ଚଣ୍ଡୀଗଡ: ଦୁଇ ଅନୁପ୍ରବେଶକାରୀ ନିପାତ କଲେ ସୁରକ୍ଷାବଳ । ଗୁରୁବାର ପଞ୍ଜାବର ଅଟାରୀ ସୀମାରେ ସୁରକ୍ଷାବାହିନୀ ଦୁଇ ଜଣ ପାକିସ୍ତାନ ଅନୁପ୍ରବେଶକାରୀଙ୍କୁ ନିପାତ କରିଛନ୍ତି ।
ସୂଚନା ଅନୁଯାୟୀ, କୁହୁଡ଼ିର ସୁଯୋଗ ନେଇ ଦୁଇ ଜଣ ପାକିସ୍ତାନ ଅନୁପ୍ରବେଶକାରୀ ଅଟାରୀ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ବିଏସେଫ ଯବାନଙ୍କ ଗୁଳିରେ 2 ଅନୁପ୍ରବେଶକାରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଘଟଣା ସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଏପଟେ ଘଟଣା ସ୍ଥଳରେ ବିଏସଏଫ ଏବଂ ପୋଲିସ ସର୍ଚ୍ଚ ଅପରେସନ ଜୋରଦାର ହୋଇଥିବା ସୂଚନା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