ଲକ୍ଷ୍ନୌ: ଉତ୍ତରପ୍ରଦେଶ ବସ୍ତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଦୁର୍ଗାଙ୍କ ଭସାଣ ଉତ୍ସବ ବେଳେ କୌଣସି ଏକ ମିଛ ପ୍ରଚାରକୁ ନେଇ ସାଂପ୍ରଦାୟିକ ହିଂସା । ଫଳରେ ନିକଟରେ ଥିବା କିଛି ଗାଡି ଓ ଦୋକାନ ଘର ପୋଡି ଦେଇଛନ୍ତି ଦୁଇଗୋଷ୍ଠୀ ।
ସୂଚନା ଅନୁସାରେ, ବସ୍ତି ଅଞ୍ଚଳର ରାମ ଜାନକୀ ରୋଡରେ କିଛି ମାଂସ ଖଣ୍ଡ ପଡିଥିଲା । ବିସର୍ଜନ କରି ନେଉଥିବା ଲୋକେ ଦୁର୍ଗାଙ୍କ ଉପରକୁ ମାଂସ ଖଣ୍ଡ ଫିଙ୍ଗାଯାଇଥିବା ଅଭିଯୋଗ କରିଛନ୍ତି ।
ବିସର୍ଜନ ସମୟରେ ଏପରି ଅନିୟମକୁ ବିରୋଧ କରିବା ପରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏପଟେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛନ୍ତି ।