ETV Bharat / bharat

ପୂଜା ପୂର୍ବରୁ ଟାସ୍କ ଫୋର୍ସର ଚଢାଉ, 8 ଦେଶୀ ବନ୍ଧୁକ ଜବତ ସହ 2 ଗିରଫ

author img

By

Published : Oct 20, 2020, 2:47 PM IST

କୋଲକାତାର ବିଭିନ୍ନ ଜାଗାରେ ମଙ୍ଗଳବାର ସ୍ୱତନ୍ତ୍ର ଟାଷ୍କ ଫୋର୍ସ ଚଢାଉ କରିଛି । 8ଟି ଦେଶୀ ବନ୍ଧୁକ ସହ ଦୁଇଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

ବିଭିନ୍ନ ଜାଗାରେ ସ୍ବତନ୍ତ୍ର ଟାଷ୍କ ଫୋର୍ସର ଚଢାଉ,8ଟି ଦେଶୀ ବନ୍ଧୁକ ସହ ଦୁଇ ଗିରଫ

କୋଲକାତା: ବଢୁଛି ବେଆଇନ ବନ୍ଧୁକ କାରବାର । କୋଲକାତାର ବିଭିନ୍ନ ଜାଗାରେ ସ୍ବତନ୍ତ୍ର ଟାସ୍କ ଫୋର୍ସ ଚଢାଉ କରି ବହୁ ମୂଲ୍ୟ ଦ୍ରବ୍ୟ ଜବତ କରିଛି । ପଶ୍ଚିମବଙ୍ଗର ଷ୍ଟାଣ୍ଡ ରୋଡ ନିକଟରୁ ସ୍ବତନ୍ତ୍ର ଟାସ୍କ ଫୋର୍ସ 8ଟି ଦେଶୀ ବନ୍ଧୁକ ଜବତ ସହ ଦୁଇଜଣଙ୍କୁ ଗିରଫ କରିଛି ।

ଧରା ପଡିଥିବା ଦୁଇଜଣ ବେଆଇନ ଭାବରେ ଦେଶୀ ବନ୍ଧୁକ ଚାଲାଣ କରୁଥିବା ଜଣାପଡିଛି । ଅଭିଯୁକ୍ତମାନେ ବନ୍ଧୁକ ଡିଲର ବୋଲି କିହିଛି କୋଲକାତା ପୋଲିସ । ଗିରଫ ହୋଇଥିବା ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଏହା ସହ ଏଲିଟ ରୋଡରେ ଗୋଟିଏ ଘରୁ ଚଢାଉ କରି ବେଆଇନ ଭାବରେ ଚାଲାଣ ହେଉଥିବା ବିଶାକ୍ତ ପଦାର୍ଥ ଜବତ କରିଛି । ଯାହାର ମୂଲ୍ୟ 1.62କୋଟି ହେବ ବୋଲି ଅନୁମାନ କରାଯାଉଛି । ବିଶାକ୍ତ ପଦାର୍ଥ ସହ 1.62କୋଟିର ନଗଦ ଟଙ୍କା,ଦୁଇଟି ଲାପଟପ, ଦୁଇଟି ସ୍ମାର୍ଟଫେନ ଜବତ କରିଛି । ଘଟଣା ବିଷୟରେ ପରିବାରକୁ ପଚରାଯିବାରୁ କିଛି ସନ୍ତୋଷମୂଳକ ଉତ୍ତର ମିଳିନଥିବା କହିଛି କୋଲକତା ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.