ETV Bharat / bharat

ହାଇଦ୍ରାବାଦରେ ପ୍ରବଳ ବର୍ଷା, ଘର ଭୁଶୁଡ଼ି ଦୁଇଜଣ ମୃତ

ହାଇଦ୍ରାବାଦରେ ଅନେକ ଜାଗାରେ ପ୍ରବଳ ବର୍ଷା ହେତୁ ଘର ଭୁଶୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ପ୍ରବଳ ବର୍ଷା କାରଣରୁ ତଳିଆ ଅଞ୍ଚଳ ଜଳମଗ୍ନ ହେବା ସହ ରାସ୍ତାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଇଥିଲା । ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଅଧିକ ପଢନ୍ତୁ...

Two killed as heavy rains lash Hyderabad
ହାଇଦ୍ରାବାଦରେ ପ୍ରବଳ ବର୍ଷା, ଘର ଭୁଶୁଡ଼ି ଦୁଇଜଣଙ୍କ ମୃତ୍ୟୁ
author img

By

Published : Sep 17, 2020, 2:21 PM IST

ହାଇଦ୍ରାବାଦ: ବୁଧବାର ହାଇଦ୍ରାବାଦରେ ଅନେକ ଜାଗାରେ ପ୍ରବଳ ବର୍ଷା ହେତୁ ଘର ଭୁଶୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ପ୍ରବଳ ବର୍ଷା କାରଣରୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ଯାଇଛି । ଏପରିକି ରାସ୍ତାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ପ୍ରବଳ ବର୍ଷା କାରଣରୁ ଲମ୍ବା ସମୟ ଧରି ଟ୍ରଫିକ ଜାମ ରହିଥିଲା । ଫଳରେ ସନ୍ଧ୍ୟା ସମୟରେ ବହୁ ବାଇକ ଚାଳକ ଫସି ରହିଥିଲେ ।

ଶେଖପେଟ ଏବଂ ଅତାପୁର ଆଦି ଅଞ୍ଚଳରେ କାର ଗୁଡ଼ିକ ପାଣିରେ ବୁଡିଯାଇଥିବା ବେଳେ ଅଧିକାଂଶ ବାଇକ ଭାସି ଯାଇଥିଲା । ବନଜାରା ପାହାଡ ଏବଂ ଜୁବୁଲି ପାହାଡ ଭଳି ବ୍ୟସ୍ତବହୁଳ ଅଞ୍ଚଳ ଏବଂ ଅମିରପେଟ୍, କୋଟି, ଦିଲସୁଖନଗର, ଏଲବି ନଗର, ଆବିଡସ୍, ବଶିରବାଗ, ବେଗମପେଟ୍, ଖଇରାତାବାଦ ଏବଂ ସିକନ୍ଦରାବାଦ ଭଳି ବ୍ୟବସାୟିକ କେନ୍ଦ୍ରରେ ରାସ୍ତା ଜଳମଗ୍ନ ହୋଇଯାଇଥିଲା। ମୁନିସିପାଲିଟି ଅଧିକାରୀମାନେ ଘର ଭିତରେ ରହିବାକୁ ଲୋକଙ୍କୁ ନିବେଦନ କରିଥିଲେ।

ବାହାଦୁରପୁରା ଏବଂ ଗାନ୍ଦିପେଟରେ ସର୍ବାଧିକ 10.9 ସେମିରୁ ଅଧିକ ବର୍ଷା ହୋଇଥିଲା। ତେଲେଙ୍ଗାନା ରାଜ୍ୟ ବିକାଶ ଯୋଜନା ସୋସାଇଟି ଅନୁଯାୟୀ, ରାଜେନ୍ଦ୍ରନଗରରେ ବର୍ଷା 10.4 ଥିବାବେଳେ ଶେକପେଟରେ 9.7 ସେମି ବର୍ଷା ହୋଇଥିଲା । ହାଇଦ୍ରାବାଦ ପାଣିପାଗ ବିଭାଗ ସୂଚନାନୁଯାୟୀ ଆହୁରି ଅଧିକ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.