ETV Bharat / bharat

ହେଲମେଟ ନାହିଁ ତ ପେଟ୍ରୋଲ ନାହିଁ - ହେଲମେଟ

ଦୁର୍ଘଟଣା ରୋକିବାକୁ ନୋଏଡାରେ ନୂଆ ନିୟମ ଲାଗୁ । ବିନା ହେଲମେଟରେ ମିଳିବନି ପେଟ୍ରୋଲ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 1, 2019, 9:41 AM IST

ନୂଆଦିଲ୍ଲୀ: ଆଜି(ଶନିବାର) ଠାରୁ ବିନା ହେଲମେଟରେ ମିଳିବନି ପେଟ୍ରୋଲ । ଯଦି କେହି ଚାଳକ ବିନା ହେଲମେଟରେ ପେଟ୍ରେଲ ପମ୍ପକୁ ଯାଏ, ତେବେ ତା ଗାଡିରେ ପେଟ୍ରୋଲ ପକାଯିବନାହିଁ । ଆଉ ଯଦି କେହି ଅଭଦ୍ରାମି କରିବ କିମ୍ବା ଜୋରଜବରଦସ୍ତ ପେଟ୍ରୋଲ ପକାଇବାକୁ କହିବ, ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଭଳି ନିୟମ ଲାଗୁ ହୋଇଛି ନୋଏଡାରେ ।

ସୂଚନାନୁଯାୟୀ, ନୋଏଡାରେ ଏଣ୍ଟ୍ରି କରିବା ମାତ୍ରେ କାର ଚାଳକ ଓ ବାଇକ ଚାଳକ ମୁଣ୍ଡରୁ ହେଲମେଟ ଓ ସିଟ ବେଲ୍ଟ କାଢି ଦେଉଛନ୍ତି । ଏହାସହ ଟ୍ରାଫିକ ନିୟମ ମଧ୍ୟ କେହି ଆଉ ମାନୁନାହାଁନ୍ତି । ଯାହାଫଳରେ ଅଧିକାଂଶ ସମୟରେ ଦୁର୍ଘଟଣା ହୋଇ ଅନେକ ଧନଜୀବନ ନଷ୍ଟ ହେଉଛି । ଯାହାକୁ ଆଖି ଆଗରେ ରଖି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ଜିଲ୍ଲାଧିକାରୀ ବିଏନ ସିଂହ ।

ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପେଟ୍ରୋଲ ପମ୍ପରେ ନିର୍ଦ୍ଦେଶ ଦିଆଯାଇଛି । ଜୁନ 1 ଠାରୁ ନୋଏଡା ଓ ଗ୍ରେଟର ନୋଏଡାରେ ବିନା ହେଲମେଟରେ ପେଟ୍ରୋଲ ମିଳିବନି ବୋଲି ଘୋଷଣା କରାଯାଇଛି ।

Intro:Body:

sdfg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.