ETV Bharat / bharat

ଵିଶ୍ବରେ ଖାଦ୍ୟାଭାବ ଓ ଅପପୃଷ୍ଟି କୋରୋନା ଠାରୁ ହେଵ ଭୟଙ୍କର, ୟୁଏନ ମୁଖ୍ୟଙ୍କ ୱାର୍ଣ୍ଣିଂ

ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ କହିଛନ୍ତି ଯେ, ଖାଦ୍ୟ କିମ୍ବା ପୃଷ୍ଟିକର ଖାଦ୍ୟ ବିନା ବିଶ୍ଵଵାସୀ ଘାଣ୍ଟିଚକଟି ହେବେ। ଏକ ଅସୁରକ୍ଷିତ ଜୀବନଶୈଳି ମଧ୍ୟରେ ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବ।

author img

By

Published : Jun 10, 2020, 12:04 PM IST

ଵିଶ୍ବରେ ଖାଦ୍ୟାଭାବ ଓ ଅପପୃଷ୍ଟି କୋରୋନା ଠାରୁ ହେଵ ଭୟଙ୍କର, ୟୁନ ମୁଖ୍ୟଙ୍କ ଚେତାବନୀ

ନୂଆଦିଲ୍ଲୀ: ଆଗାମୀ ବିଶ୍ବ ଖାଦ୍ୟାଭାବ ଓ ଅପପୃଷ୍ଟିରେ ଭୟଙ୍କର ହେଵ ଵୋଲି ମିଳିତ ଜାତିସଂଘ ଚେତାବନୀ ଦେଲାଣି। ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ କହିଛନ୍ତି ଯେ, ଖାଦ୍ୟ କିମ୍ବା ପୃଷ୍ଟିକର ଖାଦ୍ୟ ବିନା ବିଶ୍ଵଵାସୀ ଘାଣ୍ଟିଚକଟି ହେବେ। ଏକ ଅସୁରକ୍ଷିତ ଜୀବନଶୈଳି ମଧ୍ୟରେ ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବ।

କୁହାଯାଇଛି ଯେ, ଆମ ଜନସଂଖ୍ୟାର 7.8 ବିଲିୟନ ଲୋକଙ୍କୁ ଖାଇବାକୁ ଦେବା ପାଇଁ ବିଶ୍ଵରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଅଛି। କିନ୍ତୁ ଆଜି 820 ନିୟୁତରୁ ଅଧିକ ଲୋକ ଭୋକରେ ଅଛନ୍ତି। ଆଉ ପାଞ୍ଚ ବର୍ଷରୁ କମ୍ 144 ନିୟୁତ ପିଲାଙ୍କ ଶାରୀରିକ ଅଭିବୃଦ୍ଧିରେ ସମସ୍ୟା ରହିଛି - ଆମର ଖାଦ୍ୟ ଯୋଗାଣ ପ୍ରଣାଳୀ ବିଫଳ ହେଉଛି ଏବଂ କୋଭିଡ୍-19 ମହାମାରୀ ଜିନିଷକୁ ଆହୁରି ଖରାପ କରୁଛି ବୋଲି ଜାତିସଂଘର ମୁଖ୍ୟ ମଙ୍ଗଳବାର ଦିନ ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିକର ଖାଦ୍ୟ କୋଭିଡ୍-19 ର ପ୍ରଭାବ ଉପରେ ପର୍ଯ୍ୟଵେଷିତ ଜାତିସଂଘର ନୀତି ସଂକ୍ଷେପରେ ଏକ ତଥ୍ୟ ଉନ୍ମୋଚନ କରି କହିଛନ୍ତି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଏହା ଅଧିକ ସ୍ପଷ୍ଟ ହୋଇଯାଉଛି ଯେ, ଏକ ବିଶ୍ୱସ୍ତରୀୟ ଖାଦ୍ୟ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହେଵ। ଯାହା ଶହ ଶହ କୋଟି ଶିଶୁ ଏବଂ ବୟସ୍କଙ୍କ ଉପରେ ଗଭୀର ପ୍ରଭାବ ପକାଇପାରେ।

