ଚେନ୍ନାଇ: ଚେନ୍ନାଇର ଦୁଇ ପୋଲିସ ଷ୍ଟେସନ ବନ୍ଦ । 6 ଜଣ ପୋଲିସ ଅଧିକାରୀ କୋରୋନା ଆକ୍ରାନ୍ତ ହେବାପରେ ଚେନ୍ନାଇର ଦୁଇ ପୋଲିସ ଷ୍ଟେସନକୁ ବନ୍ଦ କରାଯାଇଛି ।
ପୋଡାନୁର ଏବଂ କୁନିଆମୁଥୁର ଅଞ୍ଚଳର ଦୁଇ ପୋଲିସ ଷ୍ଟେସନକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି । ତେବେ 6 ଜଣ ପୋଲିସ ଅଧିକାରୀ ସହରର ଇଏସଆଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ଏପଟେ ଦୁଇ ପୋଲିସ ଷ୍ଟେସନର ଅଧିକାରୀଙ୍କୁ ଏକ ଘରୋଇ ବିବାହ ହଲକୁ ପଠାଯାଇଛି । ଏଥିସହ 105 ଜଣ ପୋଲିସ ଅଧିକାରୀଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଥିବା ପୋଲିସ କମିଶନର ସୁମିତ ସରନ କହିଛନ୍ତି ।