ETV Bharat / bharat

ଡରାଉଛି କୋରୋନା: ସମୀକ୍ଷା ବୈଠକ କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ଦେଶର କୋରୋନା ଭାଇରସ ସଂକ୍ରମଣ ମାମଲା ଶୁକ୍ରବାର 31 କୁ ପହଞ୍ଚିଛି | ଯାହାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ।

union-health-minister
କେନ୍ଦ୍ରସ୍ବାସ୍ଥ୍ୟମନ୍ତ୍ରୀ
author img

By

Published : Mar 6, 2020, 7:19 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ଏବେ ମହମାରୀର ରୂପ ନେଇଛି । ବିଶ୍ବର ଅଧିକାଂଶ ଦେଶରେ ଏହା କାୟା ବିସ୍ତାର କରିସାରିଲାଣି । ଯାହାକୁ ନେଇ ଭାରତରେ ମଧ୍ୟ ଆତଙ୍କ ସୃଷ୍ଟି ହୋଇଛି । ତେବେ ଭାରତରେ କୋରୋନା ଭାଇରସର ସ୍ଥିତି ଜାଣିବା ପାଇଁ ଶୁକ୍ରବାର ରାଜ୍ୟ ସରକାରଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ।

ଏହି ବୈଠକରେ ସେ କୋରୋନା ଭାଇରସର ପରୀକ୍ଷଣ, ଆଇସୋଲେଶନ ୱାର୍ଡ ଏବଂ ଲ୍ୟାବ୍‌ରେ ଯାଞ୍ଚର ସୁବିଧା ଉପରେ ଗୁରୁତ୍ବାରୋପ କରିଛନ୍ତି । ଏହା ବ୍ୟତୀତ କୋରୋନା ଭାଇରସର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉପରେ ଆଲୋଚନା କରିଥିଲେ । କୋରୋନା ଭାଇରସକୁ ନେଇ ବ୍ୟାପୁଥିବା ଭ୍ରମ ଦୂର କରିବା ପାଇଁ ମଧ୍ୟ ଏକ ଅଭିଯାନ ଆରମ୍ଭ କରିବାକୁ ସେ ରାଜ୍ୟ ସରକାରଙ୍କୁ କହିଥିଲେ ।

ସୂଚନାଯୋଗ୍ୟ ଯେ, ଦେଶର କୋରୋନା ଭାଇରସ ସଂକ୍ରମଣ ମାମଲା ଶୁକ୍ରବାର 31 କୁ ପହଞ୍ଚିଛି |

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.