ଭୁବନେଶ୍ବର: ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ଶାସକ ବିଜେପି ଏହାର ଉଦ୍ଦେଶ୍ୟ ଓ ସଫଳତାକୁ ନେଇ ଦେଶବାସୀଙ୍କୁ ଅବଗତ କରାଇବା ପାଇଁ ଦୁଇଟି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଛି । ସମ୍ପର୍କ ଅଭିଯାନ ଓ ଜନ ଜାଗରଣ ଅଭିଯାନ ମାଧ୍ୟମରେ ଦେଶବାସୀଙ୍କ ନିକଟରେ ପହଞ୍ଚିବାକୁ ଦଳ ଲକ୍ଷ୍ୟ ରଖିଛି ।
ନିଷ୍ପତ୍ତି ଅନୁସାରେ ଦଳର ବରିଷ୍ଠ ନେତା ଓ ମନ୍ତ୍ରୀ ମାନେ ଦେଶର ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତ କରି ଧାରା 370 ସଂପର୍କରେ ଅବଗତ କରିବା ସହ ସମର୍ଥନ ଲୋଡୁଛନ୍ତି । ଏହି କ୍ରମରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବରରେ ପଦ୍ମଭୂଷଣ ରମାକାନ୍ତ ରଥଙ୍କୁ ସାକ୍ଷାତ କରି ଧାରା 370 ଉଚ୍ଛେଦ ସଂପର୍କରେ ଅବଗତ କରିବା ସହ ସମର୍ଥନ ଲୋଡିଛନ୍ତି ।
ଭୁବନେଶ୍ବରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