ଲକ୍ଷ୍ନୌ: ଲକ୍ଷ୍ନୌରେ କୋରୋନା ସଂକ୍ରମଣ ଧିରେ ଧିରେ ବୃଦ୍ଧି ପାଉଛି । ବର୍ତ୍ତମାନ କରୋନା ଉତ୍ତରପ୍ରଦେଶ ବିଧାନସଭା ପରିସରରେ ପହଞ୍ଚିଛି। ବିଧାନସଭା ବାଚସ୍ପତି ହୃଦୟ ନାରାୟଣ ଦୀକ୍ଷିତଙ୍କ ସ୍ବତନ୍ତ୍ର ଅଧିକାରୀ ପଙ୍କଜ ମିଶ୍ର କୋରୋନା ପଜିଟିଭ୍ । ସ୍ବତନ୍ତ୍ର କାର୍ଯ୍ୟ ଅଧିକାରୀ ପଙ୍କଜ ମିଶ୍ରଙ୍କୁ ପିଜିଆଇରେ ଭର୍ତ୍ତି କରାଯାଇଛି।
ଏହା ବ୍ୟତୀତ ବାଚସ୍ପତି ହୃଦୟ ନାରାୟଣ ଦୀକ୍ଷିତଙ୍କ ବ୍ୟକ୍ତିଗତ ସହାୟକ ଅଜୟ ପ୍ରତାପ ସିଂ ମଧ୍ୟ କୋରୋନା ପଜିଟିଭ୍ । ବିଧାନସଭାର ବାଚସ୍ପତିଙ୍କ ବ୍ୟକ୍ତିଗତ ସହାୟକ ଅଜୟ ପ୍ରତାପ ସିଂଙ୍କୁ ଲୋହିଆ ପ୍ରତିଷ୍ଠାନରେ ଭର୍ତ୍ତି କରାଯାଇଥିଲା। ତେବେ ବାଚସ୍ପତିଙ୍କ କୋରୋନା ରିପୋର୍ଟ କିନ୍ତୁ ନେଗେଟିଭ୍ ଆସିଛି ।
ଅନ୍ୟପକ୍ଷେ ପଜିଟିଭଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ଖୋଜା ଚାଲିଛି । ଏହାସହ ଅନେକଙ୍କୁ କ୍ବାରେଣ୍ଟାଇନରେ ରହିବାକୁ କୁହାଯାଇଛି । ପ୍ରକାଶଥାଉକି, ୟୁପିର କୋରୋନା ସଂକ୍ରମଣ ସଂଖ୍ୟା 36 ହଜାର ପାର୍ କରିଛି । ଏଥିରେ 12 ହଜାରରୁ ଅଧିକ ଆକ୍ଟିଭ୍ ମାମଲା ରହିଛି ।