ETV Bharat / bharat

ପୁଲୱାମା ପ୍ରତିଶୋଧ, ମାଷ୍ଟର ମାଇଣ୍ଡ ସଜ୍ଜାଦ ଭଟ୍ଟ ନିହତ

ପୁଲୱାମା ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ଜୈଶ କମାଣ୍ଡର ସଜ୍ଜାଦ ଅହମଦ ଭଟ୍ଟର ଏନକାଉଣ୍ଟର । ଏହା ସହିତ ଏନକାଉଣ୍ଟରରେ ଅନ୍ୟ ଜଣେ ଆତଙ୍କବାଦୀ ତୌସିଫ୍ ଅହମଦ ଭଟ୍ଟ ମଧ୍ୟ ନିହତ ହୋଇଛି ।

author img

By

Published : Jun 18, 2019, 5:49 PM IST

ଫାଇଲ ଫଟୋ

ଶ୍ରୀନଗର: ପୁଲୱାମା ହମଲାର ପ୍ରତିଶୋଧ ନେଇଛନ୍ତି ଭାରତୀୟ ଯବାନ । ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ଜୈଶ କମାଣ୍ଡର ସଜ୍ଜାଦ ଅହମଦ ଭଟ୍ଟର ହୋଇଛି ଏନକାଉଣ୍ଟର। ଏହା ସହିତ ଏନକାଉଣ୍ଟରରେ ଅନ୍ୟ ଜଣେ ଆତଙ୍କବାଦୀ ତୌସିଫ୍ ଅହମଦ ଭଟ୍ଟ ମଧ୍ୟ ନିହତ ହୋଇଛି । ତେବେ ଅପରେସନରେ ସେନାର ଜଣେ ଯବାନ ମଧ୍ୟ ଶହୀଦ ହୋଇଥିବା ଜଣା ପଡିଛି ।

ସୂଚନା ମୁତାବକ, ପୁଲୱାମା ଆକ୍ରମଣରେ ସାମିଲ ଥିବା ଅନେକ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ପୂର୍ବରୁ ଏନକାଉଣ୍ଟର କରିସାରିଥିବା ବେଳେ ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ସଜ୍ଜାଦ ଭଟ୍ଟ ଫେରାର ଥିଲା । ସେବେଠାରୁ ସେ ସୁରକ୍ଷାକର୍ମୀଙ୍କ ଟାର୍ଗେଟରେ ଥିଲା । କାରରେ ଆଇଡି ଭରିବାଠାରୁ ଆରମ୍ଭ କରି ସିଆରପିଏଫ ଗାଡିକୁ ଟାର୍ଗେଟ କରିବା ପର୍ଯ୍ୟନ୍ତ ସମସ୍ତ ମାଷ୍ଟର ପ୍ଲାନ ସଜ୍ଜାଦ କରିଥିଲା । ପୁଲୱାମା ଆକ୍ରମଣରେ ବ୍ୟବହୃତ କାର ମଧ୍ୟ ସଜ୍ଜାଦର ହିଁ ଥିଲା ।

ତେବେ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ମଙ୍ଗଳବାର ସଜ୍ଜାଦ ଏବଂ ତାର ସାଥୀ ଲୁଚି ରହିଥିବା ସୁରକ୍ଷାକର୍ମୀଙ୍କୁ ଖବର ମିଳିଥିଲା । ଏହା ପରେ ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସୁରକ୍ଷାକର୍ମୀଙ୍କୁ ଦେଖି ଆତଙ୍କବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ । ଯାହାର ପାଲଟା ଯବାବରେ 2 ଆତଙ୍କବାଦୀଙ୍କୁ ନିହତ କରିଥିଲେ ସୁରକ୍ଷାକର୍ମୀ ।

Intro:Body:

dgd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.