ETV Bharat / bharat

ଲକଡାଉନ ବେଳେ ଉବେର ଆପ୍ସରେ ଯିବାକୁ ଚାହୁଁଛନ୍ତି ? ରଖନ୍ତୁ ଏହି ସବୁ କାଗଜପତ୍ର - Uber introduces service for travel amid corona virus

ଉବେର ପକ୍ଷରୁ ଡ୍ରାଇଭରଙ୍କୁ ମାସ୍କ, ଗ୍ଲୋଭସ୍, ସାନିଟାଇଜର ଏବଂ ସୁରକ୍ଷା ତାଲିମ ପ୍ରଦାନ କରାଯାଉଛି । ଅତ୍ୟାବଶ୍ୟକ ସେବା ସ୍ଥାନଗୁଡିକରେ ନିରବଚ୍ଛିନ୍ନ ସେବା ଯୋଗାଇବା ପାଇଁ ସେମାନଙ୍କୁ ସ୍ଥାନୀୟ ପ୍ରଶାସନ ପାସ୍ ଯୋଗାଇଦେବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଲକଡାଉନ ବେଳେ ଉବେର ଆପ୍ସର ଚାହିଦା
ଲକଡାଉନ ବେଳେ ଉବେର ଆପ୍ସର ଚାହିଦା
author img

By

Published : Apr 15, 2020, 7:29 AM IST

ନୂଆଦିଲ୍ଲୀ: ମୋବାଇଲ ଆପ୍ସରେ ପରିବହନ ସେବା ଯୋଗାଇଥିବା ଉବେର ଆପ୍ସ ଏଣିକି ଲକଡାଉନ ବେଳେ ଲୋକଙ୍କୁ ସେବା ଯୋଗାଇଦେବ। ବେଙ୍ଗାଲୁରୁ, ନାସିକ, ଗୁରୁଗ୍ରାମ ଏବଂ ହାଇଦ୍ରାବାଦ ସହିତ ଦେଶର ଅନେକ ସ୍ଥାନରେ ଲୋକଙ୍କୁ ସେବା ଯୋଗାଇ ଦେବ ଏହି ଉବେର। କେବଳ ହସ୍ପିଟାଲ, ଔଷଧ ଦୋକାନ ଆଦି ଜରୁରୀ କାଳୀନ ସ୍ଥାନକୁ ଯାତ୍ରା କରିବାରେ ଏହି ଉବେର ଆପ୍ସ ସହଯୋଗ କରିବ ।

ଉବେର ପକ୍ଷରୁ ଡ୍ରାଇଭରଙ୍କୁ ମାସ୍କ, ଗ୍ଲୋଭସ୍, ସାନିଟାଇଜର ଏବଂ ସୁରକ୍ଷା ତାଲିମ ପ୍ରଦାନ କରାଯାଉଛି । ଅତ୍ୟାବଶ୍ୟକ ସେବା ସ୍ଥାନଗୁଡିକରେ ନିରବଚ୍ଛିନ୍ନ ସେବା ଯୋଗାଇବା ପାଇଁ ସେମାନଙ୍କୁ ସ୍ଥାନୀୟ ପ୍ରଶାସନ ପାସ୍ ଯୋଗାଇଦେବ । ଏହି ସେବା ଏକାଧିକ ସହରରେ ଆରମ୍ଭ କରିବା ପାଇଁ ଉବେର ସମସ୍ତ ପ୍ରକ୍ରିୟା ଆରମ୍ଭ କରିଛି ।

ଏଥିପାଇଁ ବିଭିନ୍ନ ସହର ଏବଂ ରାଜ୍ୟ କର୍ତ୍ତୃପକ୍ଷଙ୍କ ସହ ବିଚାରବିମର୍ଶ କରି ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି। ଆସନ୍ତା ସପ୍ତାହରେ ଅଧିକ ସହରରେ ଉବେର ଅଧିକ ସେବା ଯୋଗାଇଦେବ ବୋଲି ଉବର ଇଣ୍ଡିଆ ଏବଂ ଦକ୍ଷିଣ ଏସିଆର ନିର୍ଦ୍ଦେଶକ-ଅପରେସନ୍ସ ଏବଂ ହେଡ୍ ଅଫ୍ ସିଟି ପ୍ରଭାସ ସିଂ ଆଇଏଏନଏସକୁ କହିଛନ୍ତି । ସେହିପରି ଯେଉଁ ଯାତ୍ରୀମାନେ ଉବେର ଆପ୍ସ ବ୍ୟବହାର କରିବେ ସେମାନେ ତାଙ୍କର ଯାତ୍ରା ବାବଦରେ ସ୍ପଷ୍ଟ ସୂଚନା ରଖିଥିବେ ଏହାସିହତ ପରିଚୟ ପତ୍ର ଦେଖାଇବା ଅନିର୍ବାର୍ଯ୍ୟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.