ETV Bharat / bharat

ଦୁଇ ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ

ପୁଣି ଲଜ୍ଜା ଦୁଇ ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ....

author img

By

Published : Jun 23, 2020, 11:58 AM IST

two minor sisters raped in jharkhand
ଦୁଇ ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ

ରାଞ୍ଚି : ପୁଣି ଲଜ୍ଜା । ଦୁଇ ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ଛତିଶଗଡର ଜାମସେଦପୁର ଅଞ୍ଚଳରେ । ଏନେଇ ବିଷ୍ଟୁପୁର ଥାନାରେ ଏକ ମାମଲା ରୁଜୁ ହୋଇଛି । ପୋକ୍ସ ଆକ୍ଟରେ ମାମଲା ରୁଜୁ ହୋଇଥିବାବେଳେ ତଦନ୍ତ କରୁଛି ପୋଲିସ । ତେବେ ଅଭିଯୁକ୍ତ ଜଣକ ଫେରାର ଥିବା ଜଣାପଡିଛି । ତେବେ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଜଣକ ଓଡିଶାର ବଡବିଲ ଅଞ୍ଚଳର ବୋଲି ଜଣାପଡିଛି ।

ନାବାଳିକା ଜଣକ ଯୁବକଙ୍କର ସମ୍ପର୍କୀୟ ହୋଇଥିବା ଜଣାପଡିଛି । ତେବେ ଯୁବକ ଜଣକ ନାବାଳିକାଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏପରିକି ଏକଥା ବାହାରେ ପ୍ରଘଟ କଲେ ନାବାଳିକାଙ୍କ ବାପାଙ୍କୁ ଜୀବନରୁ ମାରି ଦେବାକୁ ଅଭିଯୁକ୍ତ ଜଣକ ଧମକ ମଧ୍ୟ ଦେଇଥିଲା । ତେବେ 2 ନାବାଳିକାଙ୍କୁ ଡାକ୍ତରୀମାଇନା ପାଇଁ ମେଡିକାଲ ପଠାଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.