ଶ୍ରୀନଗର: ସୋପିଆନର ଡାଏରୋ ଅଞ୍ଚଳରେ ଶୁକ୍ରବାର ସୁରକ୍ଷା ବାହିନୀର ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି । ସେଠାରେ ଆତଙ୍କୀ ଲୁଚିଥିବା ନେଇ ସୂଚନା ପାଇବା ପରେ ସେନା ଉକ୍ତ ଅଞ୍ଚଳକୁ ଘେରାଉ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ।
ପ୍ରଥମେ ଆତଙ୍କବାଦୀମାନେ ଗୁଳିମାଡ କରିବା ପରେ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଏହି ଗୁଳିବିନିମୟରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ମୃତ ଆତଙ୍କବାଦୀଙ୍କ ପରିଚୟ ଓ ସଙ୍ଗଠନର ଅନୁସନ୍ଧାନ କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