ETV Bharat / bharat

ଦିଲ୍ଲୀରେ 2ଟି ନୂଆ କୋଭିଡ 19 ହସ୍ପିଟାଲ, ମୋଟ 7ଟି କାର୍ଯ୍ୟକ୍ଷମ

author img

By

Published : May 1, 2020, 12:22 AM IST

ପରିସ୍ଥିତି ଦୃଷ୍ଟିରୁ ଦିଲ୍ଲୀ ସରକାର ଆଉ 2ଟି ନୂଆ ହସ୍ପିଟାଲକୁ କୋଭିଡ-19 ହସ୍ପିଟାଲରେ ପରିବର୍ତ୍ତନ କରିଛନ୍ତି । ଏମାନେ ହେଲେ ମହାଦୂର୍ଗା ଚ୍ୟାରିଟେବଲ ଟ୍ରଷ୍ଟ ହସ୍ପିଟାଲ ଏବଂ ଶ୍ରୀ ଗଙ୍ଗାରାମ ସିଟି ହସ୍ପିଟାଲ । ଅଧିକ ପଢନ୍ତୁ...

ଦିଲ୍ଲୀରେ 2ଟି ନୂଆ କୋଭିଡ 19 ହସ୍ପିଟାଲ, ମୋଟ 7ଟି କାର୍ଯ୍ୟକ୍ଷମ
ଦିଲ୍ଲୀରେ 2ଟି ନୂଆ କୋଭିଡ 19 ହସ୍ପିଟାଲ, ମୋଟ 7ଟି କାର୍ଯ୍ୟକ୍ଷମ

ନୂଆଦିଲ୍ଲୀ: ରାଜଧାନୀରେ କୋରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଏଠାରେ କୋରୋନା ସଂକ୍ରମଣ 3439 ଛୁଇଁଛି ଏବଂ 1092 ଜଣ ସୁସ୍ଥ ହୋଇଛନ୍ତି । ସେହିପରି 56 ଜଣଙ୍କର ଏଥିରେ ମୃତ୍ୟୁ ହୋଇଛି ।

ତେବେ ପରିସ୍ଥିତି ଦୃଷ୍ଟିରୁ ଦିଲ୍ଲୀ ସରକାର ଆଉ 2ଟି ନୂଆ ହସ୍ପିଟାଲକୁ କୋଭିଡ 19 ହସ୍ପିଟାଲରେ ପରିବର୍ତ୍ତନ କରିଛନ୍ତି । ଏମାନେ ହେଲେ ମହାଦୂର୍ଗା ଚ୍ୟାରିଟେବଲ ଟ୍ରଷ୍ଟ ହସ୍ପିଟାଲ ଏବଂ ଶ୍ରୀ ଗଙ୍ଗାରାମ ସିଟି ହସ୍ପିଟାଲ । ଉଭୟ ହସ୍ପିଟାଲର କର୍ତ୍ତୃପକ୍ଷଙ୍କୁ ମେ 3 ପୂର୍ବରୁ ଆଇସୋଲେସନ ବେଡ ନିର୍ମାଣ ସାରିବାକୁ ନିର୍ଦ୍ଦେଶ ଦେଇଛି ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଏଠାରେ କୋଭିଡ-19 ରୋଗୀଙ୍କ ରହିବାର ସମସ୍ତ ବ୍ୟବସ୍ଥା କରାଯିବ ।

ପୂର୍ବରୁ 2ଟି ସରାକାରୀ ହସ୍ପିଟାଲ ଲୋକ ନାୟକ ଓ ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ଏବଂ 3ଟି ଘରୋଇ ଡାକ୍ତରଖାନା ଗଙ୍ଗାରାମ, ଇନ୍ଦ୍ରପ୍ରସ୍ଥ ଆପୋଲୋ ଓ ମ୍ୟାକ୍ସ ହସ୍ପିଟାଲକୁ କୋଭିଡ-19 ହସ୍ପିଟାଲ ଭାବେ କାର୍ଯ୍ୟକ୍ଷମ କରାଯାଇଛି । ଫଳରେ ଦିଲ୍ଲୀରେ ମୋଟ 7ଟି କୋରୋନା ହସ୍ପିଟାଲ ଏବେ କାର୍ଯ୍ୟ କରୁଛି । ଏହି ସମସ୍ତ ଜାଗାରେ କୋଭିଡ-19 ରୋଗୀଙ୍କ ରହିବାର ବନ୍ଦୋବସ୍ତ ହୋଇଛି । ତେବେ ବଢୁଥିବା ସଂଖ୍ୟାକୁ ଦୃଷ୍ଟିରେ ରଖି 2ଟି ନୂଆ ହସ୍ପିଟାଲକୁ ସାମିଲ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.