ETV Bharat / bharat

କାଶ୍ମୀର ପ୍ରସଙ୍ଗରେ ପୁଣି ଜାତିସଂଘ ସୁରକ୍ଷା ପରିଷଦ ସଦସ୍ୟଙ୍କ ରୁଦ୍ଧଦ୍ଵାର ବୈଠକ, କିଛି ନିର୍ଯାସ ନାହିଁ

ଜାତିସଂଘ ସୁରକ୍ଷା ପରିଷଦ ବୁଧବାର କାଶ୍ମୀର ପ୍ରସଙ୍ଗରେ ପୁଣିଥରେ ଆଲୋଚନା କରିଛନ୍ତି। ଗତ ୬ ମାସ ଭିତରେ କାଶ୍ମୀର ପ୍ରସଙ୍ଗକୁ ଭିତ୍ତିକରି ଏହା ଜାତିସଂଘ ସୁରକ୍ଷା ପରିଷଦର ଦ୍ଵିତୀୟ ରୁଦ୍ଧ ଦ୍ଵାର ବୈଠକ। ନ୍ୟୁୟର୍କରେ ଅନୁଷ୍ଠିତ ଏହି ବୈଠକରେ ପାକିସ୍ତାନ ପକ୍ଷରୁ ଚୀନ, ଜମ୍ମୁ ଓ କଶ୍ମୀରକୁ କେନ୍ଦ୍ରକରି ବିଭିନ୍ନ ପ୍ରସଙ୍ଗକୁ ଉଠାଇବାକୁ ଯାଉଛି । ଅଧିକ ପଢନ୍ତୁ...

kashmir
କଶ୍ମୀର ପ୍ରସଙ୍ଗରେ ପୁଣି ରୁଦ୍ଧଦ୍ଵାର ବୈଠକ
author img

By

Published : Jan 16, 2020, 7:36 AM IST

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦ ବୁଧବାର କାଶ୍ମୀର ପ୍ରସଙ୍ଗରେ ପୁଣିଥରେ ଆଲୋଚନା କରିଛନ୍ତି। ତେବେ ଏହା କୌଣସି ଏଜେଣ୍ଡା ଭିତ୍ତିକ ବୈଠକ ନୁହେଁ ବରଂ ପୂର୍ବଭଳି ଏକ ରୁଦ୍ଧଦ୍ଵାର ବୈଠକ ବୋଲି କୁହାଯାଇଛି । ଗତ ୬ ମାସ ଭିତରେ କାଶ୍ମୀର ପ୍ରସଙ୍ଗକୁ ଭିତ୍ତିକରି ଏହା ଜାତିସଂଘ ସୁରକ୍ଷା ପରିଷଦର ଦ୍ଵିତୀୟ ରୁଦ୍ଧ ଦ୍ଵାର ବୈଠକ। ଯଦିଓ ଏହି ବୈଠକରୁ କୌଣସି ନିର୍ଯାସ ଆଶା କରାଯାଉ ନାହିଁ । କିନ୍ତୁ ବାରମ୍ବାର ଚୀନ ଏ ପ୍ରସଙ୍ଗରେ ସୁରକ୍ଷା ପରିଷଦର ଦୃଷ୍ଟି ଆକର୍ଷଣ କରିବାକୁ ଯାଉଛି। ନ୍ୟୁୟର୍କରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ପାକିସ୍ତାନ ପକ୍ଷରୁ ଚୀନ, ଜମ୍ମୁ ଓ କାଶ୍ମୀରକୁ କେନ୍ଦ୍ରକରି ବିଭିନ୍ନ ପ୍ରସଙ୍ଗକୁ ଉଠାଇବାକୁ ଯାଉଛି । ଧାରା ୩୭୦ ଉଚ୍ଛେଦ ଏବଂ ତତ୍‌ପର ସ୍ଥିତିରେ କଶ୍ମୀରର ସ୍ଥିତିକୁ ଏଠାରେ ଅନୁଧ୍ୟାନ ପାଇଁ ଚୀନ ଦାବି କରିଥିବା ଜଣାପଡ଼ିଛି ।

