ETV Bharat / bharat

ପୁଲଓ୍ବାମା ଆକ୍ରମଣରେ ଶହୀଦ ଯବାନଙ୍କୁ ଜଣେ କଳାକାରଙ୍କ ନିଆରା ଶ୍ରଦ୍ଧାଞ୍ଜଳି

author img

By

Published : Jul 26, 2019, 12:28 AM IST

ଦେଶ ଭକ୍ତ ଉମେଶ । ପୁଲଓ୍ବାମା ଆକ୍ରମଣରେ ଶହୀଦ ଯବାନଙ୍କ ଘରୁ ସଂଗ୍ରୁହିତ ମାଟିରେ ତିଆରି କରିବେ ଭାରତର ମାନଚିତ୍ର ।

ଫଟୋ ସୌଜନ୍ୟ: ଇଟିଭି ଭାରତ

ପୁଣେ: ପୁଲଓ୍ବାମାରେ ହୋଇଥିବା ଲୋମହର୍ଷଣକାରୀ ଆତ୍ମଘାତୀ ବିସ୍ଫୋରଣରେ 40 ଜଣ ଯବାନଙ୍କୁ ହରାଇଥିଲା ଦେଶ । ତେବେ ଏଥିରେ ଶହୀଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଜଣେ କଳାକାର ନିଆରା ପ୍ରୟାସ ଆରମ୍ଭ କରିଛନ୍ତି । ଶହୀଦଙ୍କ ଘର ଘର ବୁଲି ସେମାନଙ୍କ ପରିବାରକୁ ସାକ୍ଷାତ କରି ତାଙ୍କ ଘରର ମାଟି ଆଣି ଏକ ପାତ୍ରରେ ରଖୁଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଉକ୍ତ ବ୍ୟକ୍ତି ଜଣକ ହେଲେ କର୍ଣ୍ଣାଟକ ମଣ୍ଡୟା ଜିଲ୍ଲାର ଉମେଶ ଗୋପୀନାଥ ଯାଦବ। ସେ ପେଷାରେ ଜଣେ ସଙ୍ଗୀତକାର ଅଟନ୍ତି। ଉମେଶଙ୍କ କହିବାନୂଯାୟୀ, ପୁଲଓ୍ବାମା ଆକ୍ରମଣକୁ ବର୍ଷେ ପୂରିଲେ ସଂଗ୍ରହ କରିଥିବା ମାଟିରେ ଭାରତର ମାନଚିତ୍ର ସେଥିରେ ତିଆରି କରିବେ । ତେବେ ଉମେଶ ବ୍ୟବହାର କରୁଥିବା କାରରେ ଲେଖିଛନ୍ତି ଯେ, ଶହୀଦ ମାନଙ୍କ ପରିବାର ସହ ସମସ୍ତେ ଠିଆ ହୁଅ ଆଉ ଦେଶର ଯବାନଙ୍କୁ ସମର୍ଥନ କର । ଆଉ କାର ସାରା ମଧ୍ୟ ସେ ତ୍ରିରଙ୍ଗା ସହ ଦେଶ ଭକ୍ତି ସହ ଜଡିତ ଅନେକ ଫଟୋ ଲଗାଇଛନ୍ତି ।

Umesh
ଫଟୋ ସୌଜନ୍ୟ:ଏଏନଆଇ@ଟ୍ବିଟର

ଏଠାରେ ସୂଚନାଯୋଗ୍ୟ ଯେ, 2019 ଫେବୃଆରୀ 14ରେ ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ସିଆରପିଏଫ ଯବାନଙ୍କୁ ଆତଙ୍କବାଦୀ ମାନେ ଆତ୍ମଘାତୀ ଆକ୍ରମଣ କରିଥିଲେ । ଯେଉଁଥିରେ 40 ଜଣ ଯବାନ ଶହୀଦ ହୋଇଥିଲେ । ଏହାପରେ ପାଲଟା ଜବାବ ଦେବାକୁ ଯାଇ ଭାରତ 26 ଫେବୃଆରୀରେ ଏୟାରଷ୍ଟ୍ରାଇକ କରିଥିଲା । ଯେଉଁଥିରେ ଜୈସ-ଏ-ମହମ୍ମଦର ସଂଗଠନର ଆତଙ୍କୀ କ୍ୟାମ୍ପ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ।

Intro:Body:

sdssd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.