ETV Bharat / bharat

ହାୱଡା ଷ୍ଟେସନରେ ନିୟୋଜିତ ଦୁଇ ଆରପିଏଫ୍ ଯବାନ କୋରୋନା ସଂକ୍ରମିତ

ଶୁକ୍ରବାର ଦୁଇ ଜଣ ରେଲୱେ ସୁରକ୍ଷା ବାହିନୀ (ଆରପିଏଫ୍) କର୍ମଚାରୀ ପୂର୍ବ ଭାରତର ପ୍ରମୁଖ ରେଲୱେର ହାୱଡା ରେଳ ଷ୍ଟେସନରେ କୋରୋନା ସଂକ୍ରମିତ ହେବା ରିପୋର୍ଟ ହୋଇଛି । ଅଧିକ ପଢନ୍ତୁ...

Two RPF jawans
ହାୱଡା ଷ୍ଟେସନରେ ନିୟୋଜିତ ଦୁଇ ଆରପିଏଫ୍ ଯବାନ କୋରୋନା ସଂକ୍ରମିତ
author img

By

Published : May 15, 2020, 11:34 PM IST

କୋଲକାତା: ସାରା ଦେଶରେ କୋରୋନା ରିପୋର୍ଟ ବଢି ଚାଲିଛି । ଏପରିସ୍ଥଳେ ସବୁଠାରୁ ଚିନ୍ତାଜନକ ବିଷୟ ପାଲଟିଛି ଦେଶରେ ସୁରକ୍ଷା ବାହିନୀ ଲଗାତାର ଭାବେ କୋରୋନା ଆକ୍ରାନ୍ତ ହେଉଛନ୍ତି । ଏହିକ୍ରମରେ ଶୁକ୍ରବାର ଦୁଇ ଜଣ ରେଲୱେ ସୁରକ୍ଷା ବାହିନୀ (ଆରପିଏଫ୍) କର୍ମଚାରୀ ପୂର୍ବ ଭାରତର ପ୍ରମୁଖ ରେଲୱେର ହାୱଡା ରେଳ ଷ୍ଟେସନରେ କୋରୋନା ସଂକ୍ରମିତ ହେବା ରିପୋର୍ଟ ହୋଇଛି ।

ଆରପିଏଫ୍ ସୂତ୍ରରୁ ଜଣାପଡିଛି ଯେ ଏହି ଦୁଇ ଯବାନ ପଜିଟିଭ୍ ପରୀକ୍ଷା କରିଛନ୍ତି । ସେମାନଙ୍କୁ ଜିଲ୍ଲାର ରେଳ ଅର୍ଥୋପେଡିକ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଭୟେ ହାୱଡା ଷ୍ଟେସନର ପୁରୁଣା କ୍ୟାମ୍ପସର ନର୍ଥ ଆଉଟପୋଷ୍ଟରେ ମୁତୟନ ରହିଥିଲେ। ଏହି ଘଟଣା ପରେ ପ୍ରାୟ 20 ଆରପିଏଫ କର୍ମଚାରୀଙ୍କୁ କ୍ବାରେନଣ୍ଟାଇନରେ ରଖାଯାଇଛି ।

ସୂତ୍ରରୁ ପ୍ରକାଶ ଯେ ଷ୍ଟେସନ ପରିସରରେ ଡ୍ୟୁଟି କରୁଥିବା ଅନ୍ୟ ଯବାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ବିଶେଷ କରି ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକଙ୍କୁ ଘରକୁ ଆଣିବା ପାଇ ସ୍ବତନ୍ତ୍ର ଟ୍ରେନ୍ ସେବା ଆରମ୍ଭ କରିବା ପରେ କୋରୋନା ସଂକ୍ରମଣ ଘଟଣା ବଢିବାରେ ଲାଗିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.