ETV Bharat / bharat

ଦିଲ୍ଲୀ ହିଂସାର ମୁଖ୍ୟ ଆରୋପୀ ଉମର ଖାଲିଦ ନାଁରେ ଉପା ଅଧିନରେ ମାମଲା ରୁଜୁ

author img

By

Published : Apr 23, 2020, 1:31 AM IST

ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର ଉମର ଖାଲିଦ ଏବଂ ଜାମିଆର ଦୁଇ ଛାତ୍ରଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ଅଧିନିୟମ (UAPA) ଅଧୀନରେ ମାମଲା ରୁଜୁ କରାଯାଇଛି । ଅଧିକ ପଢ଼ନ୍ତୁ...

Umar Khalid
ଦିଲ୍ଲୀ ହିଂସାର ମୁଖ୍ୟ ଆରୋପୀ ଉମର ଖାଲିଦ

ନୂଆଦିଲ୍ଲୀ: ଚଳିତ ବର୍ଷ ଫେବୃଆରୀରେ ରାଜଧାନୀ ଦିଲ୍ଲୀର ଉତ୍ତର-ପୂର୍ବ ଅଞ୍ଚଳରେ ହିଂସାକାଣ୍ଡ ଘଟିଥିଲା । ଏହି ଘଟଣାରେ ପୋଲିସ ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର ଉମର ଖାଲିଦ ଏବଂ ଜାମିଆର ଦୁଇ ଛାତ୍ରଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ଅଧିନିୟମ (UAPA) ଅଧୀନରେ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି ।

ଫେବୃଆରୀରେ ନାଗରିକତା ସଂଶୋଧନ ଅଧିନିୟମକୁ ସମର୍ଥନ କରୁଥିବା ଏବଂ ଏହାକୁ ବିରୋଧ କରୁଥିବା ଲୋକଙ୍କ ମଧ୍ୟରେ ବ୍ୟାପକ ହିଂସା ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଏଥିରେ 53 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ଲୋକ ଆହତ ହୋଇଥିଲେ । ଦୁଇ ଜଣ ଜାମିଆ ଛାତ୍ର - ଜାମିଆ ସମନ୍ବୟ ସମିତିର ମିଡିଆ ସଂଯୋଜକ ସଫୋରା ଜାରଗର୍ ଏବଂ ସଦସ୍ୟ ମେରାନ୍ ହାଇଦରଙ୍କୁ ଏହି ମାମଲାରେ ପୋଲିସ ଚଳିତ ମାସ ଆରମ୍ଭରେ ଗିରଫ କରିଥିଲା । ଉମର ଖାଲିଦଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ପାରିନାହିଁ ।

ମେରାନଙ୍କ ଓକିଲ ଆକ୍ରାମ ଖାନ କହିଛନ୍ତି ଯେ, ‘ଏହି ମାମଲା ଅତି କମରେ ନଅ ଜଣଙ୍କ ନାଁ ରେ ରୁଜୁ କରାଯାଇଛି । ଯେଉଁଥିରେ ହତ୍ୟା ଅଭିଯୋଗ ବ୍ୟତୀତ ଦେଶଦ୍ରୋହ, UAPAକୁ ମଧ୍ୟ ଯୋଡାଯାଇଛି । ଉମର ଖାଲିଦ ଏହି ମାମଲାରେ ମଧ୍ୟ ସାମିଲ ଅଛନ୍ତି’ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବରୁ ଏହି ମାମଲା କ୍ରାଇମ ବ୍ରାଞ୍ଚରେ ଥିଲା, କିନ୍ତୁ ପରେ ଏହା ସ୍ପେଶାଲ ସେଲକୁ ସ୍ଥାନାନ୍ତରିତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.