ETV Bharat / bharat

ଗରିବଙ୍କ ଭଗବାନ ସୋନୁ, ସମ୍ମାନିତ କଲା ଜାତିସଂଘ - ସ୍ପେଶାଲ ହ୍ୟୁମାନିଟରୀଆନ ପୁରସ୍କାର

ପ୍ରବାସୀ ଶ୍ରମିକଙ୍କୁ ସହଯୋଗର ହାତ ବଢାଇ ରିଅଲ ଲାଇଫ ହିରୋ ସାଜିଥିଲେ ବଲିଉଡ ଅଭିନେତା ସୋନୁ ସୁଡ । ତେବେ ସୋନୁଙ୍କ ଏପରି ମହାନ କାର୍ଯ୍ୟ ପାଇଁ ତାଙ୍କୁ ଜାତିସଂଘରୁ ମିଳିଛି ସମ୍ମାନ । ଅଧିକ ପଢନ୍ତୁ...

ସୋନୁଙ୍କୁ ସମ୍ମାନିତ କଲା ଜାତିସଂଘ
ସୋନୁଙ୍କୁ ସମ୍ମାନିତ କଲା ଜାତିସଂଘ
author img

By

Published : Sep 30, 2020, 5:42 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ସମୟରେ ଯେତବେଳେ ସାରା ଦେଶ ତାଲାବନ୍ଦ ସ୍ଥିତିରେ ରହିଥିଲା, ସେବେ ଅନେକ ପ୍ରବାସୀ ଶ୍ରମିକଙ୍କୁ ସହଯୋଗର ହାତ ବଢାଇ ରିଅଲ ଲାଇଫ ହିରୋ ସାଜିଥିଲେ ବଲିଉଡ ଅଭିନେତା ସୋନୁ ସୁଡ । ତେବେ ସୋନୁଙ୍କ ଏପରି ମହାନ କାର୍ଯ୍ୟ ପାଇଁ ତାଙ୍କୁ ଜାତିସଂଘରୁ ମିଳିଛି ସମ୍ମାନ ।

ଅଭିନେତା ସୋନୁ ସୁଦଙ୍କ କାର୍ଯ୍ୟକୁ ପ୍ରଶଂସା କରି ତାଙ୍କୁ ସମ୍ମାନଜନକ ଏସଡିଜି ସ୍ପେଶାଲ ହ୍ୟୁମାନିଟରୀଆନ ପୁରସ୍କାର ପ୍ରଦାନ କରିଛି । ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ କମିଟି ପକ୍ଷରୁ ଏକ ଭର୍ଚୁଆଲ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ପୁରସ୍କାର ଗ୍ରହଣ ପରେ ସୋନୁ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଏହା ଏକ ବିରଳ ସମ୍ମାନ । ଜାତିସଂଘର ସ୍ବୀକୃତି ଅତ୍ୟନ୍ତ ସ୍ବତନ୍ତ୍ର । କୌଣସି ଆଶା ନରଖି ମୋ ଦେଶବାସୀଙ୍କ ପାଇଁ ଯେତିକି ସକ୍ଷମ ତାହା କରିଛି । ଜାତିସଂଘ ଦ୍ବାରା ପୁରସ୍କୃତ ହେବା ମୋ ପାଇଁ ଗର୍ବର ବିଷୟ ବୋଲି ସୋନୁ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.