ETV Bharat / bharat

ପିଏମ ରିଲିଫ ଫଣ୍ଡକୁ 1 କୋଟି ଦେଲେ କେନ୍ଦ୍ର କୃଷିମନ୍ତ୍ରୀ

ମୋଦିଙ୍କ ମନ୍ତ୍ରୀ ମଣ୍ଡଳର ସଦସ୍ୟ କେନ୍ଦ୍ରୀୟ କୃଷି ଏବଂ କିଷାନ କଲ୍ୟାଣ ରାଜ୍ୟମନ୍ତ୍ରୀ କୈଳାଶ ଚୌଧୁରୀ ସୋମବାର ନିଜ ସାଂସଦ ପାଣ୍ଠିରୁ 1 କୋଟି ଟଙ୍କା ଦାନ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Mar 31, 2020, 9:01 AM IST

1 କୋଟି ଟଙ୍କା ଦାନ କଲେ କେନ୍ଦ୍ର କୃଷି ମନ୍ତ୍ରୀ

ନୂଆଦିଲ୍ଲୀ: କୋରୋନାରେ କଲବଲ ସାରା ଦୁନିଆ । ଭାରତରେ କୋରୋନାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର 21 ଦିନ ଲକଡାଉନ ଘୋଷଣା କରିଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀ ପିଏମ କେୟାର ଫଣ୍ଡ ମଧ୍ୟ ଖୋଲିଛନ୍ତି । ଯେଉଁଥିରେ ସ୍ବଇଚ୍ଛାରେ ଟଙ୍କା ଦାନ କରିବାର ଆହ୍ବାନ ମଧ୍ୟ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଅପିଲକୁ ମାନିଛନ୍ତି ବଡ଼ ବଡ଼ ନେତା, କମ୍ପାନୀ, ଛୋଟବଡ଼ ସଂସ୍ଥା । ତେବେ ମୋଦିଙ୍କ ମନ୍ତ୍ରୀ ମଣ୍ଡଳର ସଦସ୍ୟ କେନ୍ଦ୍ରୀୟ କୃଷି ଏବଂ କିଷାନ କଲ୍ୟାଣ ରାଜ୍ୟମନ୍ତ୍ରୀ କୈଳାଶ ଚୌଧୁରୀ ସୋମବାର ନିଜର ସାଂସଦରୁ 1 କୋଟି ଟଙ୍କା ଦାନ କରିଛନ୍ତି । ତା ଛଡା ନିଜର ଏକ ମାସର ଦରମା 1 ଲକ୍ଷ ଟଙ୍କା ମଧ୍ୟ ଦାନ କରିଛନ୍ତି କୃଷି କଲ୍ୟାଣ ମନ୍ତ୍ରୀ ।

ମନ୍ତ୍ରୀ କୈଳାଶ ଚୌଧୁରୀ ଏଥିପୂର୍ବରୁ ନିଜର ସାଂସଦ ପାଣ୍ଠିରୁ ବାଡମେର-ଜୈସଲମେର ଲୋକସଭା କ୍ଷେତ୍ରର ସମସ୍ତ 8 ବିଧାନସଭା କ୍ଷେତ୍ରରେ କୋରୋନାରୁ ରକ୍ଷା ପାଇବା ପାଇଁ ଏକ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରିଥିଲେ । ପିଏମ କେୟାର ଫଣ୍ଡରେ 1 କୋଟି ଟଙ୍କା ଜାରି କରିବା ପରେ ସେ କହିଛନ୍ତି, ‘ଏହି ନିର୍ଣ୍ଣୟକ ସମୟରେ ଆମ ସମସ୍ତଙ୍କୁ କୋରୋନା ଭଲି ମହାମାରୀରୁ ବଞ୍ଚିବା ପାଇଁ ଏବଂ ମୁକାବିଲା କରିବା ପାଇଁ ସମସ୍ତେ ଏକଜୁଟ ହୋଇ ଲଢେଇ କରିବାକୁ ପଡିବ ।’

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.