ETV Bharat / bharat

ଗ୍ରାମାଞ୍ଚଳରେ ବଢିଛି ବେରୋଜଗାରୀ, ଆଗରେ ହରିୟାଣା - Unemployment in rural area

ବେରୋଜଗାର ହାର ସପ୍ତାହେ ମଧ୍ୟରେ 7.94 ପ୍ରତିଶତରୁ 8.21 ପ୍ରତିଶତକୁ ବୃଦ୍ଧି ପାଇଛି କିନ୍ତୁ ଚିନ୍ତାର ବିଷୟ ହେଉଛି ଗ୍ରାମାଞ୍ଚଳର ବେକାରୀ ହାର ସହରାଞ୍ଚଳର ବେକାରୀ ହାରଠାରୁ ଅଧିକ।

Unemployment
ଗ୍ରାମାଞ୍ଚଳରେ ବଢିଛି ବେରୋଜଗାରୀ
author img

By

Published : Jul 30, 2020, 6:01 AM IST

ହାଇଦ୍ରାବାଦ: ବେରୋଜଗାର ହାର ସପ୍ତାହେ ମଧ୍ୟରେ 7.94 ପ୍ରତିଶତରୁ 8.21 ପ୍ରତିଶତକୁ ବୃଦ୍ଧି ପାଇଛି କିନ୍ତୁ ଚିନ୍ତାର ବିଷୟ ହେଉଛି ଗ୍ରାମାଞ୍ଚଳର ବେକାରୀ ହାର ସହରାଞ୍ଚଳର ବେକାରୀ ହାରଠାରୁ ଅଧିକ। 27 ଜୁଲାଇରେ CMIE ଦ୍ବାରା ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ଯେ ଦେଶରେ ତଥା ଗ୍ରାମାଞ୍ଚଳରେ ବେକାରୀ ହାର ବହୁତ ଅଧିକ।

ସେଣ୍ଟର ଫର ମନିଟରିଂ ଅଫ୍ ଇଣ୍ଡିଆନ୍ ଇକୋନୋମି (CMIE) ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗ୍ରାମାଞ୍ଚଳରେ ବେରୋଜଗାରୀ ଗତ ସପ୍ତାହରେ 7.1 ପ୍ରତିଶତ ଥିଲା, ଏହି ସପ୍ତାହରେ ଏହା 7.66 ପ୍ରତିଶତ ବୃଦ୍ଧି ପାଇଛି । ଏହାର ଅର୍ଥ ହେଉଛି ଗତ ସପ୍ତାହ ତୁଳନାରେ ଗ୍ରାମାଞ୍ଚଳରେ ବେକାରୀ 0.56ପ୍ରତିଶତ ବୃଦ୍ଧି ପାଇଛି।

ଜୁନ ମାସରେ ହରିୟାଣାରେ ସର୍ବାଧିକ ବେରୋଜଗାରୀ ପ୍ରତିଶତ 35.60 ରହିଥିଲା । ଏହାପରେ କେରଳ 27.70 ପ୍ରତିଶତ, ଝାଡଖଣ୍ଡ 21.50 ପ୍ରତିଶତ, ବିହାର 21.10 ପ୍ରତିଶତ ଓ ପଞ୍ଜାବ 20 ପ୍ରତିଶତ ।

ଭାରତ ସାମ୍ନା କରୁଥିବା ଏକ ଗୁରୁତ୍ବପୂର୍ଣ୍ଣ ଆହ୍ବାନ ହେଉଛି ନିଯୁକ୍ତି ହାରରେ ହ୍ରାସ । ଏହା 2016 ରେ ପ୍ରାୟ 43 ପ୍ରତିଶତ ଥିବା ବେଳେ 2019 ରେ 40 ପ୍ରତିଶତରୁ କମ୍ ରହିଥିଲା । 2020 ର ପ୍ରଥମ ତ୍ରୟ ମାସିକରେ ହାରାହାରି ନିଯୁକ୍ତି ହାର 39.2 ପ୍ରତିଶତ ଥିଲା। ଏପ୍ରିଲ୍ 2020 ରେ ଏହି ହାର 27.2 ପ୍ରତିଶତକୁ ଖସି ଆସିଛି। ଏହା ମେ ମାସରେ 29.2 ପ୍ରତିଶତ ଓ ପରେ ଜୁନ୍ ମାସରେ 35.9 ପ୍ରତିଶତ ।

