ETV Bharat / bharat

ବୃକ୍ଷରୋପଣ ଉପରେ ନଜର ରଖିବାକୁ ଲଞ୍ଚ ହେଲା 'ହରିତ ପଥ' ଆପ୍‌ - ବୃକ୍ଷରୋପଣ

ଜିଓ ଟ୍ୟାଗିଂ ଏବଂ ୱେବ ଆଧାରିତ ଜିଆଇଏସ ସକ୍ଷମ ମନିଟରିଂ ଉପକରଣ ମାଧ୍ୟମରେ ବୃକ୍ଷରୋପଣ ଉପରେ ନଜର ରଖିବା ପାଇଁ କେନ୍ଦ୍ର ମନ୍ତ୍ରୀ ଏକ ମୋବାଇଲ ଆପ 'ହରିତ୍ ପଥ' ଲଞ୍ଚ କରିଛନ୍ତି। ଅଧିକ ପଢନ୍ତୁ...

ବୃକ୍ଷରୋପଣ ଉପରେ ନଜର ରଖିବାକୁ ଲଞ୍ଚ ହେଲା 'ହରିତ ପଥ' ଆପ୍‌

author img

By

Published : Aug 21, 2020, 4:46 PM IST

ନୂଆଦିଲ୍ଲୀ: ସଡକ ପରିବହନ, ରାଜପଥ ଏବଂ ଏମଏସଏମଇ ମନ୍ତ୍ରୀ ନିତିନ ଗଡକରୀ ସାରା ଦେଶରେ ସଡ଼କ ନିର୍ମାଣରେ ଆଧୁନିକ ଏବଂ ପ୍ରଯୁକ୍ତିବିଦ୍ୟା ବ୍ୟବହାର ଉପରେ ଗୁରୁତ୍ବାରୋପ କରିଛନ୍ତି। ନୂତନ ସବୁଜ ରାଜପଥ ନୀତିର ସମୀକ୍ଷା ଏବଂ ଭିଡିଓ କନଫରେନ୍ସ ମାଧ୍ୟମରେ ସଡକ ନିର୍ମାଣରେ ନୂତନ ଜ୍ଞାନକୌଶଳର ବ୍ୟବହାର ହୋଇଥିବା ଏକ ବୈଠକରେ ମନ୍ତ୍ରୀ କହିଛନ୍ତି ଯେ ନିର୍ମାଣ ଖର୍ଚ୍ଚକୁ 25% ହ୍ରାସ କରିବା ଏବଂ ଏହି ନୂତନ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ବ ଦେବା ଉଚିତ ।

ଏହି ବୈଠକରେ ଜିଓ ଟ୍ୟାଗିଂ ଏବଂ ୱେବ ଆଧାରିତ ଜିଆଇଏସ ସକ୍ଷମ ମନିଟରିଂ ଉପକରଣ ମାଧ୍ୟମରେ ବୃକ୍ଷରୋପଣ ଉପରେ ନଜର ରଖିବା ପାଇଁ ମନ୍ତ୍ରୀ ଏକ ମୋବାଇଲ ଆପ 'ହରିତ୍ ପଥ' ଲଞ୍ଚ କରିଛନ୍ତି। ସମସ୍ତ ବୃକ୍ଷରୋପଣ ପ୍ରକଳ୍ପ ଅଧୀନରେ ପ୍ରତ୍ୟେକ ଚାରା ପାଇଁ ସ୍ଥାନ, ଅଭିବୃଦ୍ଧି, ପ୍ରଜାତିର ବିବରଣୀ, ରକ୍ଷଣାବେକ୍ଷଣ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଏହି ଆପ NHAI ଦ୍ବାରା ବିକଶିତ ହୋଇଛି | ମୋବାଇଲ ଆପ ଉଦଘାଟନ କରିବା ସମୟରେ ବୃକ୍ଷରୋପଣ ଉପରେ କଡା ନଜର ରଖିବାକୁ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ।

ରାଜପଥରେ ବୃକ୍ଷରୋପଣ ପାଇଁ ବିଶେଷଜ୍ଞ ତଥା ଏଜେନ୍ସିମାନଙ୍କୁ ନିଯୁକ୍ତି ଦିଆଯିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏନଜିଓ, ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଉଦ୍ୟାନ କୃଷି ଏବଂ ଜଙ୍ଗଲ ବିଭାଗକୁ ଏଥିରେ ସାମିଲ କରିବାକୁ ପରାମର୍ଶ ଦିଆଯାଇଛି। ଅଧିକାରୀମାନେ ଆଶ୍ବାସନା ଦେଇଛନ୍ତି ଯେ ସେମାନେ ମାର୍ଚ୍ଚ 2022 ସୁଦ୍ଧା ରାଜପଥରେ 100% ବୃକ୍ଷରୋପଣ ଲକ୍ଷ୍ୟ ହାସଲ କରିପାରିବେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.