ନୂଆଦିଲ୍ଲୀ: ଗଲୱାନ ଉପତ୍ୟକାରେ ଭାରତ ଏବଂ ଚୀନ ଯବାନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ 20 ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଏହି ଘଟଣା ଦେଶବାସୀଙ୍କୁ ଦୁଃଖିତ କରିଛି । ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଘଟଣାରେ ଦୁଃଖ ପ୍ରକାଶ କରି ଶହୀଦ ଯବାନଙ୍କ ବୀରତ୍ବକୁ ସାଲ୍ୟୁଟ କରିଛନ୍ତି ।
ଏନେଇ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, 'ମାତୃଭୂମିର ରକ୍ଷା କରି ଶହୀଦ ହୋଇଥିବା ଆମ ବୀର ଯବାନଙ୍କୁ ହରାଇବାର ଦୁଃଖ ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ । ଯେଉଁ ବୀର ଯବାନ ଭାରତୀୟ କ୍ଷେତ୍ରକୁ ସୁରକ୍ଷିତ କରିବା ପାଇଁ ନିଜ ଜୀବନର ଆହୁତି ଦେଇଛନ୍ତି, ସେହି ଅମର ବୀର ଯବାନଙ୍କୁ ଦେଶ ସାଲ୍ୟୁଟ କରୁଛି । ଏହା ସେମାନଙ୍କ ଭାରତ ପ୍ରତି ପ୍ରତିବଦ୍ଧତାର ପ୍ରତୀକକୁ ଦର୍ଶାଉଛି । '