ଗ୍ରାମାଞ୍ଚଳରେ ବେରୋଜଗାରୀ ବଢିବାର ମୁଖ୍ୟ କାରଣ-

  • ଗୋଟିଏ ପଟେ ଅନଲକ୍ ପର୍ଯ୍ୟାୟରେ ସହରରେ ଅନେକ କାରଖାନା ଓ କାର୍ଯ୍ୟାଳୟ ଖୋଲାଯାଇଛି । ଅନେକ ଲୋକ ପୁନର୍ବାର କାମ କରିବାକୁ ସକ୍ଷମ ହୋଇଛନ୍ତି। କିନ୍ତୁ ଲକଡାଉନ୍ ସମୟରେ ଲକ୍ଷ ଲକ୍ଷ ପ୍ରବାସୀ ନିଜ ଗ୍ରାମକୁ ଫେରି ଆସିଥିଲେ। ସେମାନେ ସହରକୁ ଆସିବାକୁ ଭୟ କରୁଛନ୍ତି। ଫଳସ୍ବରୂପ, ଗାଁରେ ଚାକିରିର ଚାହିଦା ବଢିବାରେ ଲାଗିଛି।
  • ଅନ୍ୟ ଏକ ପ୍ରମୁଖ ସମସ୍ୟା ହେଉଛି ମନରେଗା ଅଧିନରେ ସରକାର ଘୋଷଣା କରୁଥିବା 100 ଦିନିଆ କାର୍ଯ୍ୟ ସମସ୍ତଙ୍କ ନିକଟରେ ପହଞ୍ଚୁନାହିଁ। ପ୍ରଥମ 10 ଦିନ କାମ ପାଇବା ପରେ ଅନେକ କ୍ଷେତ୍ରରେ, ସେମାନଙ୍କୁ ପରବର୍ତ୍ତୀ 20 ଦିନ ବସିବାକୁ ପଡୁଛି ।
  • ଗ୍ରାମୀଣ ଭାରତରେ ବିହନ ବୁଣା ଶେଷ ହେବା ପର୍ଯ୍ୟାୟରେ । ଭାରତରେ କେତେକ ସ୍ଥାନରେ ମୌସୁମୀ ଆସିବା ସହ ବନ୍ୟା ସ୍ଥିତି କୃଷିକାର୍ଯ୍ୟକୁ ବିପର୍ଯ୍ୟୟ କରିଛି ।
  • ଖରିଫ ଋତୁର ଚାଷ ଶେଷ ହୋଇଛି ଓ ବର୍ତ୍ତମାନ ବର୍ଷା ଆରମ୍ଭ ହୋଇଗଲାଣି । ସେମାନେ ତୁରନ୍ତ ଚାକିରୀ ପାଇଲେ ନାହିଁ । ଏହାଦ୍ବାରା ଗ୍ରାମାଞ୍ଚଳର ବେକାରୀ ବୃଦ୍ଧି ପାଇଲା ।
  • କିଛି ଲୋକ ଚା ଦୋକାନ, ପନିପରିବା ଦୋକାନ ଖୋଲି ରୋଜଗାର କରୁଥିବା ବେଳେ, ସେତିକି ଯଥେଷ୍ଟ ନୁହେଁ । ସେମାନଙ୍କୁ ଯଦି ଠିକ୍ ସମୟରେ ନିଯୁକ୍ତି ନ ମିଳେ, ତେବେ ବେକାରୀ ସମସ୍ୟା ଆହୁରୀ ବୃଦ୍ଧି ପାଇବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.