ETV Bharat / bharat

ରାଗିଂକୁ ରୋକିବ ଆଣ୍ଟି-ରାଗିଂ ସ୍କ୍ବାର୍ଡ - ragging helpline no

ରାଗିଂକୁ ରୋକିବାକୁ ଗଠନ ହୋଇଛି ଆଣ୍ଟି-ରାଗିଂ ସ୍କ୍ବାର୍ଡ । ଏଥିପାଇଁ ବିଶ୍ବବିଦ୍ୟାଳୟ ମଞ୍ଜୁରୀ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଜାରି ହୋଇଛି ହେଲ୍ପ ଲାଇନ ନମ୍ବର।

ପ୍ରତିକାତ୍ମକ ଫଟୋ
author img

By

Published : Aug 5, 2019, 12:24 PM IST

ନୂଆଦିଲ୍ଲୀ: ଦିନକୁ ଦିନ ଶିକ୍ଷାନୁଷ୍ଠାନରେ ବଢି ବଢି ଚାଲିଛି ରାଗିଂ । କଲେଜରେ କେଉଁ ନୂଆ ଛାତ୍ରଛାତ୍ରୀ ଆସିଲେ କଲେଜରେ ସିନିଅର, ଜୁନିଅରଙ୍କୁ ରାଗିଂ କରନ୍ତି। ଯାହା ଅନେକ ସମୟରେ ଚରମ ସୀମାରେ ପହଞ୍ଚେ। ଆଉ ଛାତ୍ରଛାତ୍ରୀ କଲେଜକୁ ଯିବାକୁ ଭୟ କରନ୍ତି । ଯଦି ଆପଣ ବି ସେମିତି ରାଗିଂର ଶିକାର ହେଉଛନ୍ତି, ତେବେ ଜାଣି ରଖନ୍ତୁ ଏଥିପାଇଁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଜାରି ହୋଇଛି ହେଲ୍ପ ଲାଇନ ନମ୍ବର।

ଦେଶରେ ରାଗିଂ ଏକ ଘୃଣ୍ୟ ଅପରାଧ ବୋଲି ଜାଣି ମଧ୍ୟ ସିନିଅର ଜୁନିଅରଙ୍କୁ ରାଗିଂ କରିବାକୁ ପଛାଉ ନାହାନ୍ତି । ଅଭିଯୋଗ ବଢ଼ୁଥିବାରୁ ୟୁଜିସି ପକ୍ଷରୁ ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ଆଣ୍ଟି-ରାଗିଂ ସ୍କ୍ବାଡ ଗଠନ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି।ବିଶ୍ବବିଦ୍ୟାଳୟରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ସହ କ୍ୟାମ୍ପସରେ ବ୍ୟାପକ ସଚେତନତା କରିବା, ହଷ୍ଟେଲ ଉପରେ ଚଢାଉ ଓ ଆଣ୍ଟି-ରାଗିଂ ସ୍କ୍ବାଡ ଗଠନ ଉପରେ ଗୁରୁତ୍ବ ଦିଆଯାଇଛି। କ୍ୟାମ୍ପସର ସମ୍ବେଦନଶୀଳ ଅଞ୍ଚଳରେ ମଧ୍ୟ ସିସିଟିଭି ଲଗାଇବାକୁ ନିର୍ଦେଶ ‌ଦିଆଯାଇଛି।

ragging
twitter pic

ସମସ୍ତ ବିଶ୍ବବିଦ୍ୟାଳୟରେ ଆଣ୍ଟି-ରାଗିଂ କମିଟି ଓ ସ୍କ୍ବାଡ ଗଠନ, ଏ ସମ୍ପର୍କରେ ଉଲ୍ଲେଖ କରିବା, ୱେବସାଇଟରେ ଆଣ୍ଟି-ରାଗିଂ କମିଟିର ନୋଡାଲ ଅଫିସରଙ୍କ ସମ୍ପୂର୍ଣ୍ଣ ଠିକଣା ଓ ଫୋନ ନମ୍ବର, ନାମଲେଖା ସମୟରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଣ୍ଡରଟେକିଙ୍ଗ ଦେବା ବାଧ୍ୟତାମୂଳକ କରାଯାଇଛି।

ଆଣ୍ଟି-ରାଗିଂ ସ୍କ୍ବାଡର ସଦସ୍ୟ ହଷ୍ଟେଲ, କ୍ୟାଣ୍ଟିନ, ରେଷ୍ଟ ରୁମ, ଶୌଚାଳୟ, ବସଷ୍ଟାଣ୍ଡ ଆଦି ଉପରେ ଅଚାନକ ଚଢ଼ଉ କରିବାକୁ କୁହାଯାଇଛି। ଏଥିସହ ୟୁଜିସି ପକ୍ଷରୁ ଆଣ୍ଟି-ରାଗିଂ ହେଲ୍ପ ଲାଇନ ନମ୍ବର(୧୮୦୦-୧୮୦-୫୫୨୨) ଜାରି କରାଯାଇଛି। ଏହାଛଡା ଇ-ମେଲ ‘helpline@antiragging.in’ ଦ୍ୱାରା ମଧ୍ୟ ଛାତ୍ରଛାତ୍ରୀ ଅଭିଯୋଗ କରିପାରିବେ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.