ETV Bharat / bharat

ବିଜେପି ପାଇଁ ଅଶୁଭ ଅଗଷ୍ଟ, ହରାଇଲା 2 ବରିଷ୍ଠ ନେତା - ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ

ଚଳିତ ବର୍ଷ ଅଗଷ୍ଟ ମାସରେ ଦେଶ ହରାଇଛି ବିଜେପିର ଦୁଇ ବରିଷ୍ଠ ଟାଣୁଣା ନେତା । ପୂର୍ବରୁ ଅଗଷ୍ଟ 6 ରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ନିଧନ ହୋଇଥିବା ବେଳେ ଆଜି 66 ବର୍ଷ ବୟସରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପରଲୋକ ହୋଇଛି ।

ଡିଜାଇନ ଫଟୋ
author img

By

Published : Aug 24, 2019, 9:25 PM IST

ନୂଆଦିଲ୍ଲୀ: ପରଲୋକରେ ପୂର୍ବତନ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ । ଦିଲ୍ଲୀ ଏମ୍ସ୍‌ରେ ମଧ୍ୟାହ୍ନ 12ଟା 7 ମିନିଟ୍‌ ରେ ଲିଭି ଯାଇଛି ଜେଟଲୀଙ୍କ ଜୀବନ ଦ୍ବୀପ । ଚଳିତ ବର୍ଷ ଅଗଷ୍ଟ ମାସରେ ଦେଶ ହରାଇଛି ବିଜେପିର ଦୁଇ ବରିଷ୍ଠ ଟାଣୁଣା ନେତା । ପୂର୍ବରୁ ଅଗଷ୍ଟ 6 ରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ନିଧନ ହୋଇଥିବା ବେଳେ ଆଜି 66 ବର୍ଷ ବୟସରେ ଅରୁଣ ଜେଟଲୀଙ୍କର ପରଲୋକ ଘଟିଛି ।

ପୂର୍ବରୁ ସୁଷମା ସ୍ବରଜାଙ୍କ ବିୟୋଗ ଦଳକୁ ଶକ୍ତ ଧକ୍କା ଦେଇଥିବା ବେଳେ ଏବେ ପୁଣି ଆଉ ଏକ ଟାଣୁଆ ନେତା ଚାଲିଯିବା ପରେ ଦଳରେ ଶୋକର ଛାୟା ଖେଳିଯାଇଛି । ଜଣେ ନିଜର ଓଜ୍ବସୀ ଭାଷଣରେ ବିଦେଶୀଙ୍କୁ ପ୍ରଭାବିତ କରୁଥିବା ବେଳେ ଅନ୍ୟ ଜଣେ ଜିଏସଟି ଓ ବିମୁଦ୍ରୀକରଣରେ ଗୁରୁତ୍ତ୍ବ ପୂର୍ଣ୍ଣ ଭୂମିକା ନିଭାଉଥିଲେ । ସୁଷମା ସ୍ବରାଜଙ୍କ ଭଳି ଅରୁଣ ଜେଟଲୀ ମଧ୍ୟ ଦେଶରେ ଏମରଜେନ୍ସି ସମୟରେ ଏହାକୁ ଭରପୁର ବିରୋଧ କରିଥିଲେ । ଫଳରେ ତାଙ୍କୁ ଭୋଗିବାକୁ ପଡିଥିଲା 19 ମାସ ଜେଲ୍‌ ।

28 ଡିସେମ୍ବର 1952 ମସିହାରେ ଦିଲ୍ଲୀରେ ଅରୁଣ ଜେଟଲୀ ଜନ୍ମଗ୍ରହଣ କରିଥିଲେ । କଲେଜରେ ପଢୁଥିବା ସମୟରେ ତାଙ୍କର ରାଜନିତୀରେ ରୁଚି ଥିଲା । ସେଥିପାଇଁ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ରେ ସାମିଲ ହେଲେ । 1874 ମସିହାରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ସେ ଛାତ୍ର ସଂସଦ ସଭାପତି ଥିଲେ । 10 ଜୁନ 1980ରେ ଅରୁଣ ଜେଟଲୀ ବିଜେପିରେ ସାମିଲ ହୋଇଥିଲେ । ଠିକ୍‌ 20 ବର୍ଷ ପରେ ଜେଟଲୀ ବାଜପେୟୀଙ୍କ କ୍ୟାବିନେଟ୍‌ରେ ପ୍ରଥମଥର ପାଇଁ କେନ୍ଦ୍ର ଆଇନ ମନ୍ତ୍ରୀ ହୋଇଥିଲେ । ଏହାପରେ ମୋଦି ସରକାରଙ୍କ ପ୍ରଥମ ପାଳିରେ ସେ ଅର୍ଥମନ୍ତ୍ରୀ ହୋଇଥିଲେ । ତେବେ ପ୍ରଥମେ ସୁଷମା ସ୍ବରାଜ ଓ ଏବେ ଅରୁଣ ଜେଟଲୀଙ୍କ ବିୟୋଗରେ ଦେଶରେ ଶୋକର ଛାୟା ଖେଳିଯାଇଛି । ଏହି ଦୁଇ ନେତାଙ୍କ ଶୂନ୍ୟସ୍ଥାନ ଅପୁରଣୀୟ ।

ବ୍ୟୁରୋ ରିପୋର୍ଟ ଇଟିଭା ଭାରତ

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.