ଭାରତ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଗତ ଅଗଷ୍ଟ ମାସରେ ଜମ୍ମୁ ଓ କାଶ୍ମୀରକୁ ଦିଆଯାଇଥିବା ରାଜ୍ୟ ମାନ୍ୟତାକୁ ପ୍ରତ୍ୟାହାର କରାଯାଇ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇଛି। ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ଦ୍ଵାରା ପୂର୍ବରୁ ଜମ୍ମୁ ଓ କଶ୍ମୀର ରାଜ୍ୟ ପାଉଥିବା ସ୍ଵତନ୍ତ୍ର କ୍ଷମତା ପ୍ରତ୍ୟାହୃତ ହୋଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ପକ୍ଷରୁ ସେଠାରେ ବିଶିଷ୍ଟ ରାଜନୀତିକ ନେତା ତଥା ତିନି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଅଟକ ରଖାଯିବା, ସେଠାରେ ଯୋଗାଯୋଗ ବିଚ୍ଛିନ୍ନ ହେବା ଆଦି ପ୍ରସଙ୍ଗକୁ ଭିତ୍ତିକରି ପାକିସ୍ତାନ ଲଗାତାର ଆନ୍ତର୍ଜାତୀୟ ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁଛି। ଏହିକ୍ରମରେ ଚୀନ ପାକିସ୍ତାନ ପକ୍ଷଭୁକ୍ତ ହୋଇ ଏହି ପ୍ରସଙ୍ଗକୁ ଜାତିସଂଘଙ୍କ ସୁରକ୍ଷା ପରିଷଦର ଦୃଷ୍ଟି ଆକର୍ଷଣ କରିବାକୁ ଡିସେମ୍ବର ମାସରେ ଉଦ୍ୟମ କରିଥିଲା କିନ୍ତୁ ତାହା ବିଫଳ ହୋଇଥିଲା।

ଏହି ରୁଦ୍ଧଦ୍ଵାର ବୈଠକରେ ସୁରକ୍ଷା ପରିଷଦର ୫ ସ୍ଥାୟୀ ସଦସ୍ୟଙ୍କ ସହ ୧୦ ଅସ୍ଥାୟୀ ସଦସ୍ୟ ଉପସ୍ଥିତ ଥିଲେ। ନିୟମ ଅନୁସାୟୀ, ଏହିପରି ରୁଦ୍ଧଦ୍ଵାର ବୈଠକରେ କୌଣସି ପ୍ରସଙ୍ଗ ବାବଦରେ ସଂକଳ୍ପ ପାରିତ କରାଯିବ ନାହିଁ। ଏହାକୁ ଅନ୍ୟ କାର୍ଯ୍ୟକ୍ରମ ଏଜେଣ୍ଡା ଭାବରେ ବିବେଚନା କରାଯିବ। ଆଲୋଚନା ପୂର୍ବରୁ ସୁରକ୍ଷା ପରିଷଦର ଅନ୍ୟତମ ସ୍ଥାୟୀ ସଦସ୍ୟ ତଥା ଭିଟୋ ଅଧିକାରୀ ଫ୍ରାନ୍ସ ଏହାର ପୂର୍ବ ଆଭିମୁଖ୍ୟକୁ ପୁନରାବୃତ୍ତି କରି କହିଛନ୍ତିଯେ, ପରିଷଦର ଅନ୍ୟତମ ସଦସ୍ୟ ଚୀନ, କଶ୍ମୀର ପ୍ରସଙ୍ଗକୁ ଆଉଥରେ କାଉନ୍ସିଲରେ ଉପସ୍ଥାପନ କରିବାକୁ ଚାହିଁଛନ୍ତି। ହେଲେ ଫ୍ରାନ୍ସର ଆଭିମୁଖ୍ୟରେ ଏହା କୌଣସି ପ୍ରଭାବ ପକାଇବ ନାହିଁ। କଶ୍ମୀର ପ୍ରସଙ୍ଗରେ ଫ୍ରାନ୍ସ ସବୁବେଳେ କହି ଆସୁଛି ଯେ, ଏହା ଏକ ଦ୍ଵିପାକ୍ଷିକ ପ୍ରସଙ୍ଗ। ଭାରତ-ପାକିସ୍ତାନ ମଧ୍ୟରେ ଆଲୋଚନା ଦ୍ଵାରା ଏହି ପ୍ରସଙ୍ଗକୁ ପ୍ରଶମିତ କରାଯାଇପାରିବ। ଏହାକୁ ଆମେ ବାରମ୍ବାର କହିଛୁ ଏବଂ ଏବେ ବି ସେହି କଥାକୁ ପୁଣିଥରେ ଉପସ୍ଥାପନ କରିବୁ’ ବୋଲି ଫ୍ରାନ୍ସ ସ୍ପଷ୍ଟ କରିଛି ।

