ନାଗପୁର: ଘରକୁ ଘର ବୁଲି ସିଏଏ ସପକ୍ଷରେ ସମର୍ଥନ ଲୋଡ଼ିବା ସହ ଏହାକୁ ନେଇ ଥିବା ଦେଶବାସୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ଦୂର କରିବା ପାଇଁ ବିଜେପି ସଚେତନତା ଶୋଭାଯାତ୍ରା କରୁଛି । ଏହି ପରିପ୍ରେକ୍ଷୀରେ ଦଳର ଅନେକ କେନ୍ଦ୍ରମନ୍ତ୍ରୀ ଏହି ଅଭିଯାନରେ ସାମିଲ ରହୁଛନ୍ତି। ଏହି କ୍ରମରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ନିଜର ସଂସଦୀୟକ୍ଷେତ୍ର ନାଗପୁରରେ ଥିବା ମୁସଲିମ ବସ୍ତିରେ ପହଞ୍ଚିଛନ୍ତି ।
ମୋହନ ନଗର ମୁସଲିମ ସମୁଦାୟଙ୍କୁ ଏହି ଆଇନରେ କୌଣସି ପ୍ରକାର ଭୟଭୀତ ହେବାର ଆଶଙ୍କା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଗଡକରୀଙ୍କ ସହ ରାଜ୍ୟ ପ୍ରଭାରୀ ସରୋଜ ପାଣ୍ଡେ ଉପସ୍ଥିତ ରହିଥିଲେ।
ସେ କହିଛନ୍ତି ଯେ, ପ୍ରତ୍ୟେକ ମୁସଲମାନ ଯେଉଁମାନଙ୍କ ପିଢି ପରେ ପିଢି ଭାରତରେ ରହିଆସିଛନ୍ତି, ସେମାନେ ସମସ୍ତେ ଭାରତର ନାଗରିକ । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ସିଏଏ ଆଇନ ସମ୍ପର୍କରେ ଲୋକଙ୍କ ମନରେ ଭ୍ରାନ୍ତ ଧାରଣା ଦୂର କରିବା ଉଦ୍ଦେଶ୍ୟରେ ଏହି ଅଭିଯାନରେ ସାମିଲ ରହିଛନ୍ତି । ସେ ମୋହନ ନଗର ମୁସଲିମ ବସ୍ତିରେ ପହଞ୍ଚି ବସ୍ତି ବାସିନ୍ଦାଙ୍କ ସହ ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ ଆଲୋଚନା କରିଛନ୍ତି।