ଜୟପୁର: ସୀମାରେ ବିଏସଏଫଙ୍କ ଗୁଳିରେ ଟଳିଲେ 2 ଚୋରା ଚାଲାଣକାରୀ । ତେବେ ରାଜସ୍ଥାନର ଶ୍ରୀଗଙ୍ଗନଗର ସୀମା ଆଉଟପୋଷ୍ଟରେ ପାଟ୍ରୋଲିଂ ବେଳେ ମଙ୍ଗଳବାର-ବୁଧବାର ମଧ୍ୟବର୍ତ୍ତୀ ରାତିରେ ଏହି ଘଟଣା ଘଟିଛି। ଖବର ଅନୁଯାୟୀ, ଗୁଇନ୍ଦା ସୁତ୍ରରୁ ଖବର ପାଇବା ପରେ ଏହି ଅପରେସନ୍ କରାଯାଇଥିଲା। ତେବେ ଶ୍ରୀଗଙ୍ଗନଗର ସୀମା ଆଉଟପୋଷ୍ଟର ଏଓପିର ପାକିସ୍ତାନରୁ ଭାରତୀୟ ପାର୍ଶ୍ୱକୁ ନିଶା କାରବାର କରାଯାଉଥିଲା।
ପହରା ଦେଉଥିବା ବିଏସଏଫ ସୈନ୍ୟମାନେ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା କାରବାର ପାଇଁ ସଶସ୍ତ୍ର ଚୋରା ଚାଲାଣକାରୀଙ୍କ ଉଦ୍ୟମକୁ ପଣ୍ଡ କରି ସୀମା ଆଗରେ ଦୁଇଜଣ ଚାଲାଣକାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି।
ଉକ୍ତ ଅଞ୍ଚଳରେ ଖୋଜାଖୋଜି କରିବା ସମୟରେ ଦୁଇ ନିହତ ଚୋରା ଚାଲାଣକାରୀଙ୍କ ମୃତଦେହ ନିକଟରେ ବହୁ ସଂଖ୍ୟକ ଜିନିଷ ଉଦ୍ଧାର କରାଯାଇଛି। ସେଥିମଧ୍ୟରେ ପିସ୍ତଲ-02, ମାଗାଜିନ-04, ଗୁଳି-28 ରାଉଣ୍ଡ, ନାର୍କୋଟିକ୍ସ , ଡ୍ରଗ୍ 8 ପ୍ୟାକେଟ୍ , ନାଇଟ୍ ଭିଜନ୍ ଡିଭାଇସ୍, ପାକ୍ ମୁଦ୍ରା 13000 ଟଙ୍କା, ପିସ୍ତଲ କଭର- 01 ନା, ଛୁରୀ ଛୋଟ- 01 ନା, ୱାଲେଟ୍ ଜବତ କରାଯାଇଛି।