ETV Bharat / bharat

ଲକଡାଉନକୁ ପୂରିଲା 2 ମାସ - ଦେଶରେ ଲକଡାଉନ୍

ମାରାତ୍ମକ କୋରୋନା ବିସ୍ତାରକୁ ରୋକିବା ପାଇଁ ଆଜି ଦେଶରେ ଲକଡାଉନ୍ ଲାଗୁ କରିବାର ଦୁଇ ମାସ ଶେଷ ହୋଇଛି। ମାର୍ଚ୍ଚ 25 ତାରିଖରୁ ଲାଗୁ ହୋଇଥିବା ଏହି ଲକଡାଉନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 24 ମାର୍ଚ୍ଚରେ ପ୍ରଥମ ଘୋଷଣା କରିଥିଲେ।

two months of lockdown in india
ଲକଡାଉନକୁ ପୁରିଲା 2 ମାସ
author img

By

Published : May 25, 2020, 1:27 PM IST

ନୂଆଦିଲ୍ଲୀ: ମାରାତ୍ମକ କୋରୋନା ବିସ୍ତାରକୁ ରୋକିବା ପାଇଁ ଆଜି ଦେଶରେ ଲକଡାଉନ୍ ଲାଗୁ କରିବାର ଦୁଇ ମାସ ପୂରିଛି । ମାର୍ଚ୍ଚ 25 ତାରିଖରୁ ଲାଗୁ ହୋଇଥିବା ଏହି ଲକଡାଉନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 24 ମାର୍ଚ୍ଚରେ ପ୍ରଥମ ଘୋଷଣା କରିଥିଲେ। ବର୍ତ୍ତମାନ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଚାଲିଛି । ଏହା କିଛି ଆଶ୍ବସ୍ତି ସହିତ 31 ମେ’ ପର୍ଯ୍ୟନ୍ତ ଚାଲିବ ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏପର୍ଯ୍ୟନ୍ତ 1 ଲକ୍ଷ 31 ହଜାର 868 ଲୋକ ସଂକ୍ରମିତ ହୋଇଛନ୍ତି । ଏଥିସହ 3867 ଜଣଙ୍କର ମୃତ୍ୟୁ ଘଟିଛି। 54 ହଜାର 441 ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ 1577, ଗୁଜୁରାଟରେ 829, ମଧ୍ୟପ୍ରଦେଶରେ 281, ପଶ୍ଚିମବଙ୍ଗରେ 269, ରାଜସ୍ଥାନରେ 160, ଦିଲ୍ଲୀରେ 231, ଉତ୍ତରପ୍ରଦେଶରେ 155, ଆନ୍ଧ୍ରପ୍ରଦେଶରେ 56, ତାମିଲନାଡୁରେ 103, ତେଲେଙ୍ଗାନାରେ 49, କର୍ଣ୍ଣାଟକରେ 42 ପଞ୍ଜାବରେ 39, ଜାମ୍ମୁ କାଶ୍ମୀରରେ 21, ହରିୟାଣାରେ 16, ବିହାରରେ 11, କେରଳରେ 4, ଝାଡଖଣ୍ଡରେ 4, ଓଡିଶାରେ 7, ହିମାଚଳ ପ୍ରଦେଶରେ 3, ଆସାମରେ 4 ଓ ମେଘାଳୟରେ ଜଣଙ୍କର ମୃତ୍ୟୁ ଘଟିଛି । ଦେଶରେ ପୁନରୁଦ୍ଧାର ହାର 41.28 ପ୍ରତିଶତ ରହିଛି ।

ଶୁକ୍ରବାର 5ଟି ଗାଣିତିକ ମୂଲ୍ୟାଙ୍କନ କେନ୍ଦ୍ର ସରକାର ଉପସ୍ଥାପନ କରିଛନ୍ତି। ମେ’ 15 ପର୍ଯ୍ୟନ୍ତ ତଥ୍ୟ ଉପରେ ଆଧାର କରି ଏହି ମୂଲ୍ୟାଙ୍କନରେ ଲକଡାଉନର ପ୍ରଭାବର ଆକଳନ ଦର୍ଶାଯାଇଥିଲା । ସରକାର ଦାବି କରିଛନ୍ତି ଯେ କୋରୋନା ମହାମାରୀ ଉପରେ ବ୍ରେକ୍ ଲଗାଇବାରେ ଲକଡାଉନ୍ ସଫଳତା ହାସଲ କରିଛି। ସରକାର ଦାବି କରିଛନ୍ତି ଯେ ଯଦି ଲକଡାଉନ୍ ଲାଗୁ କରାଯାଇ ନଥାନ୍ତା, ତେବେ ବର୍ତ୍ତମାନ ସୁଦ୍ଧା ଦେଶରେ ହାରାହାରି 20 ଲକ୍ଷ କୋରୋନା ମାମଲା ରୁଜୁ ହୋଇଥାନ୍ତା, ଏହି ରୋଗ ଯୋଗୁଁ ହାରାହାରି 54 ହଜାର ଲୋକ ପ୍ରାଣ ହରାଇଥାନ୍ତେ ।

ଲକଡାଉନର 2 ମାସ ପରେ ବି ପ୍ରବାସୀ ଶ୍ରମିକଙ୍କ ସ୍ଥାନାନ୍ତରଣ ଜାରି ରହିଛି। ସରକାରଙ୍କ କହିବାନୁସାରେ, ସମୁଦାୟ 4 କୋଟି ଶ୍ରମିକଙ୍କ ମଧ୍ୟରୁ ପ୍ରାୟ 75 ଲକ୍ଷ ଶ୍ରମିକ ସେମାନଙ୍କ ଘରକୁ ଯାଇଛନ୍ତି। ତେବେ ଟ୍ରେନ୍ ଚଳାଇବା ସତ୍ତ୍ବେ ହଜାର ହଜାର ଶ୍ରମିକ ରାସ୍ତାରେ ଭୋକିଲା ରହି ପାଦରେ ନିଜ ଘରକୁ ଫେରୁଛନ୍ତି। ଶ୍ରମିକମାନେ କହିଛନ୍ତି ଯେ ସେମାନଙ୍କର ଆଉ ଟଙ୍କା ନାହିଁ ଓ ଟ୍ରେନ୍ ଟିକେଟ୍‌ କିଣିବାକୁ ଅସମର୍ଥ।

ଏଥିସହିତ ବସ ଆରମ୍ଭ ହେବା ସହ ଟ୍ରେନ୍ ସେବା, ଘରୋଇ ବିମାନ ସେବା ମଧ୍ୟ ଆଜିଠାରୁ ଆରମ୍ଭ ହୋଇଛି। ପ୍ରାୟ ଦୁଇମାସ ବିମାନ ଉଡାଣ ସ୍ଥଗିତ ରହିବା ପରେ ଆଜିଠାରୁ ସାରା ଦେଶରେ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଛି। ପ୍ରଥମ ବିମାନଟି ସକାଳ 4ଟା45ମିନିଟରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପୁନେ ଅଭିମୁଖେ ଯାତ୍ରା କଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.