ETV Bharat / bharat

‘୨୦୨୦ ମାର୍ଚ୍ଚ ମଧ୍ୟରେ ୨ଲକ୍ଷ ଗ୍ରାମପଞ୍ଚାୟତକୁ ଇଣ୍ଟରନେଟ୍‍ ଓ ବ୍ରଡ୍‌ବ୍ୟାଣ୍ଡ ସୁବିଧା’ - ରାଜ୍ୟସଭାରେ ରବିଶଙ୍କର ପ୍ରସାଦ

୨୦୨୦ ମାର୍ଚ୍ଚ ସୁଧା 2 ଲକ୍ଷ ଗ୍ରାମପଞ୍ଚାୟତକୁ ଇଣ୍ଟରନେଟ ଓ ବ୍ରଡ୍‌ବ୍ୟାଣ୍ଡ ସୁବିଧା ଯୋଗାଇଦେବା ପାଇଁ କହିଛନ୍ତି କେନ୍ଦ୍ର ଆଇଟି ଓ ଯୋଗାଯୋଗ ମନ୍ତ୍ରୀ ରବିଶଙ୍କର ପ୍ରସାଦ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Nov 21, 2019, 11:39 PM IST

ନୂଆଦିଲ୍ଲୀ: ରାଜ୍ୟସଭାରେ ଗୁରୁବାର କେନ୍ଦ୍ର ଆଇଟି ଓ ଯୋଗାଯୋଗ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । ସାଂସଦଙ୍କ ପ୍ରଶ୍ନର ଉତ୍ତରରେ ସେ ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଧା 2 ଲକ୍ଷ ଗ୍ରାମପଞ୍ଚାୟତକୁ ଇଣ୍ଟରନେଟ ଓ ବ୍ରଡ୍‌ବ୍ୟାଣ୍ଡ ସୁବିଧା ଯୋଗାଇଦେବା ପାଇଁ କହିଛନ୍ତି ।

ରାଜ୍ୟସଭାରେ ସେ କହିଛନ୍ତି ଯେ ଚଳିତ ମାସ 7 ତାରିଖ ସୁଧା ଦେଶର 1 ଲକ୍ଷ 28 ହଜାର ଗ୍ରାମପଞ୍ଚାୟତକୁ ଏହି ସୁବିଧା ଯୋଗାଇ ଦିଆଯାଇଛି । ଦେଶରେ 2ଲକ୍ଷ 50 ହଜାର ଗ୍ରାମପଞ୍ଚାୟତକୁ ଆଗାମୀ ବର୍ଷ ଏହି ସେବା ଯୋଗାଇଦିଆଯିବ । ଭାରତ ନେଟ୍‌ ପ୍ରୋଜେକ୍ଟରେ ମାଧ୍ୟରେ ପ୍ରତି ଗ୍ରାମପଞ୍ଚାୟତକୁ ଏହି ସୁବିଧା ପ୍ରଦାନ କରିବା ପାଇଁ କେନ୍ଦ୍ର ପ୍ରତିଶ୍ରୁତୁ ବଦ୍ଧ ।

ଏହାସହ କେନ୍ଦ୍ର ଆଇଟି ଓ ଯୋଗାଯୋଗ ମନ୍ତ୍ରୀ କହିଛନ୍ତି ଯେ, ଦେଶରେ ପାଖାପାଖି 45ହଜାର ଗ୍ରାମପଞ୍ଚାୟତରେ ୱାଇ-ଫାଇ୍‌ ହଟସ୍ପଟ ସ୍ଥାପନ କରାଯାଇଛି । ଏହାସହ ଆଗକୁ ଆହୁରି 16ହଜାର ଅଧିକ ଗ୍ରାମ ପଞ୍ଚାୟତରେ ଏହି ସେବା ପ୍ରଦାନ କରାଯାଉଛି । ବର୍ତ୍ତମାନ ମୋବାଇଲ ଓୟାରଲେସ 2ଜି, 3ଜି, 4ଜି ଟେକ୍ନୋଲୋଜି ମାଧ୍ୟମରେ ଇଣ୍ଟରନେଟର ବ୍ୟବହାର କରାଯାଉଛି । ଏହା ଦ୍ବାରା ଦେଶର 95 ପ୍ରତିଶତରୁ ଅଧିକ ଜନସାଧାରଣଙ୍କୁ ସଂଯୋଗୀକୃତ କରାଯାଇପାରିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.