିତ । ଅନେକ ହେଭିୱେଟ ନେତା ମନ୍ତ୍ରୀ କୋରୋନାରେ ସଂକ୍ରମିତ ହୋଇସାରିଲେଣି । ଏପରିସ୍ଥିତିରେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ମନ୍ତ୍ରୀ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଗଡକାରି ଟ୍ବିଟ କରି କହିଛନ୍ତି ଯେ ମଙ୍ଗଳବାର ମୁଁ ଅସୁସ୍ଥ ଅନୁଭବ କରୁଥିଲି ଏବଂ ମୋର ଡାକ୍ତରଙ୍କ ସହିତ ପରାମର୍ଶ କଲି | ତେବେ ଚେକଅପ ସମୟରେ କୋରୋନା ପଜିଟିଭ ଚିହ୍ନଟ ହୋଇଛି | ସମସ୍ତଙ୍କ ଆଶୀର୍ବାଦ ଏବଂ ଶୁଭେଚ୍ଛା ଯୋଗୁଁ ଏବେ ସୁସ୍ଥ ଥିବା ସହ ନିଜକୁ ଆଇସୋଲେସନରେ ରଖିଛି ।
ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କୋଭିଡ ଗାଇଡଲାଇନ ଅନୁଯାୟୀ ଆଇସୋଲେସନରେ ରଖିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।