ଲକ୍ଷ୍ନୌ: ଭୋକ-ଉପାସରେ ପ୍ରବାସୀ ଛଟପଟ ହେଵା ଅପେକ୍ଷା ପ୍ରବାସକୁ ଫେରିବା ଶ୍ରେୟସ୍କର। ଟିକେଟ୍ ନପାଇ ଭଡାଘରେ ଦହଗଞ୍ଜ ହେବାଠାରୁ ରାଜରାସ୍ତାରେ ସାଇକେଲ୍ ପେଡଲ୍ ମାରିବା ଶାନ୍ତ୍ବନାଦାୟକ। ବ୍ୟବସାୟ ତ ବନ୍ଦ ହୋଇଗଲା ଏ ପ୍ରବାସୀ ସୋନୁ ଓ ସିଲୁ କଣ ବା କରି ଥାଆନ୍ତେ ? କେବଳ ପାଣି ବୋତଲର ସାହାରାରେ ଦୁଇ ଜଣ ଛଅଟି ରାଜ୍ୟ ଟପିବା ଆଶାରେ। ଅଣନିଶ୍ବାସୀ ଭାଵେ 1860 କିମିର ପରୀକ୍ଷା ଦେଉଛନ୍ତି। ଜୀବନ ବଞ୍ଚାଇ ନିଜ ଘରେ ବି ପହଞ୍ଚିଵେ କି ନାହିଁ ଜଣାନାହିଁ କିନ୍ତୁ ଆଜି ସୁଦ୍ଧା 70କମି ରାସ୍ତା ଅତିକ୍ରମ କରି ସାରିଲେଣି। ଯାହା ଏଵେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।
ତେଵେ ତାମିଲନାଡୁରେ ଫସି ରହିଥିବା ଦୁଇଜଣ ପ୍ରବାସୀ ଶ୍ରମିକ ସାଇକେଲ ଯୋଗେ ନିଜ ଦେଶ ଉତ୍ତରପ୍ରଦେଶରେ ପହଞ୍ଚିବାକୁ ଯାତ୍ରା ଆରମ୍ଭ କରିଛନ୍ତି। ସୋନୁ ଏବଂ ଶିଲୁ ନାମକ ଏହି ପ୍ରବାସୀ ଯୋଡି ତାମିଲନାଡୁର ଆରାକୋନାମ୍ ସହରରେ ଜଣେ ଜଣେ ବିକ୍ରେତା ଭାବରେ କାର୍ଯ୍ୟ କରନ୍ତି ଏବଂ ବର୍ତ୍ତମାନ ପାଖରେ ଟଙ୍କା ନଥିବାରୁ ସେ ଉତ୍ତରପ୍ରଦେଶକୁ ଫେରୁଛନ୍ତି ।
ଏହି ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଏଵେ 6 ଟି ରାଜ୍ୟ ଅତିକ୍ରମ କରିବେ,ଯାହା ସେମାନଙ୍କ ପାଇଁ ଏକ କଷ୍ଟସାଧ୍ୟ କାର୍ଯ୍ୟ ପାଲଟିଛି। କଠିନ ପରିସ୍ଥିତି ବିଷୟରେ କହିବାକୁ ଗଲେ ପ୍ରବାସୀ ଶ୍ରମିକ ସୋନୁ କହିଛନ୍ତି, ଆମେ ଆରମ୍ଭରେ କିଛି ଟଙ୍କା ସଞ୍ଚୟ କରିଥିଲୁ ଏବଂ କିଛି ଘରକୁ ପଠାଇଥିଲୁ । ଲକ୍-ଡାଉନ୍ କାରଣରୁ ବ୍ୟବସାୟ ବନ୍ଦ ହୋଇ ଯାଇଥିଲା ଏବଂ ଆମେ ମଧ୍ୟ ଟ୍ରେନ୍ ଟିକେଟ୍ ପାଇ ନାହୁଁ। କ୍ରମାଗତଃ ଭାବରେ ଅପେକ୍ଷା ତାଲିକାରେ ରହି ରହି ନିଷ୍ପତ୍ତି ନେଲୁ ସାଇକେଲ୍ ଯୋଗେ ଘରକୁ ଯିବୁ। ଘରେ ପହଞ୍ଚିବା ବ୍ୟତୀତ ଆମର ଅନ୍ୟ କୌଣସି ବିକଳ୍ପ ନାହିଁ। ମୁଁ କିଛି ପୋଷାକ ଏବଂ ପାଣି ବୋତଲ ନେଇ ମୋ ଗନ୍ତବ୍ୟ ସ୍ଥଳକୁ ଯାଉଛି ବୋଲି ସିଲୁ କହିଛି।
ରାଜପଥ ନିକଟସ୍ଥ ଏକ କୁଟୀରରେ ରହୁଥିବା ଜଣେ ମହିଳା ସୁନକମା କହିଛନ୍ତି, 'ଏପରି ଲୋକମାନଙ୍କୁ ମୋ ଦୋକାନ ଆଗରେ ଯାଉଥିବା ଦେଖି ମୋତେ ବହୁତ ଦୁଃଖ ଲାଗୁଛି। ସେ ମୋ ପାଖକୁ ଆସି ତାଙ୍କ ଖାଲି ବୋତଲ ଭରିବାକୁ ଅନୁରୋଧ କଲା, ମୁଁ ପାଣି ଦେଲି ଏବଂ ଖାଦ୍ୟ ମଧ୍ୟ ଦେଲି । ସେମାନଙ୍କ ଅବସ୍ଥା ଦେଖି ମୁଁ ନିଜକୁ ସମ୍ଭାଳି ପାରିଲି ନାହିଁ। କାନ୍ଦି ପକାଇଲି।
ସୋନୁ ଏବଂ ଶିଲୁ ଉଭୟ ଉତ୍ତରପ୍ରଦେଶର ଅରାୟା ଜିଲ୍ଲାର ଅଟନ୍ତି ଏବଂ ଏପର୍ଯ୍ୟନ୍ତ ସେମାନେ 70 କିଲୋମିଟର ଅତିକ୍ରମ କରିଛନ୍ତି ଯେତେବେଳେ ସମୁଦାୟ ଦୂରତା ପ୍ରାୟ 1860 କିଲୋମିଟର ଅଟେ। ତେଵେ ତାଙ୍କ ମନୋବଳ ସମ୍ମୁଖରେ ଯାତ୍ରା ସହଜରେ ଶେଷ ହେଵ ଵୋଲି ଆଶା ବାନ୍ଧିଛନ୍ତି।