ETV Bharat / bharat

ବଢିଲା ନୀରବର ଦୁଃଖ, ମେ’ 24କୁ ଘୁଞ୍ଚିଲା ଜାମିନ ଶୁଣାଣି - court

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲାର ମାଷ୍ଟରମାଇଣ୍ଡ ନୀରବ ମୋଦିକୁ ବ୍ରିଟେନ କୋର୍ଟଙ୍କ ଛାଟ । ଜାମିନ ଆବେଦନ ଶୁଣାଣିକୁ ଖାରଜ କରି ମେ’ 24କୁ ଘୁଞ୍ଚାଇଲେ କୋର୍ଟ ।

ଫାଇଲ ଫଟୋ
author img

By

Published : Apr 26, 2019, 5:57 PM IST

ନୂଆଦିଲ୍ଲୀ: ବଢିଲା ପିଏନବି ଘୋଟାଲାର ମହାନାୟକ ନୀରବ ମୋଦିର ସମସ୍ୟା । ଆହୁରି ଏକ ମାସ ପୋଲିସ ହେପାଜତରେ ରହିବ ନୀରବ। ଶୁକ୍ରବାର ଜାମିନ ଆବେଦନ ଶୁଣାଣିକୁ ମେ’ 24କୁ ଘୁଞ୍ଚାଇ ବ୍ରିଟେନ କୋର୍ଟ ନୀରବଙ୍କୁ ଦେଇଛନ୍ତି ଏଭଳି ଝଟକା ।

14 ହଜାର କୋଟି ଟଙ୍କା ଠକେଇ ମାମଲାରେ ବ୍ରିଟେନ ପୋଲିସ ଗତ ମାସରେ ନୀରବଙ୍କୁ ଗିରଫ କରିଥିଲା । ସେ ଦକ୍ଷିଣ-ପଶ୍ଚିମ ଲଣ୍ଡନର ୱେଡ୍ସବର୍ଥ ଜେଲରେ ସଜା କାଟୁଛି । ଜାମିନ ପାଇଁ ପୂର୍ବରୁ ସେ ଆବେଦନ କରିଥିଲେ ସୁଦ୍ଧା ଏହାକୁ ଖାରଜ କରି ଦିଆଯାଇଥିଲା । ମାମଲାର 28 ଦିନ ପରେ ଅର୍ଥାତ ଆଜି ବୋଷ୍ଟମିଷ୍ଟର ମାଜିଷ୍ଟ୍ରେଟ ଅଦାଲତରେ ଏହାର ଶୁଣାଣି ବେଳେ ଜେଲରୁ ଭିଡିଓ କଲିଂ ଜରିଆରେ ତାଙ୍କୁ ହାଜର କରାଯାଇଥିଲା ।

ବ୍ରିଟେନରେ ମୋଟ ଅଙ୍କର ନିବେଶ କରି ଗୋଲ୍ଡେନ ଭିସା ହାସଲ କରିଥିଲା ନୀରବ । ଏହାକୁ ବ୍ୟବହାର କରି ସେ ବ୍ରିଟେନରେ ମଧ୍ୟ ନିଜ ଆଡ୍ଡା ଜମାଇ ବ୍ୟବସାୟ ଆରମ୍ଭ କରିଦେଇଥିଲା । କିଛି ସୁରାଗ ମିଳିବା ପରେ ଭାରତ ସରକାରଙ୍କ ଅନୁରୋଧ କ୍ରମେ ମାର୍ଚ୍ଚ 19ରେ ତାଙ୍କୁ ବ୍ରିଟେନ ପୋଲିସ ଗିରଫ କରି ହେପାଜତରେ ରଖିଛି ।

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.