ନୂଆଦିଲ୍ଲୀ: ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେବା ଦୁର୍ଭାଗ୍ୟଜନକ ବୋଲି ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କହିଛନ୍ତି । ଏକଦା କଂଗ୍ରେସରେ ଦୁଇ ଯୁବ ଚେହେରା ମଧ୍ୟରେ ସଚିନ ପାଇଲଟ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ଅନ୍ୟତମ ଥିଲେ ।
ସିନ୍ଧିଆ କଂଗ୍ରେସକୁ ବାଏ ବାଏ କହିବା ପରେ ପ୍ରତିକ୍ରିୟାରେ ସଚିନ କହିଛନ୍ତ, ଯାହା ବି ଘଟଣା ଥିଲା ତାହା ଦଳୀୟ ଫୋରମରେ ସମାଧାନ କରାଯାଇପାରିଥାନ୍ତା ।
ତେବେ ଜ୍ୟୋତିରାଦିତ୍ୟ ଇସ୍ତଫା ମୁଖ୍ୟ କାରଣ ଥିଲା କଂଗ୍ରେସର ବରିଷ୍ଠ ନେତୃତ୍ବ କିଭଳି ଭାବରେ ଦଳରେ ଯୁବ ନେତୃତ୍ବକୁ ଭରସା କରୁନାହିଁନ୍ତି । କଂଗ୍ରେସର ସମର୍ଥକ ଓ ଯୁବ ନେତୃତ୍ବ ଦଳର ବରିଷ୍ଠ ନେତୃତ୍ବଙ୍କ ପାଖରେ ଅଯୋଗ୍ୟ ମଣୁଛନ୍ତି ।
ମଧ୍ୟପ୍ରଦେଶ ରାଜନୀତିରେ କଂଗ୍ରେସ ସହ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦୀର୍ଘ 18ବର୍ଷର ସମ୍ପର୍କ ଛିନ୍ନ କରି ବିଜେପିରେ ଯୋଗଦେଇଛନ୍ତି ।ଏହା ସହ 22ଜଣ ବିଧାୟକ ମଧ୍ୟ କଂଗ୍ରେସ ଛାଡିସାରିଛନ୍ତି । ଫଳରେ କମଳ ନାଥ ସରକାର ମ୍ୟାଜିକ ନମ୍ବର ହ୍ରାସ ପାଇଛି ଏବଂ ସରକାର ଭାଙ୍ଗିଯିବାର ଆଶଙ୍କା ରହିଛି । ଶିବରାଜ ସିଂ ଚୌହାନଙ୍କ ନେତୃତ୍ବରେ ନୂତନ ସରକାର ଗଠନ କରାଯିବା ନେଇ ବିଜେପି ଆଶାବାଦୀ ରହିଛି ।