ETV Bharat / bharat

'ମେ 15 ସୁଦ୍ଧା ଉତ୍ତରାଖଣ୍ଡରେ 25 ହଜାରକୁ ବଢିପାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା' - ଉତ୍ତରାଖଣ୍ଡରେ 25 ହଜାରକୁ ବୃଦ୍ଧି ପାଇପାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା

ପ୍ରବାସୀ ଶ୍ରମିକଙ୍କ ଆଗମନକୁ ନଜରରେ ରଖି ଉତ୍ତରାଖଣ୍ଡରେ କୋରୋନା ସଂଖ୍ୟାରେ ଆହୁରି ବୃଦ୍ଧି ଘଟିବା ନେଇ ଅନୁମାନ କରିଛନ୍ତି ରାଜ୍ୟ ସିଏମ । ଅଧିକ ପଢନ୍ତୁ..

ତ୍ରିବେନ୍ଦ୍ର ସିଂ
ଉତ୍ତରାଖଣ୍ଡରେ 25 ହଜାରକୁ ବୃଦ୍ଧି ପାଇପାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା: ତ୍ରିବେନ୍ଦ୍ର ସିଂ
author img

By

Published : May 12, 2020, 10:30 PM IST

ଡେରାଡୁନ: ମାର୍ଚ୍ଚ 15ରେ କୋରୋନା ଭାଇରସର ପ୍ରଥମ ଆକ୍ରାନ୍ତ ଉତ୍ତରାଖଣ୍ଡରେ ଚିହ୍ନଟ ହୋଇଥିଲା । ବର୍ତ୍ତମାନ 15 ମେ ଆସୁଛି । ପ୍ରାୟ 2 ମାସ ମଧ୍ୟରେ, ଉତ୍ତରାଖଣ୍ଡରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ 70 ରେ ପହଞ୍ଚିଛି । 24 ମାର୍ଚ୍ଚ ଠାରୁ ଏପର୍ଯ୍ୟନ୍ତ ଲକଡାଉନ ଜାରି ରହିଛି । ଏଥି ସହିତ, ଅନ୍ୟ ରାଜ୍ୟରୁ ଆସିଥିବା ପ୍ରବାସୀ ଶ୍ରମିକ ମାନେ ଉତ୍ତରାଖଣ୍ଡକୁ ବେଶି ଆସିନାହାନ୍ତି । ଏପରିକି ଯେଉଁମାନେ ଆସିଛନ୍ତି ସେମାନଙ୍କ ସଂଖ୍ୟା ବହୁତ କମ । କିନ୍ତୁ ବର୍ତ୍ତମାନ ପରିସ୍ଥିତି ବଦଳି ଯାଇଛି । ଲୋକଙ୍କୁ ନେବା ପାଇଁ ବସ ଏବଂ ଟ୍ରେନ ଅନ୍ୟ ରାଜ୍ୟରୁ ଚାଲିଛି । ହଜାର କି ଦୁଇ ହଜାର ନୁହେଁ ବରଂ ଲକ୍ଷ ଲକ୍ଷ ଲୋକ ଏବେ ଏହି ବସ ଏବଂ ଟ୍ରେନ ମାଧ୍ୟମରେ ଉତ୍ତରାଖଣ୍ଡରେ ପହଞ୍ଚୁଛନ୍ତି । ଏଭଳି ପରିସ୍ଥିତିରେ ସରକାର ମଧ୍ୟ ଅନୁମାନ କରୁଛନ୍ତି ଯେ, ଏହା ପରେ ରାଜ୍ୟରେ 25 ହଜାର ଲୋକ ସଂକ୍ରମିତ ହୋଇପାରନ୍ତି ।

ସୂଚନା ଅନୁଯାୟୀ, ଦିଲ୍ଲୀ, ଗୁରୁଗ୍ରାମ, ପଞ୍ଜାବ, ମହାରାଷ୍ଟ୍ର, ଗୁଜୁରାଟ ଏବଂ କେରଳରୁ ବସ ଏବଂ ଟ୍ରେନରେ ପ୍ରବାସୀ ଶ୍ରମିକ ମାନେ ଉତ୍ତରାଖଣ୍ଡ ଅଭିମୁଖେ ଯାତ୍ରା କରିଛନ୍ତି । ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ଟ୍ରେନ ହରିଦ୍ୱାର, କାଠଗୋଦାମ, ଡେରାଡୁନରେ ପହଞ୍ଚିବ । କୁହାଯାଉଛି ଯେ ଉତ୍ତରାଖଣ୍ଡରେ ଅନ୍ୟ ରାଜ୍ୟରୁ ପ୍ରାୟ 2 ଲକ୍ଷ ଲୋକ ପ୍ରତ୍ୟାହାର ପାଇଁ ପଞ୍ଜୀକରଣ କରିଛନ୍ତି । ସିଏମ ତ୍ରିବେନ୍ଦ୍ର ସିଂ ରାୱତ ନିଜେ କହିଛନ୍ତି ଯେ, ଉତ୍ତରାଖଣ୍ଡକୁ 2 ଲକ୍ଷ ଲୋକ ଆସିପାରନ୍ତି, ଯେଉଁଥିରେ 5 ହଜାର ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିପାରେ । 500 ଲୋକଙ୍କୁ ଏକ ଭେଣ୍ଟିଲେଟର ମଧ୍ୟ ଆବଶ୍ୟକ ହୋଇପାରେ ।

ଏଥି ସହ କଂଗ୍ରେସ ରାଜ୍ୟ ସଭାପତି ପ୍ରୀତମ ସିଂ ସରକାରଙ୍କ ସମ୍ପୂର୍ଣ୍ଣ ପ୍ରସ୍ତୁତି ଉପରେ ପ୍ରଶ୍ନ ଉଠାଇଛନ୍ତି। ସରକାର କାହିଁକି ଲୋକଙ୍କୁ ସିଧାସଳଖ ଗାଁକୁ ପଠାଉଛନ୍ତି ବୋଲି ପ୍ରୀତମ ସିଂ କହିଛନ୍ତି । ଗ୍ରାମଗୁଡିକରେ କୌଣସି ବିଶେଷ ବ୍ୟବସ୍ଥା କରାଯାଇ ନାହିଁ । ପ୍ରୀତମ ସିଂ କହିଛନ୍ତି ଯେ ଡାକ୍ତରଖାନାର ବ୍ୟବସ୍ଥା ଠିକ ଅଛି । କିନ୍ତୁ ପ୍ରଥମେ ଆବଶ୍ୟକତା ହେଉଛି ପାହାଡି ଅଞ୍ଚଳରେ ଲୋକଙ୍କୁ କ୍ବାରେନଣ୍ଟାଇନ କରାଯିବା ଉଚିତ । ତାହେଲେ ଯାଇ କୌଣସି ଅସୁବିଧାକୁ ଏଡାଯାଇପାରିବ । ଯଦି ସରକାର ଅନୁମାନ କରିଛନ୍ତି ଏତେ ମାତ୍ରାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବ ତେବେ ଗ୍ରାମଗୁଡ଼ିକୁ ସରପଞ୍ଚ ମାନଙ୍କୁ କାହିଁକି ହସ୍ତାନ୍ତର କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.