ETV Bharat / bharat

ସୋମାଲିଆରେ ଅନାହାର: ମୃତ୍ୟୁମୁଖରେ ପଡିବେ 20 ଲକ୍ଷ ! - somalia

ସୋମାଲିଆରେ ଖାଦ୍ୟଭାବ ସ୍ଥିତି ଦିନକୁ ଦିନ ଉତ୍କଟ ରୂପ ଧାରଣ କରିବାରେ ଲାଗିଛି । ଦେଶର ପ୍ରାୟ 30 ଲକ୍ଷ ଲୋକ ପେଟପୁରା ଖାଇବା ପାଇଁ ଦୈନିକ ସଂଘର୍ଷ କରୁଛନ୍ତି । ତେବେ ଅନାହାର ଯୋଗୁଁ 20 ଲକ୍ଷ ଲୋକ ମୃତ୍ୟୁ ମୁଖରେ ପଡିବା ନେଇ ଆଶଙ୍କା ପ୍ରକଟ କରିଛି ଯୁକ୍ତରାଷ୍ଟ୍ର ଆମେରିକା ।

ପ୍ରତିକାତ୍ମକ ଫଟୋ
author img

By

Published : Jun 7, 2019, 1:23 PM IST

Updated : Jun 7, 2019, 4:36 PM IST

ମୋଗାଦିଶୁ: ସୋମାଲିଆରେ ଉତ୍କଟ ହେବାରେ ଲାଗିଛି ଖାଦ୍ୟ ସମସ୍ୟା । ଆଗକୁ ଖାଦ୍ୟ ନ ପାଇ 20 ଲକ୍ଷ ଲୋକ ମୃତ୍ୟୁ ମୁଖରେ ପଡିବେ ବୋଲି ଆଶଙ୍କା ପ୍ରକଟ କରିଛି ଯୁକ୍ତରାଷ୍ଟ୍ର ଆମେରିକା । ତୁରନ୍ତ ଯଦି ସେମାନଙ୍କୁ ଅନ୍ତଃର୍ଜାତୀୟ ସ୍ତରରେ କୌଣସି ସାହାଯ୍ୟ ନ କରାଯାଏ ପିଲା, ମହିଳା ଓ ପୁରୁଷଙ୍କ ଅନାହାରରେ ମୃତ୍ୟୁବରଣ କରିବେ ବୋଲି କହିଛନ୍ତି ୟୁଏନର ଜଣେ ଅଧିକାରୀ ।

ସୋମାଲିଆରେ ଚାଲିଥିବା ଅନାହାର ଯୋଗୁଁ ଦେଶକୁ ବର୍ତ୍ତମାନ 70 କୋଟି ଡଲାରର ଆବଶ୍ୟକତା ରହିଛି ବୋଲି କହିଛନ୍ତି ୟୁଏନର ଅଣ୍ଡର ସେକ୍ରେଟାରୀ ଜେନେରାଲ ମାର୍କ ଲୋକାକେ । ଖାଦ୍ୟ ଅଭାବ ସାଙ୍ଗକୁ ଅସହ୍ୟ ଖରା ଯୋଗୁଁ ସୋମାଲିଆରେ ସ୍ଥିତି ସଙ୍ଗୀନ ରହିଛି । ଖରା ଯୋଗୁଁ ଅନେକ ପଶୁଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଫସଲ ମଧ୍ୟ ନଷ୍ଟ ହେବାରେ ଲାଗିଛି ।

ତେବେ ଏଭଳି ପରସ୍ଥିତିରେ ସୋମିଲିଆକୁ ସାହାଯ୍ୟ ପାଇଁ ଆଗେଇ ଆସିଛି ୟୁଏନ । ପାଣି ଓ ଖାଦ୍ୟ ଭଳି ଦୈନିକ ଆବଶ୍ୟକତା ପୂରଣ ପାଇଁ 4.5 କୋଟି ଡଲାର ରାଶି ଯୋଗାଇ ଦେଇଛି । କହିରଖୁଛୁ, ସୋମାଲିଆର ମୋଟ ଜନସଂଖ୍ୟା 1.5 କୋଟି । ସେଥିମଧ୍ୟରୁ କେବଳ 30 ଲକ୍ଷ ଲୋକ ପେଟପୁରା ଖାଇବା ପାଇଁ ଅହରହ ସଂଘର୍ଷ କରୁଛନ୍ତି ।

Intro:Body:

terter

Conclusion:
Last Updated : Jun 7, 2019, 4:36 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.