ସୂଚନାଯୋଗ୍ୟ, ଚଳିତ ବର୍ଷ କୋଭିଡ୍-19 ସଙ୍କଟ ଯୋଗୁଁ ପ୍ରାୟ 49 ନିୟୁତ ଅତିରିକ୍ତ ଲୋକ ଅତ୍ୟଧିକ ଦାରିଦ୍ରରେ ପଡ଼ିପାରନ୍ତି। ବିଶ୍ବର ମୋଟ୍ ଘରୋଇ ଉତ୍ପାଦର ପ୍ରତ୍ୟେକ ପ୍ରତିଶତ ପଏଣ୍ଟ ହ୍ରାସ ହେଉଛି। ଅତିରିକ୍ତ 0.7 ନିୟୁତ ଖାଦ୍ୟାଭାବ ପିଲା ରହିଛନ୍ତି ବୋଲି ଜଣାପଡିଛି। କୋଭିଡ୍ ଯୋଗୁଁ ପ୍ରଚୁର ଖାଦ୍ୟ ଥିବା ଦେଶରେ ମଧ୍ୟ ଖାଦ୍ୟ ଯୋଗାଣ ଶୃଙ୍ଖଳରେ ବ୍ୟାଘାତ ହେବାର ଆଶଙ୍କା ରହିଛି।

ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ଆମର ପ୍ରୟାସର ଖରାପ ପ୍ରଭାବକୁ ଏଡାଇବା ପାଇଁ ଆମକୁ ବର୍ତ୍ତମାନ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଜାତିସଂଘ ମୁଖ୍ୟ କହିଛନ୍ତି।ଭୟଙ୍କର ପରିସ୍ଥିତିର ମୁକାବିଲା ପାଇଁ ଗୁଟେରସ୍ ଅନ୍ତର୍ଜାତୀୟ ସମୁଦାୟକୁ ଅନୁରୋଧ କରିଛନ୍ତି ଯେ, ଜୀବନ ଏବଂ ଜୀବିକା ରକ୍ଷା ପାଇଁ ଏକତ୍ରିତ ହେବା ଜରୁରୀ। ହେଲେ ଏଠାରେ ବିପଦ ଅଧିକ ଥାଏ। ସଚେତନତା ଅବଲମ୍ଵନ କରିବାକୁ ହେଵ। ଦୁର୍ବଳ ଗୋଷ୍ଠୀକୁ ଖାଦ୍ୟ, ଜୀବିକା ଏବଂ ପୁଷ୍ଟିକର ଖାଦ୍ୟ ସଂରକ୍ଷଣ କରିବାକୁ ସହଯୋଗ କରିବା ଜରୁରୀ।

ଖାଦ୍ୟ ପ୍ରକ୍ରିୟାକରଣ, ପରିବହନ ଏବଂ ସ୍ଥାନୀୟ ଖାଦ୍ୟ ବଜାର ପାଇଁ ଦେଶଗୁଡିକ ସମର୍ଥନ ବୃଦ୍ଧି କରିବା ଆବଶ୍ୟକ ଏବଂ ଖାଦ୍ୟ ପ୍ରଣାଳୀର ନିରନ୍ତର କାର୍ଯ୍ୟକଳାପକୁ ନିଶ୍ଚିତ କରିବା ପାଇଁ ସେମାନେ ବାଣିଜ୍ୟ କରିଡରକୁ ଖୋଲା ରଖିବା ଆବଶ୍ୟକ ବୋଲି ଗୁଟେରସ୍ କହିଛନ୍ତି। ଏବଂ ଵିଶ୍ଵର ତମାମ ଦେଶମାନେ କ୍ଷୁଦ୍ର ଖାଦ୍ୟ ଉତ୍ପାଦନକାରୀ ତଥା ଗ୍ରାମୀଣ ବ୍ୟବସାୟର ସରଳତା ଆବଶ୍ୟକତା ପୂରଣ କରିବା ଜରୁରୀ। ରିଲିଫ୍ ଏବଂ ଉତ୍ସାହ ପ୍ୟାକେଜ୍ ସବୁଠୁ ଅସୁରକ୍ଷିତ ଲୋକଙ୍କ ନିକଟରେ ସ୍ଥାନୀୟ ସରକାର ପହଞ୍ଚାଇବେ।

ଦେଶଗୁଡିକ ନିରାପଦ, ପୁଷ୍ଟିକର ଖାଦ୍ୟ ବିଶେଷ ଭାବରେ ଛୋଟ ପିଲା, ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳା, ବୟସ୍କ ବ୍ୟକ୍ତି ଏବଂ ଅନ୍ୟ ବିପଦସଙ୍କୁଳ ଗୋଷ୍ଠୀ ପାଇଁ ପ୍ରବେଶକୁ ସୁରକ୍ଷିତ ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି। ବିପଦପୂର୍ଣ୍ଣ ଗୋଷ୍ଠୀକୁ ପୁଷ୍ଟିକର ଖାଦ୍ୟ ଦେଇ ଉପକୃତ କରିବା ପାଇଁ ସେମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାଗୁଡିକର ରୂପାନ୍ତର ଏବଂ ବିସ୍ତାର କରିବା ଆବଶ୍ୟକ ବୋଲି ଜାତିସଂଘ କହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.