ETV Bharat / bharat

କର୍ଣ୍ଣାଟକ-ମହାରାଷ୍ଟ୍ର ବନ୍ୟା: ଆକାଶ ମାର୍ଗରୁ ବନ୍ୟାଞ୍ଚଳ ଦେଖିଲେ ଶାହା

author img

By

Published : Aug 11, 2019, 8:09 PM IST

ରବିବାର ଆକାଶ ମାର୍ଗରୁ କର୍ଣ୍ଣାଟକ-ମହାରାଷ୍ଟ୍ର ବନ୍ୟାଞ୍ଚଳ ପରିଦର୍ଶନ କଲେ ଗୃହମନ୍ତ୍ରୀ ଅମିତ ଶାହା ।

ଫଟୋ ସୌଜନ୍ୟ- ଟ୍ବିଟର @ani

ନୂଆଦିଲ୍ଲୀ: ବନ୍ୟାରେ ଭାସୁଛି 4 ରାଜ୍ୟ । ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ବନ୍ୟାର କରାଳ ରୂପ ଦେଖିବାକୁ ମିଳୁଛି । ଏଥି ମଧ୍ୟରେ ଆକାଶ ମାର୍ଗରୁ କର୍ଣ୍ଣାଟକ-ମହାରାଷ୍ଟ୍ର ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ତାଙ୍କ ସହିତ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପା ମଧ୍ୟ ବନ୍ୟାଞ୍ଚଳ ସ୍ଥିତି ପରଖିଛନ୍ତି ।

ଭିଡିଓ ସୌଜନ୍ୟ- ଟ୍ବିଟର @ani

ଏଠାରେ ସୂଚନାଯୋଗ୍ୟ କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜୁରାଟ, ତାମିଲନାଡୁରେ ବର୍ଷା ଓ ବନ୍ୟା ଯୋଗୁଁ ଗତ ଚାରି ଦିନ ମଧ୍ୟରେ 136ରୁ ଊର୍ଦ୍ଧ୍ବଙ୍କ ପ୍ରାଣହାନୀ ଘଟିଥିବା ଖବର ରହିଛି । କେରଳରେ ବ୍ୟାପକ କ୍ଷୟକ୍ଷତି ହେବା ସହ ସର୍ବାଧିକ ପ୍ରାଣହାନୀ ଘଟିଛି । ମୋଟ 57 ଜଣଙ୍କ ଜୀବନ ଯାଇଥିବାବେଳେ ପାଖାପାଖି 1.65 ଲକ୍ଷ ପ୍ରଭାବିତଙ୍କୁ ରିଲିଫ କ୍ୟାମ୍ପରେ ରଖାଯାଇଛି । କର୍ଣ୍ଣାଟକ ବନ୍ୟାରେ 31 ଜଣଙ୍କ ଜୀବନ ଯାଇଛି ।

ସେହିଭଳି ଆଜି(ରବିବାର) ଅପରାହ୍ନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇ ଦିନିଆ କେରଳ ଗସ୍ତରେ ଯାଇ ନିଜ ନିର୍ବାଚନ ମଣ୍ଡଳୀ ୱାଇନାଡରେ ସ୍ଥିତି ପରିଖିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.