ଠିକ୍‌ ସେହିଭଳି ପରିଷଦର ଅସ୍ଥାୟୀ ସଦସ୍ୟ ଥିବା ଇଷ୍ଟୋନିଆର ପ୍ରତିନିଧି ନୂଆ ଦିଲ୍ଲୀରେ ‘ରାଇଜିନା ଡାଇଲଗ୍‌’ରେ ଯୋଗ ଦେବା ପାଇଁ ଆସିଥିବା ସମୟରେ କାଶ୍ମୀର ପ୍ରସଙ୍ଗରେ ପ୍ରଶ୍ନର ସମ୍ମୁଖୀନ ହେବାରୁ ଏହାକୁ ଏକ ଦ୍ଵିପାକ୍ଷିକ ସମ୍ପର୍କ କଥା କହି ଏଡ଼ାଇ ଯାଇଛନ୍ତି। କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟେଲିଫୋନ୍‌ ଯୋଗେ ଫ୍ରାନ୍ସ ରାଷ୍ଟ୍ରପତି ଏମାନ୍ୟୁଏଲ୍‌ ମ୍ୟାକ୍ରନ୍‌ଙ୍କୁ ସହ ନୂଆ ବର୍ଷର ଅଭିନନ୍ଦନ ଜଣାଇବା ଅବସରରେ କଶ୍ମୀର ପ୍ରସଙ୍ଗରେ ଆଲୋଚନା କରିଥିଲେ। ଆମେରିକା, ନରଓ୍ବେ,ଦକ୍ଷିଣ କୋରିଆ ପ୍ରଭୃତି ରାଷ୍ଟ୍ରର କୂଟନୀତିକ ପ୍ରତିନିଧିମାନେ ଜମ୍ମୁ-କଶ୍ମୀରର ସ୍ଥିତି ବାବଦରେ ଅନୁଧ୍ୟାନ କରି ଫେରିଲା ପରେ ଏହି କଥାବାର୍ତ୍ତା ହୋଇଥିଲା। ଏହି ସମୟରେ ମାକ୍ରନ କହିଥିଲେ, ଭାରତ-ଫ୍ୟାନ୍ସ ଭିତରେ ସମ୍ପର୍କ ଆସ୍ଥା ଓ ସ୍ପଷ୍ଟବାଦିତା ଉପରେ ଆଧାରିତ। ଏହି ବିଶ୍ଵାସକୁ ଭିତ୍ତିକରି ଉଭୟଙ୍କ ଭିତରେ କଶ୍ମୀର ପ୍ରସଙ୍ଗ ଆଲୋଚନା ହୋଇଛି। ଏହି ଆଲୋଚନା ଅନୁସାରେ ପରବର୍ତ୍ତୀ ନୀତି ନିର୍ଦ୍ଧାରଣ କରାଯିବ ବୋଲି ଫ୍ରାନ୍ସ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ଏକ ପ୍ରେସ୍‌ ରିଲିଜ୍‌ରେ କୁହାଯାଇଛି।

ନୂଆଦିଲ୍ଲୀରେ ଅବସ୍ଥାପିତ ୟୁରୋପୀୟ ସଂଘ ଦେଶଗୁଡ଼ିକର କୂଟନୀତିଜ୍ଞମାନଙ୍କୁ ନେଇ ପୂର୍ବଭଳି ଏକ କାଶ୍ମୀର ଓ ଜମ୍ମୁ ଟୁର କରାଇବା ଲାଗି ଭାରତ ସରକାର ଯୋଜନା ରଖିଛନ୍ତି। ଏଥିରେ ଫ୍ରାନ୍ସ ଅନ୍ୟତମ ସଦସ୍ୟଭାବେ ଗସ୍ତରେ ସାମିଲ ହେବ ବୋଲି ଜଣାପଡ଼ିଛି। କିଛି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ଖଣ୍ଡନ କରି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଖୁବଶୀଘ୍ର ୟୁରୋପୀୟ ସଂଘ ରାଷ୍ଟ୍ର ମାନଙ୍କ ପ୍ରତିନିଧିମାନେ କଶ୍ମୀର ଗସ୍ତରେ ଯାଇ ସେଠାରେ ପରିସ୍ଥିତିକୁ ଅନୁଧ୍ୟାନ କରିବେ।

ମିଡିଆ ରିପୋର୍ଟରେ କୁହାଯାଇଥିଲା ଯେ, ୟୁରୋପୀୟ ସଂଘର ପ୍ରତିନିଧିମାନେ ସ୍ଵାଧୀନ ଭାବେ ଅଟକ ଥିବା ତିନି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ତଥା ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ପାଇଁ ଚାହିଁଥିବାରୁ ତାଙ୍କୁ ଗସ୍ତ ବାରଣ କରାଯାଇଥିଲା। ହେଲେ ଏହାକୁ ନିରାଧାର ବୋଲି କହିବା ସହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ପରିବହନ ଗତ ସମସ୍ୟାକୁ ଆଖିରେ ରଖି ଏହି ଗସ୍ତ ଅନ୍ୟ ରାଷ୍ଟ୍ରୀୟ ପ୍ରତିନିଧିଙ୍କ ସହ ହୋଇ ପାରିନାହିଁ। ୟୁରୋପୀୟ ସଂଘ ରାଷ୍ଟ୍ରମାନଙ୍କ କୂଟନୀତିକ ପ୍ରତିନିଧିମାନଙ୍କ ଲାଗି ଏକ ସ୍ଵତନ୍ତ୍ର ଗସ୍ତ ଖୁବଶୀଘ୍ର ଆୟୋଜନ କରାଯିବ।

ସ୍ମିତା ଶର୍ମା

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.