ETV Bharat / bharat

ମାନସିକ ସ୍ବାସ୍ଥ୍ୟ ପାଇଁ ହେବ ହେଲ୍ପଲାଇନ, ନିର୍ଦ୍ଦେଶନାମା ଜାରି କଲା ୟୁଜିସି - କୋରୋନା ହେଲ୍ପଲାଇନ

ଦେଶରେ କୋରୋନା ପାଇଁ ଲକଡାଉନ କରାଯାଇଛି । ଏହି ସମୟରେ ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ ମାନଙ୍କୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଅଧିକ ପଢନ୍ତୁ...

UGC has written to HEADS  of all colleges & universities over setting up of help lines for mental health & psychosocial concerns of students
ମାନସିକ ସ୍ବାସ୍ଥ୍ୟ ପାଇଁ ହେବ ହେଲ୍ପଲାଇନ, ନିର୍ଦ୍ଦେଶନାମା ଜାରିକଲା ୟୁଜିସି
author img

By

Published : Apr 6, 2020, 10:12 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ପାଇଁ ଲକଡାଉନ କରାଯାଇଛି । ଏହି ସମୟରେ ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ ମାନଙ୍କୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଏଥିପାଇଁ ଶିକ୍ଷାନୁଷ୍ଠାନ ମାନଙ୍କରେ ହେଲ୍ପଲାଇନ ରଖିବାକୁ କୁହାଯାଇଛି । ଏହା ଦ୍ବାରା ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ପାଇଁ ବିଭିନ୍ନ ପରାମର୍ଶ ନେଇପାରିବେ ।

ୟୁଜିସିର ସଚିବ ପ୍ରଫେସର ରଜନୀ ଜୈନଙ୍କ ପକ୍ଷରୁ ଏହି ନିର୍ଦ୍ଦେଶାନାମା ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜର କୁଳପତି ଓ ଅଧ୍ୟକ୍ଷ ମାନଙ୍କୁ ପଠାଯାଇଛି ।

ଦେଶରେ କୋରୋନା ପାଇଁ ସାରା ଦେଶରେ ଲକଡାଉନ ଜାରି କରାଯାଇଥିବା ବେଳେ ବିଭିନ୍ନ ଅଞ୍ଚଳରେ ସଂକ୍ରମଣ ରୋକିବାକୁ ବ୍ଲକ ଡାଉନ କରାଯାଉଛି । ବିଭିନ୍ନ ସମୟରେ ପାଠପଢା ତଥା ଅନ୍ୟାନ୍ୟ କାମରେ ନିୟୋଜିତ ହେଉଥିବା ଛାତ୍ରଛାତ୍ରୀ ମାନେ ଘରେ ଗୋଟିଏ ସ୍ଥାନରେ ରହିବା ଯୋଗୁଁ ସେମାନଙ୍କ ମନସ୍ତାତ୍ତ୍ବିକ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି । ତେଣୁ ସେମାନଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ୟୁଜିସି ହେଲ୍ପଲାଇନ ଜାରି କରିବାକୁ ପରାମର୍ଶ ଦେଇଛି ।

ଦେଶରେ କୋରୋନା ଭାଇରସ ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ମୋଟ ପଜିଟିଭ ସଂଖ୍ୟା 4281 ରହିଛି । ଅନ୍ୟ ପକ୍ଷରେ 111 ଜଣଙ୍କ ମୃତ୍ୟୁ ଘଟିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.